ଭଲ ଖବର! ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ହେଲା Oxford ର କରୋନା ଟିକା

Oxford covid vaccine update: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା କୋଭିଡ -୧୯ ଟିକା ବୃଦ୍ଧମାନଙ୍କ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି । ରାୟଟର୍ସ ଅନୁଯାୟୀ ନୂତନ ପରୀକ୍ଷଣରେ ଏହା ବୃଦ୍ଧଙ୍କ ଶରୀରରେ ମଧ୍ୟ କରୋନା ବିରୁଦ୍ଧରେ ଟି-ସେଲ୍ ଉତ୍ପାଦନ କରିଛି ।

ଭଲ ଖବର! ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ହେଲା Oxford ର କରୋନା ଟିକା
ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ହେଉଥିବା ଜଣାପଡିଛି Oxford ର କରୋନା ଟିକା
  • News18 Odia
  • Last Updated: October 26, 2020, 4:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଲଣ୍ଡନ: କରୋନା ଭାଇରସ୍ ଟିକା (Coronavirus Vaccine) ବୃଦ୍ଧାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ କି ନାହିଁ ତାହା ଏକ ଗମ୍ଭୀର ପ୍ରଶ୍ନ ଭାବେ ଉଭା ହୋଇଛି । ତେବେ ଖୁସି ଖବର ହେଉଛି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ -୧୯ ଟିକାର (Oxford-AstraZeneca Covid-19 Vaccine) ପରୀକ୍ଷା ସମୟରେ ଏହି ଟିକା ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ବୋଲି ଦେଖାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ବୃଦ୍ଧମାନଙ୍କ ପାଇଁ କରୋନା ଅଧିକ ମାରାତ୍ମକ କାରଣ ସେମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଅପେକ୍ଷାକୃତ ଦୁର୍ବଳ ଅଟେ ।

ରାୟଟର୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ବୃଦ୍ଧମାନଙ୍କ ଉପରେ ଅଧିକାଂଶ ଟୀକା ଏବେ ମଧ୍ୟ ଲାଭଜନକ ପ୍ରମାଣିତ ହୋଇନାହିଁ । କାରଣ ସେମାନଙ୍କ ଶରୀରରେ ଟିକା ଭାଇରସ୍ ବିରୋଧରେ ଲଢ଼େଇ କରିବାରେ ଅସୁବିଧା ହୋଇଥାଏ । ତେବେ ବର୍ତ୍ତମାନ ଦାବି କରାଯାଇଛି ଯେ ଅକ୍ସଫୋର୍ଡରେ କରୋନା ଟିକା ପରୀକ୍ଷା ସମୟରେ ଏହି ଟିକା ବୃଦ୍ଧଙ୍କ ଉପରେ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି । ଅକ୍ସଫୋର୍ଡର କରୋନା ଟିକା ବୃଦ୍ଧାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ସଫଳ ହୋଇଛି । ସୋମବାର ଏହି ମିଡିଆ ରିପୋର୍ଟରେ ଅଷ୍ଟ୍ରିୟନ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା ପରୀକ୍ଷା କରିବାର ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ବୃଦ୍ଧଙ୍କଠାରେ ଏକ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

ବୃଦ୍ଧମାନଙ୍କ ଠାରେ ତିଆରି କରୁଛି ଟି-ସେଲ୍
ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଟିକା ବୃଦ୍ଧ ବୟସ ବର୍ଗରେ ପ୍ରତିରକ୍ଷା ଆଣ୍ଟିବଡି ଓ ଟି-ସେଲ୍ ଉତ୍ପାଦନ କରିଥାଏ । ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଅନୁସନ୍ଧାନ ଜୁଲାଇରେ ୧୮ ରୁ ୫୫ ବର୍ଷ ବୟସ ମଧ୍ୟରେ ସୁସ୍ଥ ବୟସ୍କଙ୍କ ଗୋଷ୍ଠୀରେ ଟୀକାକରଣରୁ ଦୃଢ ପ୍ରତିରକ୍ଷା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ସହ ଟିକା ବିକଶିତ କରୁଥିବା ଆଷ୍ଟ୍ରା ଜେନେଙ୍କା (AstraZeneca), କୋଭିଡି -୧୯ ରୁ ରକ୍ଷା କରିବା ପାଇଁ ଟିକା ପ୍ରସ୍ତୁତ କରିବାରେ ଆଗରେ ଥିବା ବିବେଚନା କରାଯାଏ ।

ଏହି ଆବିଷ୍କାରର ବିବରଣୀ ଶୀଘ୍ର ଏକ ପତ୍ରିକାରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ତେବେ ଅକ୍ସଫୋର୍ଡ ଓ ଆଷ୍ଟ୍ରା ଜେନେଙ୍କା ସେମାନଙ୍କ ତରଫରୁ କୌଣସି ବିବୃତ୍ତି ଦେଇନାହାଁନ୍ତି । ବିଶ୍ୱରେ କରୋନା ଭୂତାଣୁ ମହାମାରୀର ସଙ୍କଟ ବଢ଼ିବାରେ ଲାଗିଛି । ଦୁନିଆର ଅନେକ ଦେଶରେ କରୋନାର ପ୍ରଥମ ଫେଜ ପରେ ବର୍ତ୍ତମାନ ଦ୍ୱିତୀୟ ଫେଜ ଦେଖାଦେଇଛି । ଏଥିପାଇଁ ଲୋକମାନେ ଉଦ୍ଧାର ଓ ରିଲିଫ ପାଇଁ କରୋନା ଟିକାକୁ ଆଶା ରଖିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ବିଶ୍ୱରେ ୪୦ ରୁ ଅଧିକ କରୋନା ଟିକାର ପରୀକ୍ଷା ଚାଲିଛି ।
Published by: Jagdish Barik
First published: October 26, 2020, 4:44 PM IST
corona virus btn
corona virus btn
Loading