ଭଲ ଖବର: ଖ୍ରୀଷ୍ଟମାସ ପୂର୍ବରୁ ବଜାରକୁ ଆସିପାରେ କରୋନା ଟିକା
ଆମେରିକୀୟ ବାୟୋଟେକ୍ କମ୍ପାନୀ ଫିଫାଇଜର (Pfizer) ନିକଟରେ ଦାବି କରିଛି ଯେ କମ୍ପାନୀ ଏହାର କରୋନା ଟିକାର (Corona vaccine) ଚୂଡ଼ାନ୍ତ ବିଶ୍ଳେଷଣରେ ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

ଖ୍ରୀଷ୍ଟମାସ ପୂର୍ବରୁ ବଜାରକୁ ଆସିପାରେ କରୋନା ଟିକା
- News18 Odia
- Last Updated: November 19, 2020, 3:37 PM IST
ନୂଆ ଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ (Corona infection) ମାମଲା ପୁଣି ଥରେ ବୃଦ୍ଧି ପାଉଥିବାରୁ କରୋନା ଟିକା (Corona vaccine) ବିଷୟରେ ଆଲୋଚନା ଜୋରସୋରରେ ଆରମ୍ଭ ହୋଇଛି । କରୋନା ଟିକାକୁ ନେଇ ଔଷଧ ନିର୍ମାତା କମ୍ପାନୀ ଫିଫାଇଜର ଇଙ୍କ (Pfizer Inc) ଓ ଜର୍ମାନୀର ବାୟୋନଟେକ (BioNTech) କରୋନା ଟିକା ବିଷୟରେ ଏକ ଖୁସି ଖବର ଜଣାଇଛନ୍ତି । ଟିକା କମ୍ପାନୀ ଦାବି କରିଛି ଯେ ଯଦି ଟିକାର ଅନ୍ତିମ ଫଳାଫଳ ମଧ୍ୟ ଆମର ଆଶା ଅନୁଯାୟୀ ଆସେ ତେବେ ଆମେ କହିପାରିବା ଯେ ଖ୍ରୀଷ୍ଟମାସ ପୂର୍ବରୁ COVID-୧୯ ଟିକା ବଜାରକୁ ଆସିବ ।
ସେ କହିଛନ୍ତି ଯେ ଯଦି ସବୁକିଛି ଆମର ଆଶା ଅନୁଯାୟୀ ହୁଏ ତେବେ ଡିସେମ୍ବର ମଧ୍ୟଭାଗରେ ଆମେ ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ରହିବୁ । ସେ କହିଛନ୍ତି ଯେ ଖ୍ରୀଷ୍ଟମାସ ପୂର୍ବରୁ ବଜାରରେ ଏହି ଟିକା ପ୍ରଚଳନ କରାଯାଇପାରିବ ବୋଲି ଆମେ ଆଶା କରୁଛୁ । ଆମେରିକୀୟ ବାୟୋଟେକ୍ କମ୍ପାନୀ ପିଫାଇଜର ନିକଟରେ ଦାବି କରିଛି ଯେ କମ୍ପାନୀର କୋଭିଡ ଟିକା ଏହାର ଶେଷ ବିଶ୍ଳେଷଣରେ ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଆହୁରି ମଧ୍ୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ ।କମ୍ପାନୀ ତରଫରୁ କୁହାଯାଇଛି ଯେ ଖୁବ ଶୀଘ୍ର ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ନିୟାମକ ସଂସ୍ଥାକୁ ଏକ ଆବେଦନ କରାଯିବ ।
ଫାଇଜର ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି ଗତ ଆଠ ମାସ ଧରି ଚାଲିଆସୁଥିବା ମହାମାରୀକୁ ଦୂର କରିବା ପାଇଁ ଏହି ଅଧ୍ୟୟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା କରୋନା ଭୂତାଣୁ ସଂକ୍ରମଣକୁ ଦୂର କରିବାରେ ସାହାଯ୍ୟ କରିବ ।