ଭଲ ଖବର! ଫେବୃଆରୀ ସୁଦ୍ଧା ଭାରତକୁ ମିଳିପାରେ କରୋନା ଟିକା

Coronavirus vaccine Update: ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଟିକାର ପରୀକ୍ଷଣ କରୁଛି । ତୃତୀୟ ଓ ଅନ୍ତିମ ପର୍ଯ୍ୟାୟର ପରୀକ୍ଷଣ ଜାନୁଆରୀ-ଫେବୃଆରୀ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।

ଭଲ ଖବର! ଫେବୃଆରୀ ସୁଦ୍ଧା ଭାରତକୁ ମିଳିପାରେ କରୋନା ଟିକା
ଫେବୃଆରୀ ସୁଦ୍ଧା ଭାରତକୁ ମିଳିପାରେ କରୋନା ଟିକା
  • News18 Odia
  • Last Updated: November 23, 2020, 10:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ ବଢୁଥିବା କରୋନା ଭାଇରସ୍ (Coronavirus) ସଂକ୍ରମଣ ମଧ୍ୟରେ ଏକ ଖୁସି ଖବର ଆସିଛି । ଭାରତରେ ଥିବା ଅକ୍ସଫୋର୍ଡ ୟୁନିଭରସିଟିର (Oxford-AstraZeneca) କରୋନା ଟିକାକୁ ଜରୁରୀକାଳୀନ ଅନୁମୋଦନ (Emergency Approval) ମିଳିପାରେ । ଜାନୁଆରୀ କିମ୍ବା ଫେବୃଆରୀ ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟରେ ଦେଶରେ ଉପଲବ୍ଧ ହୋଇପାରିବ । ଅକ୍ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନୀ ଆଷ୍ଟ୍ରାଜେଙ୍କାଙ୍କ ଟିକା ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି । ଆଜିକାଲି ଭାରତ ସମେତ ପ୍ରାୟ ୩୦ଟି ଦେଶରେ ଏହି ଟିକା ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ପରୀକ୍ଷଣ ଚାଲିଛି ।

ଆସନ୍ତା ବର୍ଷ ଆରମ୍ଭରେ ଟିକା ଉପଲବ୍ଧ !
NITI ଆୟୋଗ ସଦସ୍ୟ ଡ଼କ୍ଟର ଭି.କେ ପାଲଙ୍କ ଅନୁଯାୟୀ, ଯଦି ଆଷ୍ଟ୍ରା ଜେଙ୍କା ବ୍ରିଟେନରେ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର କରନ୍ତି, ତେବେ ଏହା ଭାରତରେ ମଧ୍ୟ ବିଚାର କରାଯିବ । ସେ କହିଛନ୍ତି ଯେ ଯଦି ଏହା ଘଟେ ତେବେ ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ଏହି ଟିକା ଉପଲବ୍ଧ ହେବ । ଭାରତରେ ଏହି ସମ୍ଭାବ୍ୟ ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟ ସମାପ୍ତ ହେବା ପୂର୍ବରୁ ପ୍ରଥମେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ।

ଜରୁରୀକାଳୀନ ଅନୁମୋଦନ କ’ଣ?
ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାର ପରୀକ୍ଷା କରୁଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାନୁଆରୀ-ଫେବୃଆରୀ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଯେତେବେଳେ ପରୀକ୍ଷା ମଝିରେ ପ୍ରାରମ୍ଭିକ ଫଳାଫଳ ଆଧାରରେ ଏକ ସଂସ୍ଥା ଟିକା ବ୍ୟବହାରକୁ ଅନୁମୋଦନ କରେ ଏହାକୁ ଜରୁରୀକାଳୀନ ଅନୁମୋଦନ କୁହାଯାଏ ।

ସେରମ୍ ପ୍ରତିଷ୍ଠାନ ଏହି ବିଷୟରେ କ’ଣ କହୁଛି?
ଏହାପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଥିଲେ ଯେ ଫେବୃଆରୀ ସୁଦ୍ଧା ଏହି ଟିକା ବଜାରକୁ ଆସିବ । ଏକ କାର୍ଯ୍ୟକ୍ରମରେ ପୁନାୱାଲା କହିଥିଲେ ଯେ ୨୦୧୧ ର ପ୍ରଥମ କ୍ୱାର୍ଟରରେ ପ୍ରାୟ ୩୦ ରୁ ୪୦ କୋଟି ଟିକା ଟିକା ଉପଲବ୍ଧ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଅକ୍ସଫୋର୍ଡ କୋଭିଡ -୧୯ ଟିକା ସ୍ୱାସ୍ଥ୍ୟ କର୍ମଚାରୀ ଓ ବୃଦ୍ଧଙ୍କ ପାଇଁ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଓ ଏପ୍ରିଲ ସୁଦ୍ଧା ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ । ପୁନାୱାଲା ଏହା ମଧ୍ୟ କହିଛନ୍ତି ଯେ ୨୦୧୪ ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କୁ ଟୀକାକରଣ ହୋଇସାରିଥିବ।
Published by: Jagdish Barik
First published: November 23, 2020, 10:45 AM IST