News18 Odia Digital
ନୂଆ ଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀରେ ସୁନା-ରୂପା (Gold-Silver) ଦାମ୍ ବୃଦ୍ଧି ପାଉଥିବା ଦେଖାଯାଉଛି । ବେଶ୍ କିଛି ଦିନ ଧରି ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଜିକାଲି ସୁନା ଦର ଏତେ ଦ୍ରୁତ ଗତିରେ ବଢୁଛି ଯେ ଆଗାମୀ ଦିନରେ ସୁନା ଏକ ନୂଆ ରେକର୍ଡ଼ ସୃଷ୍ଟି କରିପାରେ ବୋଲି ଅନେକ ମନେକରୁଛନ୍ତି ।
ଏହି ସପ୍ତାହରେ ସରାଫା ବଜାରରେ ୨୪ କ୍ୟାରେଟ୍ ସୁନାର ଦାମ୍ (Gold Price Today) ୧୦ ଗ୍ରାମ୍ ପିଛା ୭୯୬ ଟଙ୍କା ବୃଦ୍ଧି ପାଇଛି । ରୂପା (Silver Price Today) ବି କିଲୋ ପିଛା ପ୍ରାୟ ୮୮୫ ଟଙ୍କା ମହଙ୍ଗା ହୋଇଛି ।
ଏହା ବି ପଢ଼ନ୍ତୁ | ମାଡ଼ି ଆସୁଛି ବାତ୍ୟା ‘ୟସ୍’; ଲ୍ୟାଣ୍ଡ୍ଫଲ୍ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିମି ଛୁଇଁବ; ଜାଣନ୍ତୁ ଏବେ କେଉଁଠି ଅଛି
ଯଦି ଆମେ କେବଳ ମେ ମାସ ବିଷୟରେ ବିଚାର କରିବା ତେବେ ଏ ପର୍ଯ୍ୟନ୍ତ ସୁନା ଦାମରେ ୧୦ ଗ୍ରାମ ପିଛା ୧,୭୬୨ ଟଙ୍କା ବୃଦ୍ଧି ଘଟିଥିବା ଦେଖିବା । ରୂପା ବି ଏହି ମାସ କିଲୋ ପିଛା ୩,୪୪୫ ଟଙ୍କା ମହଙ୍ଗା ହୋଇଛି ।
ସୁନା ସର୍ବକାଳୀନ ଉଚ୍ଚତାରୁ ୭,୬୦୦ ଟଙ୍କା ଖସିଛି
ଯଦିଓ ମାସକ ମଧ୍ୟରେ ସୁନା ମହଙ୍ଗା ହୋଇଛି, କିନ୍ତୁ ଏହା ନିଜ ସର୍ବକାଳୀନ ଉଚ୍ଚ ସ୍ତର ତୁଳନାରେ ଏବେ ବହୁତ ଶସ୍ତା ବିକ୍ରି ହେଉଛି । ସୁନାର ଦାମ୍ ବର୍ତ୍ତମାନ ନିଜ ରେକର୍ଡ଼ ଉଚ୍ଚ ଦର ତୁଳନାରେ ପ୍ରାୟ ୭,୬୦୦ ଟଙ୍କା ଶସ୍ତା ରହିଛି । ଅଗଷ୍ଟ ୨୦୨୦ରେ ୧୦ ଗ୍ରାମ୍ ସୁନାର (10 gram gold price today) ଦାମ୍ ୫୬ ହଜାର ଟଙ୍କାରୁ ଅଧିକ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ
ଦେଢ଼ ମାସ ହେଲା ଦର ବଢୁଛି
ଗତ ପ୍ରାୟ ଦେଢ଼ ମାସ ଧରି ସୁନାର ଦାମ୍ ଦ୍ରୁତ ଗତିରେ ବଢ଼ୁଥିବା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ସୁନାର ଦର ନିମ୍ନ ସ୍ତରରେ କାରବାର ହେଉଥିଲା । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନର (ଆଇବିଜେଏ, IBJA) ୱେବସାଇଟ୍ ଅନୁଯାୟୀ ଗତ ବାଣିଜ୍ୟ ଅଧିବେଶନରେ ବଜାର ଖୋଲିବା ସମୟରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୮,୫୫୩ ଟଙ୍କା ଥିଲା । ଗୁରୁବାର ଦିନ ବଜାର ଖୋଲିବା ସମୟରେ ୧୦ ଗ୍ରାମ୍ ସୁନାର ଦାମ୍ ୪୮,୫୯୩ ଟଙ୍କା ହୋଇଥିଲା, ଯାହା ଅଧିବେଶନ ବନ୍ଦ ହେବା ସମୟରେ ୪୮,୫୩୪ ଟଙ୍କାକୁ ଖସି ଆସିଥିଲା ।
ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବାର କାରଣ
ସୁନାରେ ବିନିଯୋଗ କରିବାର ଏବେ ଭଲ ସୁଯୋଗ
ବିନିଯୋଗ କରିବା ପାଇଁ ସୁନା ଏକ ସୁରକ୍ଷିତ ପଦାର୍ଥ । ଯେକୌଣସି ସଙ୍କଟ ସମୟରେ ନିବେଶକମାନେ ସୁନା ପ୍ରତି ଅଧିକ ଧ୍ୟାନ ଦିଅନ୍ତି । ଏବେ ନିରାପଦ ପୁଞ୍ଜି ବିନିଯୋଗ ପାଇଁ ନିବେଶକମାନେ ସୁନା ଆଡକୁ ମୁହାଁଉଛନ୍ତି । ଆସନ୍ତା ମାସଗୁଡ଼ିକରେ ସୁନାର ଦର ବୃଦ୍ଧି ହେବାକୁ ଯାଉଥିବାରୁ ସେମାନେ ଏହା କରୁଛନ୍ତି ।
ସୁନା ଦର ବୃଦ୍ଧି ହେବାର ଅନ୍ୟତମ କାରଣ କରୋନା ଭାଇରସ୍ ହୋଇପାରେ । ନିକଟରେ ଏକ ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ମାସଗୁଡ଼ିକରେ କରୋନାର ଏକ ତୃତୀୟ ଲହର ଆସିବାକୁ ଯାଉଛି । ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ଆଗାମୀ ସମୟରେ ସୁନାର ଦାମ୍ ପ୍ରତି ୧୦ ଗ୍ରାମ୍ ପିଛା ୫୦ ହଜାର ଟଙ୍କା ଅତିକ୍ରମ କରିବ । ତେଣୁ ସୁନାରେ ପୁଞ୍ଜି ବିନିଯୋଗ କରିବାର ବର୍ତ୍ତମାନ ଉପଯୁକ୍ତ ସମୟ ବୋଲି ସେମାନେ କହିଛନ୍ତି ।