ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ରାଜ୍ୟ ପାଇଁ ଉଦାହରଣ ଗଞ୍ଜାମର ଏହି ଗାଁ; କରୋନାର ୨ଟି ଲହରୀରେ ବି କେହି ସଂକ୍ରମିତ ହୋଇନାହାନ୍ତି

ରାଜ୍ୟ ପାଇଁ ଉଦାହରଣ ଗଞ୍ଜାମର ଏହି ଗାଁ; କରୋନାର ୨ଟି ଲହରୀରେ ବି କେହି ସଂକ୍ରମିତ ହୋଇନାହାନ୍ତି

୧,୨୦୦ରୁ ଅଧିକ ଲୋକ ରହୁଥିବା କରଞ୍ଜରା ଗ୍ରାମକୁ ଗଲା ବର୍ଷ ୫୦୦ ଲୋକ ଓ ଏ ବର୍ଷ ୬୦୦ ଲୋକ ବାହାର ରାଜ୍ୟରୁ ଫେରିଥିଲେ । ସବୁ କରୋନା ନିୟମକୁ କଡ଼ାକଡ଼ି ପାଳନ କରୁଥିବାରୁ ଖଲ୍ଲିକୋଟ ବ୍ଲକର ଏହି ଗାଁ ଏବେ ଏକ ଆଦର୍ଶ ଗାଁର ମାନ୍ୟତା ପାଇବାକୁ ଯାଉଛି ।

ରାଜ୍ୟ ପାଇଁ ଉଦାହରଣ ଗଞ୍ଜାମର ଏହି ଗାଁ; କରୋନାର ୨ଟି ଲହରୀରେ ବି କେହି ସଂକ୍ରମିତ ହୋଇନାହାନ୍ତି
କରଞ୍ଜରା ଗାଁର ପ୍ରତି ବ୍ୟକ୍ତି ସବୁ ବେଳେ ମାସ୍କ ପିନ୍ଧୁଥିବା ଦେଖାଯାଏ ।
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାସ ବେହେରା | News18 Odia Digital

ବ୍ରହ୍ମପୁର: ସାରା ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବା ଓ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଏମିତି ଏକ ଗାଁ ଅଛି ଯେଉଁଠି ଏହି ମହାମାରୀ ଆରମ୍ଭ ହେବା ଦିନଠାରୁ କୌଣସି ଲୋକ ଏଥିରେ ସଂକ୍ରମିତ ହୋଇ ନାହାନ୍ତି । ଏମିତି ସୁନାମ ପାଇଁ ଏବେ ଚର୍ଚ୍ଚାରେ ଅଛି ଖଲ୍ଲିକୋଟ ବ୍ଲକର କରଞ୍ଜରା ଗାଁ ।

କରୋନାର ଉଭୟ ପ୍ରଥମ ଓ ଦ୍ୱିତୀୟ ଲହରୀରେ ଏହି ଗାଁରେ ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି । ଗାଁର ପ୍ରତ୍ୟେକ ବ୍ୟକ୍ତି ଗଲା ବର୍ଷ ଏହି ମହାମାରୀର ଆରମ୍ଭ ସମୟଠାରୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିଆସୁଛନ୍ତି । ଗାଁରେ ବସିବା ବେଳେ ହେଉ ବା କାମ କରିବା ବେଳେ, ସବୁ କ୍ଷେତ୍ରରେ ମାସ୍କକୁ ଗୁରୁତ୍ବ ଦେଇଆସୁଛନ୍ତି ଗ୍ରାମବାସୀମାନେ । ସେଇଥି ପାଇଁ ଏ ପର୍ଯ୍ୟନ୍ତ ଏହି ଗାଁରେ କେହି କରୋନାର ସଂକ୍ରମଣ ହୋଇନାହାନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

କରଞ୍ଜରା ଗାଁରେ ଜଣେ ବି କରୋନା ସଂକ୍ରମଣ ହୋଇ ନ ଥିବା ଜାଣିବା ପରେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଏହି ଗାଁକୁ ଯାଇ ସ୍ଥିତି ତଦାରଖ କରିବା ପରେ ଏହି ଗାଁକୁ ଏକ ଆଦର୍ଶ ଗାଁର ମାନ୍ୟତା ଦିଆଯିବ ବୋଲି ଗ୍ରାମବାସୀଙ୍କୁ କହିଛନ୍ତି । ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଗ୍ରାମବାସୀମାନେ ।

ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ କରୋନା ନିୟମ କଡ଼ାକଡ଼ି ମାନନ୍ତି ।


୧,୨୦୦ରୁ ଅଧିକ ଲୋକ ରହୁଥିବା କରଞ୍ଜରା ଗ୍ରାମର ଅଧିକାଂଶ ପରିବାର ମତ୍ସ୍ୟଜୀବୀ । ଏଠାକାର ପ୍ରତ୍ୟେକ ଗ୍ରାମବାସୀ କରୋନାକୁ ନେଇ ବେଶ୍‌ ସଚେତନ । ଗାଁରେ ଯାହାକୁ ଦେଖିବ ତା’ ମୁହଁରେ ଦେଖିବାକୁ ମିଳିବ ମାସ୍କ । ସରକାରୀ କର୍ମଚାରୀ ହୁଅନ୍ତୁ ବା ପୋଲିସ କର୍ମୀ, କାହାକୁ କେବେ ଏହି ଗାଁକୁ ଆସି ଗ୍ରାମବାସୀମାନଙ୍କୁ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି କହିବାକୁ ପଡ଼ିନାହିଁ ।

ଏହା ବି ପଢ଼ନ୍ତୁ | ଅନୁପମ ଖେର୍‌ଙ୍କ ପତ୍ନୀ କିରଣଙ୍କୁ କ୍ୟାନସର୍; ଅପଡେଟ୍ ଦେଇ ଅନୁପମ କହିଲେ; ‘‘କଠିନ ଚିକିତ୍ସା, କିନ୍ତୁ…’’

‘‘ହୁଏତ ଆମେ ସହରୀ ସଭ୍ୟତାଠାରୁ ଦୂରରେ ଅଛୁ, ହେଲେ ଆମେ ସମସ୍ତେ କରୋନାକୁ ନେଇ ଭାରି ସଚେତନ । ଆମେ କରୋନା ନିୟମ ସବୁକୁ ଦେହ ମନ ବାକ୍ୟରେ ପାଳନ କରୁଛୁ ବୋଲି ଆଜି ପର୍ଯ୍ୟନ୍ତ ଆମ ଗାଁ କରୋନା ମୁକ୍ତ ହୋଇ ରହିଛି,’’ କହିଛନ୍ତି କରଞ୍ଜରା ଗ୍ରାମବାସୀ ବିଶ୍ବନାଥ ବେହେରା ।

ଏହା ବି ପଢ଼ନ୍ତୁ | Gold Price: ରେକର୍ଡ଼ ଉଚ୍ଚତାରୁ ଏବେ ବି ,୬୦୦ ଟଙ୍କା ଶସ୍ତା ଅଛି ସୁନା; ଏହି ମାସ ମହଙ୍ଗା ହୋଇଛି

୨୦୨୦ରେ କରୋନା ମହାମାରୀ ଆରମ୍ଭ ହେବା ସମୟରୁ ମାସ୍କ ଏହି ଗାଁର ଲୋକମାନଙ୍କର ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି । ବିନା ମାସ୍କରେ ଗାଁରେ ଜଣେ ବି ବ୍ୟକ୍ତି କେତେବେଳେ ଦେଖିବାକୁ ମିଳନ୍ତି ନାହିଁ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା ସହ କରୋନା ସମ୍ବନ୍ଧୀୟ ସବୁ ନିୟମ ମାନନ୍ତି ।

ଗାଁର ସ୍ୱାସ୍ଥ୍ୟ କର୍ମୀମାନେ ଲଗାତର ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତି ।


‘‘ଆମେ ଅଧିକାଂଶ ମତ୍ସ୍ୟଜୀବୀ ପରିବାର । ଆମେ ମାଛ ଧରିବାକୁ ସମୁଦ୍ରକୁ ଯିବା ବେଳେ ବି ମାସ୍କକୁ ଭୁଲୁ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଗାଁରେ କରୋନା ସଂକ୍ରମିତ ହୋଇଥିବା ଜଣେ ବି ଲୋକ ଚିହ୍ନଟ ହୋଇ ନାହାନ୍ତି । ଆମ ଗାଁକୁ କରୋନାକୁ ପ୍ରବେଶ କରାଇ ଦେବୁ ନାହିଁ ବୋଲି ଶପଥ କରି ସମସ୍ତେ ଗ୍ରାମବାସୀ ମିଳିମିଶି କାମ କରୁଛୁ,’’ କହିଛନ୍ତି ଗ୍ରାମବାସୀ ମନୁ ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛତିଶଗଡ଼ରେ ଜିଲ୍ଲାପାଳ ଜଣେ ଯୁବକକୁ ରାସ୍ତାରେ ପିଟିଲେ, ମୋବାଇଲ୍ ଭାଙ୍ଗିଲେ, କ୍ଷମା ମାଗିଲେ

କରଞ୍ଜରା ଗାଁରେ ଦୁଇ ଜଣ ଅଙ୍ଗନବାଡ଼ି କର୍ମୀ, ଜଣେ ଆଶା ଦିଦି, ଜଣେ ଏ.ଏନ୍‌.ଏମ୍‌. ଓ ଜଣେ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି । ଏହି ସ୍ବାସ୍ଥ୍ୟ କର୍ମୀମାନେ ପ୍ରତି ଦିନ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରନ୍ତି । ସେମାନଙ୍କ ଦ୍ବାରା କରାଯାଉଥିବା ସ୍ବାସ୍ଥ୍ୟ ଯାଞ୍ଚରେ ଗାଁର ସବୁ ଲୋକ ଭାଗ ନିଅନ୍ତି ।

‘‘ବଡ଼ କଥା ହେଉଛି ଏହି ଗାଁର କୌଣସି ବ୍ୟକ୍ତି ନିଜର କରୋନା ଲକ୍ଷଣକୁ ଲୁଚାଉ ନାହାଁନ୍ତି । ଯାହାର ବି କୌଣସି ଲକ୍ଷଣ ବାହାରେ ତାଙ୍କର ସ୍ୱାବ୍‌ ଟେଷ୍ଟ କରାଯାଇଛି । ଅନେକ ଲୋକଙ୍କ ଟେଷ୍ଟ କରାଯାଇଛି, ହେଲେ ଜଣଙ୍କର ବି ପଜିଟିଭ୍‌ ବାହାରି ନାହିଁ,’’ କହିଛନ୍ତି ଗାଁର ଅଙ୍ଗନବାଡ଼ି କର୍ମୀ ପ୍ରମିଳା ଗୌଡ଼ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କଜରା ରେଗୀତରେ ଜାହ୍ନବୀ କପୁରଙ୍କ ମଜାଳିଆ ନୃତ୍ୟର VIDEO କହୁଛି ସେ ଜଣେଡ୍ରାମା କ୍ୱିନ୍’!

ଏହି ଗାଁର ଅନେକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି । ଗତ ବର୍ଷ କରୋନା ସଂକ୍ରମଣ ଜନିତ ଲକଡାଉନ୍‌ ସମୟରେ ବିଭିନ୍ନ ରାଜ୍ୟରେ ନିଜର ଜୀବିକା ହରାଇ ୫୦୦ରୁ ଅଧିକ ଲୋକ ଗାଁକୁ ଫେରିଥିଲେ । ସେମାନଙ୍କୁ ଘରୋଇ ସଙ୍ଗରୋଧରେ ରଖିବା ସହ ସେମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିଲା । ଫଳରେ ଜଣେ ବି କରୋନାରେ ସଂକ୍ରମିତ ହୋଇ ନ ଥିଲେ ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ


‘‘ଗତ ବର୍ଷ ପରି ଏ ବର୍ଷ ବି ଗାଁକୁ ୬୦୦ରୁ ଅଧିକ ଲୋକ ବାହାର ରାଜ୍ୟରୁ ଫେରିଛନ୍ତି । ସେମାନଙ୍କର ବି କୌଣସି କରୋନା ଲକ୍ଷଣ ନାହିଁ । ଘରୋଇ ସଙ୍ଗରୋଧକୁ ପାଳନ କରିବା ସହ ଶୃଙ୍ଖଳିତ ଭାବେ ସେମାନେ ନିଜ ଘରେ ରହିଥିଲେ । ଏହା ଫଳରେ ଏ ବର୍ଷ ବି ବାହାର ରାଜ୍ୟରୁ ଆସିଥିବା ଜଣେ ବି କରୋନାରେ ସଂକ୍ରମିତ ହୋଇନାହାଁନ୍ତି । ଆମେ ଜିଲ୍ଳା ପ୍ରଶାସନର ସବୁ କଟକଣାକୁ ପାଳନ କରିଆସିଛୁ । ସେଇଥି ପାଇଁ ତ ଜିଲ୍ଲାପାଳ ଆମ ଗାଁକୁ ଆଦର୍ଶ ଗାଁର ମାନ୍ୟତା ଦେବାକୁ ଘୋଷଣା କରିବାକୁ ଯାଉଛନ୍ତି,’’ କହିଛନ୍ତି ଗାଁର ଅଙ୍ଗନବାଡ଼ି କର୍ମୀ ରୀନା ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

ଦାନପୁର ସରପଞ୍ଚ ମନୋଜ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ସବୁ କରୋନା କଟକଣାକୁ ପାଳନ କରୁଛନ୍ତି କରଞ୍ଜରା ଗାଁର ବାସିନ୍ଦାମାନେ । ‘‘ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରି ସବୁ ବେଳେ ସାମାଜିକ ଦୂରତା ରଖିବା ଓ ସାନିଟାଇଜିଂ କରିବା ଭଳି ସବୁ ନିୟମକୁ ଗ୍ରାମବାସୀମାନେ ପାଳନ କରୁଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ଏକତା ରହିଛି । ଏଠି ଯିଏ ବି ମାସ୍କ ନ ପିନ୍ଧିଥାନ୍ତି ତାଙ୍କୁ ଗାଁର ଅନ୍ୟ ଲୋକେ ମାସ୍କ ପିନ୍ଧବାକୁ ଓ କଟକଣା ପାଳନ କରିବାକୁ କହନ୍ତି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କର ପ୍ରଥମେ ଟେଷ୍ଟ କରିବା ପରେ ଗାଁକୁ ପ୍ରବେଶ କରିବାକୁ ଦିଆଯାଉଛି । ତା’ ପରେ ମଧ୍ୟ କିଛି ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ହିଁ ଘରୁ ବାହାରିବାକୁ ସେମାନଙ୍କୁ ଅନୁମତି ମିଳେ,’’ ସେ କହିଛନ୍ତି ।



‘‘କରଞ୍ଜରା ଗ୍ରାମର ବାସିନ୍ଦାମାନଙ୍କର ମନଯୋଗ ସହ କରୋନା କଟକଣା ମାନିବା ଯୋଗୁଁ ଆଜି ଏହି ଗାଁ ଦୁଇ ବର୍ଷ ହେଲା କରୋନାରୁ ମୁକ୍ତ ହୋଇ ରହିଛି । ଏହି ଗାଁ ଆଜି ସାରା ଜିଲ୍ଲାରେ ଏକ ଉଦାହରଣ ସାଜିଛି,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ।
Published by: Anand ST Das
First published: May 24, 2021, 11:26 PM IST