କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲା

ଆଠଟି କ୍ଷେତ୍ର ପାଇଁ ‘‘ଗଠନମୂଳକ ସଂସ୍କାର’’ର ତାଲିକା ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଏଣିକି ବାଣିଜ୍ୟିକ ଖଣି କାରବାର ଟନ୍ ପିଛା ସ୍ଥିର ହେଉଥିବା ଟଙ୍କା ବ୍ୟବସ୍ଥା ପରିବର୍ତ୍ତେ ରାଜସ୍ୱ ବଣ୍ଟନ ପ୍ରଣାଳୀରେ ହେବ ।

କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲା
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କୋଇଲା ଖନନରେ ସରକାର ନିଜର ଏକଚାଟିଆ ଅଧିକାର ସମାପ୍ତ କରି ବେସରକାରୀ କମ୍ପାନୀମାନଙ୍କୁ ଖଣି ଚଳେଇବା ପାଇଁ ଅନୁମତି ଦେବେ ଓ ପ୍ରତିରକ୍ଷା ଉତ୍ପାଦନରେ ବିଦେଶୀ ପୁଞ୍ଜି ବିନିଯୋଗର ସୀମା ୪୯%ରୁ ବଢ଼େଇ ୭୪% କରିବେ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ଆଠଟି କ୍ଷେତ୍ର ପାଇଁ ‘‘ଗଠନମୂଳକ ସଂସ୍କାର’’ର  ତାଲିକା ଘୋଷଣା କରି ସୀତାରମଣ କହିଛନ୍ତି: ‘‘ଭାରତ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଥିବା ବେଳେ କେବଳ ନିଜ ଆଡ଼କୁ ଅନେଇ ରହିବ ନାହିଁ ଓ ଅନ୍ୟମାନଙ୍କ ଠାରୁ ନିଜକୁ ଦୂରେଇ ରଖିବ ନାହିଁ’’ ।

ଏଣିକି ବାଣିଜ୍ୟିକ ଖଣି କାରବାର ଟନ୍‌ ପିଛା ସ୍ଥିରହୋଇଥିବା ଟଙ୍କା ବ୍ୟବସ୍ଥା ପରିବର୍ତ୍ତେ ରାଜସ୍ୱ ବଣ୍ଟନ (revenue sharing) ପ୍ରଣାଳୀରେ ହେବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ବିଷୟରେ ତୃତୀୟ ଦିନ ବିବରଣୀ ଦେଇ ସୀତାରମଣ କହିଛନ୍ତି ଯେ ପାଖାପାଖି ୫୦ଟି ଖଣିଜ ବ୍ଲକର ଟେଣ୍ଡର୍‌ କରାଯିବ ।

ଏକ ମିଶ୍ରିତ ଅନୁସନ୍ଧାନ-ଖନନ-ଉତ୍ପାଦନ ବ୍ୟବସ୍ଥାରେ ଅନୁସାରେ ପାଖାପାଖି ୫୦୦ଟି ଖଣିଜ ବ୍ଲକ୍ ନିଲାମ ହେବ । ଖଣି ଲିଜର ସ୍ଥାନାନ୍ତର ପାଇଁ ଓ ବଳକା ଖଣିଜର ବିକ୍ରୟ ପାଇଁ କ୍ୟାପ୍ଟିଭ୍‌ ଓ ଅଣ-କ୍ୟାପ୍ଟିଭ୍‌ ଖଣି ମଧ୍ୟରେ ଥିବା ପାର୍ଥକ୍ୟକୁ ଶେଷ କରାଯିବ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଖଣି ବ୍ୟବସାୟରେ କାର୍ଯ୍ୟକ୍ଷମତା ଓ ଉତ୍ପାଦନ ବଢ଼ିବ ।

ଶନିବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଛନ୍ତି ନିର୍ମଳା ସୀତାରମଣ ।


ଆତ୍ମନିର୍ଭର ଭାରତ ପ୍ୟାକେଜ-୪ରେ କୋଇଲା, ଶକ୍ତି, ପ୍ରତିରକ୍ଷା ସମେତ ୮ଟି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋଇଲା ଉତ୍ପାଦନ ପାଇଁ ୫୦ ହଜାର କୋଟି ଖର୍ଚ୍ଚ ଯୋଜନା ରହିଛି ଓ କୋଇଲା ଉତ୍ପାଦ କ୍ଷେତ୍ରରେ ପ୍ରତିଯୋଗିତା ଓ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି । ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ କୋହଳ ହେବ ନିୟମ । ଯେ କୌଣସି ସଂସ୍ଥା କୋଇଲା ଉତ୍ତୋଳନ କରି ବିକ୍ରି କରିପାରିବେ ।

ଏହା ଛଡ଼ା ସରକାର ଆଉ ଛଅଟି ବିମାନ ବନ୍ଦର ନିଲାମ କରିବା ଓ ଭାରତୀୟ ବାୟୁ ସ୍ଥାନ (air space) ଉପରେ ଥିବା ପ୍ରତିବନ୍ଧକଗୁଡ଼ିକୁ କମ୍‌ କରିବେ, ଯାହା ଦ୍ୱାରା ଉଡ଼ାଣ ପ୍ରକ୍ରିୟା ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୀତାରମଣ କହିଛନ୍ତି ।

କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକର ଘରୋଇକରଣ କରାଯିବ ଓ ଘରୋଇ କମ୍ପାନୀଗୁଡିକୁ ରାଷ୍ଟ୍ରାୟତ୍ତ ସ୍ପେସ୍ ରିସର୍ଚ୍ଚ ଏଜେନ୍ସି ଇସ୍ରୋ (ISRO) ସହିତ ଏକ “ସ୍ତରୀୟ ଖେଳ କ୍ଷେତ୍ର” (level playing field) ଦିଆଯିବ । ‘‘ବେସରକାରୀ କ୍ଷେତ୍ରର ସଂସ୍ଥାଙ୍କ ପାଇଁ ଭବିଷ୍ୟତରେ ବାୟୁମଣ୍ଡଳ (space) ଓ ଗ୍ରହ ଅନୁସନ୍ଧାନ (planetary exploration) ପ୍ରକଳ୍ପଗୁଡ଼ିକୁ ଖୋଲା କରାଯିବ,’’ ସେ କହିଛନ୍ତି ।

କର୍କଟ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଆଇସୋଟୋପ୍ ଉତ୍ପାଦନ ପାଇଁ ପିପିପି ମୋଡରେ ଏକ ଅନୁସନ୍ଧାନ ରିଆକ୍ଟର ଆସିବ ବୋଲି କହିଛନ୍ତି ସୀତାରମଣ । ସାମାଜିକ ଭିତ୍ତିଭୂମି ନିର୍ମାଣ ପାଇଁ ୮,୧୦୦ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯିବ ।

କୃଷି ଭିତ୍ତିଭୂମି ପାଇଁ ୧ ଟ୍ରିଲିୟନ ଟଙ୍କାର ପାଣ୍ଠି ସ୍ଥାପନ ଓ କୃଷିଜାତ ଦ୍ରବ୍ୟର ବାଣିଜ୍ୟ ଉପରେ ପ୍ରତିବନ୍ଧକକୁ ହ୍ରାସ କରିବାକୁ ଆଇନରେ ସଂଶୋଧନ କରିବାକୁ ଶୁକ୍ରବାର ଦିନ ଘୋଷଣା କରିଥିଲେ ସୀତାରମଣ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ ଘୋଷଣା କରିଥିବା ୨୦ ଟ୍ରିଲିୟନ ଟଙ୍କାର ପ୍ୟାକେଜର ଏ ସବୁ ଅଂଶ ବୋଲି କହି ସେ କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି କୃଷକଙ୍କ ହାତରେ ଟଙ୍କା ଆଣିଦେବା ।

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା ଆମ୍ଫାନ୍: ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି; ରାଜ୍ୟ ପ୍ରସ୍ତୁତ ହେଉଛି

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

 
First published: May 16, 2020, 6:51 PM IST
corona virus btn
corona virus btn
Loading