News18 Odia Digital
ନୂଆ ଦିଲ୍ଲୀ: ବ୍ୟାଙ୍କ କର୍ମଚାରୀମାନଙ୍କ (Bank Employee) ପାଇଁ ଗୋଟେ ଖୁସିର ଖବର ଆସିଛି । ସେମାନଙ୍କ ଦରମା ବଢ଼େଇବାକୁ ନେଇ ବ୍ୟାଙ୍କ ୟୁନିୟନ UFBU (United Forum of Bank Unions) ଏବଂ IBA (ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍) ମଧ୍ୟରେ ସହମତି ହୋଇଛି । ଏହି ବୈଠକରେ ବ୍ୟାଙ୍କ କର୍ମଚାରୀମାନଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ନଭେମ୍ବର ୨୦୧୭ରୁ ବକେୟା ଦରମା (ଏରିଅର୍ସ୍) ଉପଲବ୍ଧ ହେବ । ଏହି ରାଶି ପ୍ରାୟ ୭,୮୯୮ କୋଟି ଟଙ୍କା ହେବ । ୨୦୧୭ ଠାରୁ ଏହି ମାମଲା ବିଚାରାଧୀନ ଥିଲା । ବ୍ୟାଙ୍କ ୟୁନିଅନମାନେ କ୍ରମାଗତ ଭାବରେ ଏହାକୁ ନେଇ ଦାବି କରିଆସୁଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ଏହା ଉପରେ ସହମତି ହୋଇ ନ ଥିଲା । କିନ୍ତୁ ୨୨ ଜୁଲାଇରେ ଏହି ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଥିଲା । ମୁମ୍ବାଇରେ ଥିବା ଏସବିଆଇ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ମୁଖ୍ୟାଳୟରେ ଏକ ବୈଠକ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
NPS ଉପରେ ମଧ୍ୟ ସହମତି: ବ୍ୟାଙ୍କ କର୍ମଚାରୀମାନଙ୍କ ଦରମାରୁ ଏବେ NPSରେ ଅବଦାନ ୧୪% ହେବ । ଏବେ ଏହା ୧୦ ପ୍ରତିଶତ ଅଛି । ମୌଳିକ ବେତନ ଓ ମହଙ୍ଗା ଭତ୍ତା (ଡି.ଏ.) ମିଶାଇ ଏହା ୧୦ ପ୍ରତିଶତ ହେଉଛି । ଏହାକୁ ଏବେ ୧୪ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ସରକାରଙ୍କ ଠାରୁ ଅନୁମୋଦନ ପାଇବାକୁ ପଡ଼ିବ।

ଦରମା ସଂଶୋଧନ ହେବା ଦ୍ୱାରା ୩୫ଟି ବ୍ୟାଙ୍କର କର୍ମଚାରୀ ଏହାର ଫାଇଦା ଉଠାଇ ପାରିବେ ।
UFBU ସଂଯୋଜକ ଚି.ଏଚ୍. ଭେଙ୍କଟଚଳମଙ୍କ ନେତୃତ୍ୱରେ ରାଜ କିରଣ ରାୟ ଓ ଆଇବିଏ ପ୍ରତିନିଧି ଏବଂ ବ୍ୟାଙ୍କ କର୍ମଚାରୀ ସଙ୍ଘର ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଭେଙ୍କଟଚଳମ୍ କହିଛନ୍ତି ଯେ ଦରମା ସଂଶୋଧନ ହେବା ଦ୍ୱାରା ୩୫ଟି ବ୍ୟାଙ୍କର କର୍ମଚାରୀ ଏହାର ଫାଇଦା ଉଠାଇ ପାରିବେ ।
ବର୍ତ୍ତମାନ କ’ଣ ହେବ? ଏବେ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଏକ ନୂଆ ବେତନ ସ୍କେଲ୍ ପ୍ରସ୍ତୁତ ହେବ । ଏହା ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟ PLI (Performance Linked Incentive) କାର୍ଯ୍ୟକାରୀ ହେବ । ବ୍ୟାଙ୍କର ଅପରେଟିଂ ଲାଭ ଆଧାରରେ କର୍ମଚାରୀମାନଙ୍କୁ PLI ଦିଆଯିବ । ଏହା ବାର୍ଷିକ ରାଶି ଭାବେ ହିସାବ କରାଯିବ ଏବଂ ଦରମାଠାରୁ ଭିନ୍ନ ହେବ ।
ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେଆଇବିଏ ଓ ଟ୍ରେଡ ୟୁନିୟନ ମଧ୍ୟରେ ପ୍ରତି ପାଞ୍ଚ ବର୍ଷରେ ଥରେ ସଦସ୍ୟ ବ୍ୟାଙ୍କଗୁଡିକରେ କାର୍ଯ୍ୟରତ ଆଠ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ ଦରମା ଉପରେ ଆଲୋଚନା ହୁଏ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟର ବିଳମ୍ବ ପରେ ନଭେମ୍ବର ୨୦୧୭ରେ ହେବାକୁ ଥିବା ସଂଶୋଧନ ଉପରେ ଏବେ ସହମତି ପ୍ରକାଶ ପାଇଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।