ପାଗଳ ବେଶ ଧରି ଗାଁ ଗାଁ ବୁଲୁଛନ୍ତି ପ୍ରଧାନ ଶିକ୍ଷକ; ଉଦ୍ଦେଶ୍ୟ: ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେବା

‘‘ହସୁଛି କରୋନା, ଜଳୁଛି ଚିତା; ତ୍ରାହି ତାହି ଡାକୁଛନ୍ତି ସାରା ଜନତା; ଉଦ୍ଧାର କର ହେ ପ୍ରଭୁ ଦାରୁ ଦେବତା,’’ ଏମିତି ଗୀତ ଗାଇ ବୁଲୁଥିବା ଲମ୍ବା ଦାଢ଼ୀଧାରୀ ବ୍ୟକ୍ତି ବାସ୍ତବରେ ଜଣେ ପ୍ରଧାନ ଶିକ୍ଷକ ।

ପାଗଳ ବେଶ ଧରି ଗାଁ ଗାଁ ବୁଲୁଛନ୍ତି ପ୍ରଧାନ ଶିକ୍ଷକ; ଉଦ୍ଦେଶ୍ୟ: ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେବା
ଏକ ଗ୍ରାମରେ ପାଗଳ ବେଶରେ ଗୀତ ଗାଉଛନ୍ତି ପ୍ରଧାନ ଶିକ୍ଷକ ରାମ ଗୋପାଳ ପାଢ଼ୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାସ ବେହେରା | News18 Odia Digital

ବ୍ରହ୍ମପୁର: କରୋନା ସଂକ୍ରମଣ ସଙ୍କଟ କ୍ରମଶଃ ଭୟାବହ ହେଉଥିବାରୁ ଏହାର ମୁକାବିଲାରେ ଯୋଗଦାନ ଦେବା ପାଇଁ ଜଣେ ପ୍ରଧାନ ଶିକ୍ଷକ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ବିଦ୍ୟାଳୟ ବନ୍ଦ ଥିଲେ ବି ସେ ବିଦ୍ୟାଳୟକୁ ଆସି ନିଜ କାର୍ଯ୍ୟ ଶେଷ କରିବା ପରେ ନିଜକୁ ପାଗଳ ବେଶରେ ସଜାଉଛନ୍ତି ଓ ତା’ ପରେ ଗାଁ ଗାଁ ବୁଲି କରୋନାକୁ ନେଇ ବିଭିନ୍ନ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

‘‘ହସୁଛି କରୋନା, ଜଳୁଛି ଚିତା; ତ୍ରାହି ତାହି ଡାକୁଛନ୍ତି ସାରା ଜନତା; ଉଦ୍ଧାର କର ହେ ପ୍ରଭୁ ଦାରୁ ଦେବତା,’’ ଏମିତି ଗୀତ ଗାଇ ବୁଲୁଥିବା ଲମ୍ବା ଦାଢ଼ୀଧାରୀ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମହାଦେଇପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ଗୋପାଳ ପାଢ଼ୀ । ଗତ ବର୍ଷ କରୋନା ସଂକ୍ରମଣରେ ପୀଡ଼ିତ ହେବା ପରେ ସେ ବହୁ କଷ୍ଟରେ ଏହି ରୋଗରୁ ମୁକ୍ତି ପାଇଥିଲେ । ଏ ବର୍ଷ ପୁଣି କରୋନାର ଲେଉଟିଥିବାରୁ ତାଙ୍କ ଗାଁ ଓ ଆଖପାଖ ଗାଁର ଲୋକେ ଯେମିତି ଏହି ରୋଗରେ ନ ପଡ଼ିବେ ସେ ନେଇ ସେ ବୁଲି ବୁଲି ଗ୍ରାମବାସୀଙ୍କୁ ସଚେତନ କରାଉଛନ୍ତି । ଲୋକେ ଏହି ପାଗଳ ବେଶଧାରୀ ଶିକ୍ଷକଙ୍କ ଗୀତ ମାଧ୍ୟମରେ କରୋନା ସଚେତନ ବାର୍ତ୍ତାକୁ ଶୁଣି ଆଶ୍ଚର୍ଯ୍ୟ ହେବା ସହ ନିଜ ବ୍ୟବହାରରେ ପରିବର୍ତ୍ତନ କରୁଛନ୍ତି ଓ କରୋନା ନିୟମକୁ ପାଳନ କରୁଛନ୍ତି ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ପ୍ରଧାନ ଶିକ୍ଷକ ରାମ ଗୋପାଳ ପାଢ଼ୀ ଗତ ବର୍ଷ କରୋନା ସଂକ୍ରମଣ ସମୟରେ ଏକ ସଙ୍ଗରୋଧ କେନ୍ଦ୍ରର ଦାୟିତ୍ବରେ ଥିଲେ । ଗତ ବର୍ଷ ପାତ୍ରପୁର ବ୍ଳକକୁ ପ୍ରବାସୀମାନେ ଫେରିଥିବା ବେଳେ ସେମାନଙ୍କର ସେବା କରିଥିଲେ ସେ । ପ୍ରବାସୀମାନଙ୍କର ଏଭଳି ସେବା କରୁ କରୁ ଦିନେ ସେ କରୋନାରେ ସଂକ୍ରମଣ ହୋଇଥିଲେ । ବହୁ ଚିକିତ୍ସା ଓ ଅନେକ କଷ୍ଟ ଯନ୍ତ୍ରଣା ସହିବା ପରେ ସେ ସୁସ୍ଥ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ନିଜ କାର୍ଯ୍ୟାଳୟରେ ପ୍ରଧାନ ଶିକ୍ଷକ ରାମ ଗୋପାଳ ପାଢ଼ୀ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

‘‘ଲୋକେ ମୁଁ ଗାଉଥିବା ଗୀତ ଓ ସେଥିରେ ଥିବା ବାର୍ତ୍ତା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ମୁଁ ନିଜକୁ ପାଗଳ ବେଶରେ ସଜାଉଛି । ଗାଁ ଗାଁ ବୁଲି ଲୋକଙ୍କୁ କରୋନା ନେଇ ସଚେତନ କରୁଛି । ଆମ ସମାଜରେ ପାଗଳକୁ ଲୋକେ ବେଶୀ ଧ୍ୟାନ ଦେଇ ଦେଖନ୍ତି ଓ ଶୁଣନ୍ତି । ମାଳିକାରେ ରହିଛି ଯେ ପାଗଳ ଯାହା କହେ ତାହା ମନୁଷ୍ୟ ପାଇଁ ଦରକାରୀ । ତେଣୁ ଏଭଳି ପାଗଳ ସାଜି ଲୋକଙ୍କୁ ସଚେତନ କରାଉଛି । ଆଶା ରଖୁଛି ଗ୍ରାମବାସୀମାନେ ମୋ’ ସଚତନତା ବାର୍ତ୍ତାକୁ ହୃଦୟଙ୍ଗମ୍ କରିବେ ଓ କରୋନା କଟକଣା ପାଳନ କରିବେ,’’ କହିଛନ୍ତି ପାଗଳ ବେଶଧାରୀ ରାମ ଗୋପାଳ ପାଢ଼ୀ ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ସେ ବିଭିନ୍ନ ପ୍ରକାରର ଗୀତ ଗାଇବା ସହ ଢଗ ଢମାଳି କହି ଲୋକଙ୍କୁ ହସାନ୍ତି ଓ ସେଥିରେ କରୋନା ନେଇ ସଚେତନତାର ବାର୍ତ୍ତା ଦିଅନ୍ତି । ତାଙଅକର ଏହି ନିଆରା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏପରିକି ରାମ ଗୋପାଳଙ୍କ କରୋନା ନେଇ ସେଚତନତା ବାର୍ତ୍ତାର ଏକ ଭିଡ଼ିଓ ଭାଇରଲ ହେବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ତାଙ୍କୁ ପ୍ରଶଂସା କରିଛନ୍ତି ।

ନିଜକୁ ପାଗଳ ବେଶରେ ସଜାଉଛନ୍ତି ପ୍ରଧାନ ଶିକ୍ଷକ ରାମ ଗୋପାଳ ପାଢ଼ୀ ।


‘‘ରାମ ଗୋପାଳଙ୍କ ଏଭଳି ସଚେତନତାମୂଳକ କାର୍ଯ୍ୟ ଯୋଗୁଁ ଆମ ଶିକ୍ଷକ ସମାଜ ଆଜି ଗର୍ବିତ ଅନୁଭବ କରୁଛି । ଗୀତ ଗାଉଥିବା ପାଗଳ ଜଣକ ଶିକ୍ଷକ ବୋଲି ଗ୍ରାମବାସୀ ମାନେ ଜାଣି ନ ଥିଲେ ବି ତାଙ୍କ କରୋନା ସଚେତନତା ବାର୍ତ୍ତାକୁ ମନଦେଇ ଶୁଣୁଛନ୍ତି,’’ କହିଛନ୍ତି ଶିକ୍ଷକ ସଙ୍ଘର ସଦସ୍ୟା ନିଶାମଣୀ ପ୍ରଧାନ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ଆମ୍ବପୁର ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାମଗୋପାଳ ଜଣେ ପ୍ରଧାନ ଶିକ୍ଷକ ହୋଇଥିଲେ ମଧ୍ୟ ନିଜ ସମ୍ମାନକୁ ନ ଦେଖି ଏଭଳି ପାଗଳ ବେଶରେ ସମାଜ ତଥା ଗ୍ରାମବାସୀଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିବା ଅନେକଙ୍କୁ ପ୍ରେରଣା ଯୋଗାଇଛି ।



‘‘ରାମ ଗୋପାଳ ପୂର୍ବରୁ ମଧ୍ୟ ବିଭିନ୍ନ ବିଷୟ ନେଇ ସଚେତନତା ସୃଷ୍ଟି କରି ଆମ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ଆମ ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ତାଙ୍କୁ ଖୋଜା ପଡ଼େ । ତାଙ୍କ ମତାମତ ନେଇ ବିଭିନ୍ନ କାର୍ଯ୍ୟ ଆଗକୁ ବଢ଼ାଯାଏ । ସମାଜର ସ୍ୱାସ୍ଥ୍ୟ ପାଇଁ ସେ ଏବେ କରୁଥିବା ମହତ୍‌ କାର୍ଯ୍ୟକୁ ନେଇ ଆମେ ଗର୍ବିତ ଅନୁଭବ କରୁଛୁ,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ସଂଗ୍ରାମ କେଶରୀ ନାୟକ ।
Published by: Anand ST Das
First published: May 1, 2021, 11:55 PM IST