କରୋନା ପାଇଁ ରାଜ୍ୟରେ ସଙ୍କୁଚିତ ହେଲା ସରକାରୀ ବୈଠକ: ଲାଗିବନି ଏସି; ମିଳିବନି ଚା ଓ କଫି

ଦିନକୁ ଦିନ ରାଜ୍ୟରେ କୋଭିଡ ସ୍ଥିତି ଭୀଷଣ ହେଉଥିବା ଯୋଗୁଁ ବୈଠକକୁ କାଣ୍ଟଛାଣ୍ଟ କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ନୂଆ ନିର୍ଦ୍ଦେଶନାମା ।

କରୋନା ପାଇଁ ରାଜ୍ୟରେ ସଙ୍କୁଚିତ ହେଲା ସରକାରୀ ବୈଠକ: ଲାଗିବନି ଏସି; ମିଳିବନି ଚା ଓ କଫି
ଓଡ଼ିଶା ସଚିବାଳୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସରକାରୀ ବୈଠକ ପାଇଁ ନୂଆ ଗାଇଡ଼ଲାଇନ ଜାରି ହୋଇଛି । ଦିନକୁ ଦିନ ରାଜ୍ୟରେ କୋଭିଡ ସ୍ଥିତି ଭୀଷଣ ହେଉଥିବା ଯୋଗୁଁ ବୈଠକକୁ କାଣ୍ଟଛାଣ୍ଟ କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନୂଆ ନିର୍ଦ୍ଦେଶନାମା ଅନୁସାରେ ଅଧିକ କର୍ମଚାରୀ ନେଇ କୌଣସି ବଡ଼ ବୈଠକ କରାଯିବନି ଓ ବୈଠକରେ ଚା ଓ କଫି ପରସାଯିବ ନାହିଁ।

ଏହି ନିର୍ଦ୍ଦେଶନାମା ଅନୁସାରେ ବଡ଼ବଡ଼ ବୈଠକ କରାଯାଇ ପାରିବନି । ବୈଠକ କରିବାକୁ ହେଲେ ସାମାଜିକ ଦୂରତା ସହିତ ସପୋର୍ଟ ଷ୍ଟାଫଙ୍କ ସହ ମୋଟ ୧୦ ଜଣ ଉପସ୍ଥିତ ରହିବେ । ବୈଠକକୁ ବାହାର ରାଜ୍ୟର ସଦସ୍ୟ କିମ୍ବା ସରକାରୀ ଅଧିକାରୀଙ୍କୁ ଛାଡ଼ି କୌଣସି ବାହାର ଲୋକଙ୍କୁ ଡକାଯିବନି । ସେମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରାଯିବ । ୩୦ ମିନିଟ ଭିତରେ ବୈଠକକୁ ସୀମିତ କରାଯିବା ସହିତ ଏଆର ଠିକ ଭାବେ ଯିବାଆସିବା ସ୍ଥାନରେ ବୈଠକ ପାଇଁ  ନିର୍ଦ୍ଦେଶ ଅଛି । ଖୋଲା ସ୍ଥାନରେ ବୈଠକ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଯଥାସମ୍ଭବ ଏସି ରୁମରେ ନ କରିବାକୁ ନିର୍ଦ୍ଦେଶ ଅଛି । ଏହା ସହ ଗୋଟିଏ ରୁମରେ ୩ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । ବୈଠକରେ ଚା ଓ କଫିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମିଟିଙ୍ଗ ରେ ୨ ମିଟର ବ୍ୟବଧାନ ରହିବା ଜରୁରୀ।

ଏହି ନିର୍ଦ୍ଦେଶନାମା ଅନୁସାରେ ବଡ଼ବଡ଼ ବୈଠକ କରାଯାଇ ପାରିବନି ।


ଦିନକୁ ଦିନ ରାଜ୍ୟରେ କୋଭିଡ ସ୍ଥିତି ଉଗ୍ର ହେଉଥିବା ବେଳେ ଏଭଳି ନିଷ୍ପତି ନେଇଛନ୍ତି ସରକାର। କୋଭିଡ ଆରମ୍ଭରୁ ଲକଡାଉନ ସମୟରେ ଲୋକସେବା ଭବନରେ ବିଭାଗଗୁଡ଼ିକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯିବା ସହ କମ୍‌ ସଂଖ୍ୟାରେ କର୍ମଚାରୀଙ୍କୁ ନେଇ ଚାଲିବାକୁ ନିୟମ କରାଯାଇଥିଲା । କେବଳ କୋଭିଡ ସମ୍ପର୍କିତ ବୈଠକକୁ ଛାଡ଼ିଦେଲେ ଅନ୍ୟ ବୈଠକ (କ୍ୟାବିନେଟ ହେଉ କି ମନ୍ତ୍ରୀ ପରିଷଦ ବୈଠକ) ଭିଡିଓ କନ୍ଫରେନ୍ସି ଜରିଆରେ କରିବାକୁ ନିଷ୍ପତ୍ତି ହୋଇଥିଲା ।

ପର୍ଯ୍ୟାୟ କ୍ରମେ ସବୁ ବିଭାଗ କାର୍ଯ୍ୟକ୍ଷମ ହେବା ସହ ସମସ୍ତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସଗୁଡିକ କାର୍ଯ୍ୟକାରୀ ଏବେ ହେଉଛି । ଏପରିକି ଗୁରୁତ୍ୱପୂର୍ଣ ବୈଠକଗୁଡିକ ନିୟମାବଳୀ ଭିତରେ କରାଯାଉଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ପୁନର୍ବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 7:30 PM IST
corona virus btn
corona virus btn
Loading