ଗଞ୍ଜାମରେ ଲକଡାଉନକୁ ଅମାନ୍ୟ କରି ମନ୍ଦିର ପ୍ରତିଷ୍ଠା କରୁଥିଲେ ଲୋକେ; ମନ୍ଦିର ସିଲ୍ ହେଲା

ଶହ ଶହ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେଉଥିବାର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ସ୍ଥାନୀୟ ପ୍ରଶାସନ ଜାଗିଥିଲା । ମନ୍ଦିର ସିଲ୍ କରିବା ପରେ ଗାଁରେ ୧୪୪ ଧାରା ଲଗାଯାଇଛି ।

ଗଞ୍ଜାମରେ ଲକଡାଉନକୁ ଅମାନ୍ୟ କରି ମନ୍ଦିର ପ୍ରତିଷ୍ଠା କରୁଥିଲେ ଲୋକେ; ମନ୍ଦିର ସିଲ୍ ହେଲା
ପୋଲିସ ଓ ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଞ୍ଜନଗର: ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା କରିବାକୁ ଜାରି ହୋଇଥିବା ଲକଡାଉନ୍‌ ସମୟରେ ଗଞ୍ଜାମ ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସବୁ କରୋନା କଟକଣାର ଅବହେଳା କରାଯାଇଥିବା ଦେଖାଯାଇଥିଲା । ଶହ ଶହ ଲୋକ ସାମାଜିକ ଦୂରତା ନ ରଖି ଏକତ୍ର ହୋଇଥିବାରୁ ସଂକ୍ରମଣ ବ୍ୟାପିବାର ଭୟ ସୃଷ୍ଟି ହୋଇଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଶେରଗଡ଼ ବ୍ଳକ୍‌ ଅନ୍ତର୍ଗତ କୃଷ୍ନଛାଇ ଗାଁର ଲୋକେ ଗାଁରେ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଏକ କଳଶ ଯାତ୍ରା ଆୟୋଜନ କରିଥିଲେ । ଲକଡାଉନ୍‌ ସମୟରେ ସବୁ ପ୍ରକାର ଧାର୍ମିକ ସମାବେଶ ଉପରେ ପ୍ରତିବନ୍ଧ ଥିଲେ ବି ତାକୁ ଅଣଦେଖା କରି ଏହି ଯାତ୍ରା ଆୟୋଜିତ ହୋଇଥିଲା । କଳଶ ଯାତ୍ରାରେ ଗାଁର ଶହ ଶହ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ସାମାଜିକ ଦୂରତା ରକ୍ଷା ହୋଇ ନ ଥିଲା ଓ ଖୁବ୍‌ କମ୍‌ ଲୋକ ମୁହଁରେ ମାସ୍କ ପିନ୍ଧିଥିଲେ ।

ଏହା ବି ପଢ଼ନ୍ତୁ | ‘‘ମୋ’ ଅକ୍ସିଜେନ୍ ସ୍ତର କମୁଛି… ଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ଶହ ଶହ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ୍ ହୋଇଥିଲେ ।


ଏହି କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହେବା ପରେ ସ୍ଥାନୀୟ ପ୍ରଶାସନ ଜାଗିଥିଲା । ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜିଙ୍କ ସମେତ ଶେରଗଡ଼ ତହସିଲଦାର, ବିଡିଓ ଓ ଥାନା ଅଧିକାରୀ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରାଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକୁ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଓ ଗାଁରେ ୧୪୪ ଧାରା ଲଗାଇଥିଲେ । ଲକ୍ଷ୍ମୀ ନୃସିଂହ ମନ୍ଦିରକୁ ବି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ବର୍ତ୍ତମାନର ମହା ବିପତ୍ତିରେ ଏମିତି କୌଣସି ଧାର୍ମିକ କାର୍ୟ୍ୟକ୍ରମ ଆୟୋଜିତ ହେବା ଉଚିତ ନୁହେଁ । କିଏ ଓ କାହିଁକି ଏହାର ଆୟୋଜନ ପାଇଁ ଅନୁମତି ଦେଇଥିଲା ତା’ର ତଦନ୍ତ ଚାଲିଛି । ଲକଡାଉନ୍‌ ନିୟମ ମାନିବାକୁ ଓ ଜନ ସମାଗମ ହେବା ପରି କୌଣସି କାର୍ଯ୍ୟକ୍ରମ ଆୟୋଜନରୁ ନିବୃତ ରହିବାକୁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ,’’ କହିଛନ୍ତି ଉପ-ଜିଲ୍ଲାପାଳ ରାଞ୍ଜେନ୍ଦ୍ର କୁମାର ମିଞ୍ଜି ।



ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଚାଲିଛି । କରୋନାକୁ ହରାଇବା ପାଇଁ ଗ୍ରାମାଞ୍ଚଳର ମଧ୍ୟ ଲୋକେ ଶପଥ ନେଇଥିବା ବେଳେ କୃଷ୍ଣଛାଇ ଗ୍ରାମରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କେମିତି ଗ୍ରାମ ପଞ୍ଚାୟତ ଅନୁମତି ଦେଲା ତାହା ପ୍ରଶ୍ନ ହୋଇ ରହିଛି ।
Published by: Anand ST Das
First published: May 10, 2021, 11:06 PM IST