Gold & Silver Price: ସୁନା ଓ ରୂପା ୧,୯୩୩ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା; ଜାଣନ୍ତୁ ନୂଆ ଦର
Gold-Silver Rates: ସୁନା ଓ ରୂପାର ନୂଆ ଦାମ୍ ଜାରି ହୋଇଛି । ଗତ ସପ୍ତାହେ ଧରି ବଢ଼ି ଚାଲିଥିବା ଦାମ୍ ଉପରେ ଏକ ପ୍ରକାର ବିରାମ ଲାଗିଛି । ଦିଲ୍ଲୀରେ ରୂପାର କିଲୋଗ୍ରାମ ପିଛା ୧,୯୩୩ ଟଙ୍କା ଶସ୍ତା ହୋଇଛି।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 28, 2020, 10:13 PM IST
ନୂଆ ଦିଲ୍ଲୀ: ଆନ୍ତର୍ଜାତୀୟ ସ୍ତରରେ ଦାମ୍ କମିଥିବା କାରଣରୁ ଘରୋଇ ବଜାରରେ ଏବେ ସୁନା କିଣିବା ଶସ୍ତା ହୋଇଛି। ଦିଲ୍ଲୀରେ ୧୦ ଗ୍ରାମ ସୁନା (Gold Price Today) ଦାମ୍ ୧୮୭ ଟଙ୍କା ହ୍ରାସ ପାଇଛି । ଏଥି ସହିତ ଏହି ସମୟ ମଧ୍ୟରେ ରୂପା ଦାମରେ (Silver Price Today) କିଲୋଗ୍ରାମ ପିଛା ୧,୯୩୩ ଟଙ୍କା ହ୍ରାସ ପାଇଛି । ତେବେ ଆଗାମୀ ଦିନରେ ଦାମ୍ ପୁଣି ବଢ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ଜାରି ରହିଥିବା କାରଣରୁ ଆମେରିକୀୟ ଡଲାର ଦୁର୍ବଳ ହେଉଛି । ଏହାର ପ୍ରଭାବ ସୁନା ଦାମ୍ ଉପରେ ସ୍ପଷ୍ଟ ଦେଖାଯାଉଛି । ଏଥି ସହିତ ଆମେରିକାର ବଣ୍ଡ ଅମଳରେ ତୀବ୍ର ହ୍ରାସ ଘଟିଛି । ଏପରି ପରିସ୍ଥିତିରେ ନିବେଶକମାନେ ସୁରକ୍ଷିତ ନିବେଶ ପାଇଁ ସୁନା ଓ ରୂପା କିଣିବା ଆରମ୍ଭ କରିପାରିବେ ।
ସୁନାର ନୂଆ ଦାମ୍ (Gold Price on 28 July 2020)
ରୂପାର ଦାମ୍ (Silver Price on 28 July 2020)
ମଙ୍ଗଳବାର ଦିନ ରୂପାର ଦାମରେ କିଲୋଗ୍ରାମ ପିଛା ୧,୯୩୩ ହ୍ରାସ ଦେଖାଦେଇଛି । ଏହା ପରେ ଏବେ ନୂଆ ଦାମ୍ ୬୪,୨୯୭ ଟଙ୍କା ରହିଛି । ଏହା ପୂର୍ବରୁ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୬,୨୩୦ ଟଙ୍କା ଥିଲା ।

ଦୀପାବଳୀ ସମୟରେ ରୂପାର ଦାମ୍ କିଲୋଗ୍ରାମ୍ ପିଛା ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ ।
ଆନ୍ତର୍ଜାତୀୟ ସ୍ତରରେ ସୁନା ଓ ରୂପା ଦାମ୍ କେତେ ଅଛି?
HDFC ସିକ୍ୟୁରିଟି ଅନୁଯାୟୀ ଆନ୍ତର୍ଜାତୀୟ ସୁନା ମୂଲ୍ୟ ହ୍ରାସ ହୋଇ ଆଉନ୍ସ୍ ପିଛା ୧,୯୨୩ ଡଲାର୍ ହୋଇଛି । ରୂପାର ଦାମ୍ ବି କମି ଆଉନ୍ସ ପିଛା ୨୩.୬୦ ଡଲାର ହୋଇଛି ।
ଗୋଟିଏ ସପ୍ତାହରେ ରୂପା ଦାମ୍ ୨୫% ବୃଦ୍ଧି ପାଇଛି
ଗତ ଚାରି ମାସ ମଧ୍ୟରେ ରୂପାର ଦାମ୍ ଦ୍ୱିଗୁଣିତ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଦ୍ରବ୍ୟ ବିନିମୟ MCX ରେ ରୂପାର ଦାମ୍ କିଲୋଗ୍ରାମ ପିଛା ପ୍ରାୟ ୩୩,୫୮୦ ଟଙ୍କା ଥିଲା । ଜୁଲାଇ ୨୮ରେ ଏହାର ଦାମ୍ କିଲୋଗ୍ରାମ ପିଛା ୬୭,୫୬୦ ଟଙ୍କାକୁ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ରୂପାର ଦାମରେ ବୃଦ୍ଧି ହୋଇପାରେ। ଗତ ଏକ ସପ୍ତାହରେ MCXରେ ରୂପାର ଦାମ୍ ୨୫ ପ୍ରତଶତ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ରୂପା ପ୍ରତି କିଲୋଗ୍ରାମ ୬୭,୫୬୦ ଟଙ୍କାରେ ପହଞ୍ଚିଛି । ଗତ ସପ୍ତାହର ଶେଷରେ ରୂପାର ଦାମ୍ ପ୍ରାୟ ୫୪,୦୦୦ ଟଙ୍କା ଥିଲା।
ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ
ଏହା ବି ପଢ଼ନ୍ତୁ: ଭାରତରେ PUBG ସମେତ ଆହୁରି ୨୭୫ଟି ଚାଇନିଜ୍ ଆପ୍ ଖୁବ୍ ଜଲଦି ବ୍ୟାନ୍ ହୋଇପାରେ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ରୂପାର ଦାମ୍ ୭୫ ହଜାର ଟଙ୍କାରେ ପହଞ୍ଚିପାରେ
କେଡ଼ିଆ କମୋଡିଟିଜ (Kedia Commodities) ର ନିର୍ଦ୍ଦେଶକ ଅଜୟ କେଡ଼ିଆ (Ajay Kedia) କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଓ କେନ୍ଦ୍ରୀୟ ବ୍ୟାଙ୍କରୁ ରିଲିଫ ପ୍ୟାକେଜ ମିଳିବାର ଆଶା ଥିବାରୁ ସୁନା ଓ ରୂପାର ଦାମ୍ ବୃଦ୍ଧି ପାଉଛି । ଏଥି ସହ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ନିବେଶକମାନଙ୍କ ପାଇଁ ରୂପା ନିବେଶର ସର୍ବୋତ୍ତମ ମାଧ୍ୟମ ହୋଇଛି । ତେଣୁ ଆଗାମୀ ସମୟରେ ରୂପାର ଦାମ୍ ବୃଦ୍ଧି ହୋଇପାରେ । ସେ କହିଛନ୍ତି ଯେ ଦୀପାବଳୀ ସମୟରେ ରୂପାର ଦାମ୍ କିଲୋଗ୍ରାମ୍ ପିଛା ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ ।