‘‘ଗଞ୍ଜାମରେ ସକ୍ରିୟ ଅଛି କରୋନାର ୧୯ଏ ଓ ୧୯ବି କ୍ଲେଡ୍; ସେଇଥି ପାଇଁ ମୁଣ୍ଡ ଗଡୁଛି’’

ଗତ ୧୦ ଦିନରେ ରାଜ୍ୟରେ ୧୧୩ ଜଣଙ୍କ ଜୀବନ ଯାଇଥିବା ବେଳେ କେବଳ ଗଞ୍ଜାମରେ ଗଲାଣି ୩୭ ଜଣଙ୍କ ଜୀବନ । ତାଜା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭,୧୨୨ ଥିବା ବେଳେ କେବଳ ଗଞ୍ଜାମରେ ଏହି ସଂଖ୍ୟା ହେଉଛି ୧୫,୪୯୮ ।

‘‘ଗଞ୍ଜାମରେ ସକ୍ରିୟ ଅଛି କରୋନାର ୧୯ଏ ଓ ୧୯ବି କ୍ଲେଡ୍; ସେଇଥି ପାଇଁ ମୁଣ୍ଡ ଗଡୁଛି’’
ଗତ ମେ‘ ମାସରେ ଗଞ୍ଜାମକୁ ଫେରିଥିଲେ ହଜାର ହଜାର ପ୍ରବାସୀ ଓଡ଼ିଆ (ଫାଇଲ୍‌ ଫଟୋ)
  • News18 Odia
  • Last Updated: August 19, 2020, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଟେନସନ ବଢାଉଛି ଗଞ୍ଜାମ ଜିଲ୍ଲାରେ ବଢ଼ିଚାଲିଥିବା କରୋନା ଭାଇରସ୍‌ ସଂକ୍ରମଣ ଓ ସେଥି ଯୋଗୁଁ ବଢ଼ୁଥିବା ମୃତ୍ୟୁ ଯୋଗୁଁ ଏହି ଜିଲ୍ଲା ସମଗ୍ର ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇ ରହିଛି । ଯଦିଏ ଏବେ ସଂକ୍ରମିତ କିଛିଟା କମୁଛନ୍ତି, କିନ୍ତୁ ମୃତ୍ୟୁ ଉପରେ ରୋକ ଲାଗିପାରୁନି ।

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲାକୁ ସୁଦୃଢ଼ କରିବା ପାଇଁ ସ୍ବତନ୍ତ୍ର ଭାବରେ ତିନି ଜଣ ବରିଷ୍ଠ ଆଇଏଏସ, ୧୧ ଜଣ ଓଏଏସ ଓ ୪୭ ଜଣ ଓଆରଏସ ନିଯୁକ୍ତ ହୋଇଥିଲେ । ଚିନ୍ତାଜନକ ସ୍ଥିତିର ମୁକାବିଲା ପାଇଁ ଅଫିସର, ଡ଼ାକ୍ତର ଓ ଟେକ୍ନିସିଆନଙ୍କ ସମେତ ଏକା ସାଙ୍ଗରେ ମୋଟ ୨୧୮ ଜଣଙ୍କୁ ଗଞ୍ଜାମ ପଠାଇଥିଲେ ସରକାର । ଏବେ ପୂର୍ବ ଅପେକ୍ଷା ଦ୍ରୁତ ସଂକ୍ରମଣରେ ରୋକ ଲାଗିଥିବା ବେଳେ ମୃତ୍ୟୁ ଉପରେ ଲାଗି ପାରୁନି ବ୍ରେକ ।  ପ୍ରତି ଦିନ ଆସୁଥିବା ଆସୁଥିବା ମୃତ୍ୟୁ ହାରର ସିଂହଭାଗ ଯାଉଛି ଗଞ୍ଜାମକୁ ।

ସରକାରୀ ତଥ୍ୟ ଅନୁସାରେ ଗତ ୧୦ ଦିନରେ ରାଜ୍ୟରେ ୧୧୩ ଜଣଙ୍କ ଜୀବନ ଯାଇଥିବା ବେଳେ କେବଳ ଗଞ୍ଜାମରେ ଗଲାଣି ୩୭ ଜଣଙ୍କ ଜୀବନ । ତାଜା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭,୧୨୨ ଥିବା ବେଳେ କେବଳ ଗଞ୍ଜାମରେ ଏହି ସଂଖ୍ୟା ହେଉଛି ୧୫,୪୯୮ । ରାଜ୍ୟରେ ସର୍ବମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୨ ଥିବା ବେଳେ ଗଞ୍ଜାମରେ ଏହା ୧୬୨ ।

ବରିଷ୍ଠ ନ୍ୟୁରୋସର୍ଜନ ଅଶୋକ ମହାପାତ୍ର


‘‘ଗଞ୍ଜାମରେ ସକ୍ରିୟ ଅଛି ୧୯ଏ ଓ ୧୯ବି ଭାଇରସ । ସେଇଥି ପାଇଁ ମୁଣ୍ଡ ଗଡୁଛି । କରୋନା ଭାଇରସର ଏହି ଦୁଇଟି କ୍ଲେଡ୍‌ ସବୁ ଠୁ ମାରାତ୍ମକ । ଏଥିରୁ ମୁକୁଳିବାକୁ ସଚେତନତା ହିଁ ଏକ ମାତ୍ର ବାଟ,’’ କହିଛନ୍ତି ବରିଷ୍ଠ ନ୍ୟୁରୋସର୍ଜନ ଅଶୋକ ମହାପାତ୍ର ।

କୋଭିଡ ଡାକ୍ତର ଡଃ ସସ୍ମୀତା ନାୟକ


କୋଭିଡ ଡ୍ୟୁଟିରେ ଥିବା ଡାକ୍ତରମାନେ କହିଛନ୍ତି ଯେ କରୋନା ଭାଇରସ ଯେତିକି ମାରାତ୍ମକ ନୁହେଁ ତାକୁ ମୁକାବିଲା କରିବା ପାଇଁ ନୟୋଜିତ ଉପା ସବୁରେ କୋହଳତା ତାକୁ ମାରାତ୍ମକ ବନାଉଛନ୍ତି । ‘‘ଏଥିପାଇଁ ସରକାରଙ୍କୁ ପୂର୍ବରୁ ଠିକଣା ଢଙ୍ଗରେ ପ୍ରସ୍ତୁତି କରିବାର ଥିଲା । ପ୍ରଥମରୁ ପ୍ଳାଜମା ବ୍ୟାଙ୍କର ବ୍ୟବସ୍ଥା ସହ ସଚେତନତା ଉପରେ ବିଶେଷ ଫୋକସ କରିବାର ଥିଲା । ଯେହେତୁ ବିଳମ୍ବରେ  ପ୍ଳାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଛି ଓ ସରକାର ଗୁରୁତ୍ବର ସହକାରେ ଏହା ଉପରେ ଦୃଷ୍ଟି ଦେଇଛନ୍ତି, ଏବେ ବି ସମୟ ଅଛି ସଂକ୍ରମଣକୁ ରୋକିବା ପାଇଁ,’’ କହିଛନ୍ତି କୋଭିଡ ଡାକ୍ତର ଡଃ ସସ୍ମୀତା ନାୟକ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

ସେ ଆହୁରି କହିଛନ୍ତି ଯେ ସ୍ଥାନୀୟ ସ୍ତରରେ ପ୍ରଶାସନକୁ ବେଶୀ ଆକ୍ଟିଭ ହେବା ଓ ଚିକିତ୍ସା ଉପରେ ବେଶୀ ଗୁରତ୍ବ ଦେବାକୁ ପଡ଼ିବ। ‘‘କୋଭିଡ ନିୟମକୁ ସମସ୍ତେ କଡାକଡି ପାଳନ କରିବା ସହ ଅଧିକରୁ ଅଧିକ ସଚେତନ ହେବା ଉଚିତ,’’ ସେ କହିଛନ୍ତି ।



କିଛି ଦିନ ହେବ ଗଞ୍ଜାମକୁ ପଛରେ ପକାଇ ଖୋର୍ଦ୍ଧା ଆଗରେ ଅଛି, ହେଲେ ଗଞ୍ଜାମରେ ମୃତ୍ୟୁ ଉପରେ ଲାଗି ପାରୁନି ରୋକ । ଏହା ଏବେ ସରକାରଙ୍କ ପାଇଁ ଏବ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।
Published by: Anand Shankar Thankur Das
First published: August 19, 2020, 11:50 PM IST
corona virus btn
corona virus btn
Loading