News18 Odia Digital
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଟିକାକରଣ ସ୍ବାଭାବିକ ହୋଇଛି । ଭୁବନେଶ୍ବର ପରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାରେ ସୋମବାରଠାରୁ କୋଭାକ୍ସିନ୍ ଟିକା ଲୋକଙ୍କୁ ଦିଆଯାଉଛି । ଉଭୟ ଅନଲାଇନ ଓ ଅଫଲାଇନରେ ଲୋକଙ୍କୁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି ।
ଜିଲ୍ଲାରେ କୋଭାକ୍ସିନର ପ୍ରଥମ ଡ଼ୋଜ୍ ଦିଆଯାଇଥିବା ବେଳେ କୋଭିସିଲ୍ଡ଼ର ଦ୍ବିତୀୟ ଡ଼ୋଜ୍ ମଧ୍ୟ ଦିଆଯାଇଛି । କୋଭାକ୍ସିନର ପ୍ରଥମ ଡ଼ୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ଟିକା ନେବା ପାଇଁ କିଛି କେନ୍ଦ୍ରରେ ଭିଡ଼ ରହିଥିବା ବେଳେ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମସ୍ତଙ୍କୁ ଟିକାକରଣ କରାଯିବ ସେ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କ’ଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁରବିବାର ଦିନ ଗଞ୍ଜାମ ଜିଲ୍ଲାକୁ କୋଭାକ୍ସିନ ଟିକା ଆସିଛି ବୋଲି ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ପରେ ଲୋକେ ଅନଲାଇନ୍ ଯୋଗେ ସ୍ଳଟ୍ ବୁକ୍ କରିଥିଲେ । ସୋମବାରଠାରୁ ସହରର ଟିକାକରଣ କେନ୍ଦ୍ରଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଜିଲ୍ଲାର ସବୁ ବ୍ଳକରେ କୋଭାକ୍ସିନର ପ୍ରଥମ ଡ଼ୋଜ୍ ଓ କୋଭିସିଲଡ଼ର ଦ୍ବିତୀୟ ଡ଼ୋଜ୍ ଲୋକଙ୍କୁ ଦିଆଯାଉଛି ।

ବ୍ରହ୍ମପୁରରେ ଏକ ଟିକାକରଣ କେନ୍ଦ୍ରରେ ଜଣେ ମହିଳା ଟିକା ନେଉଛନ୍ତି ।
’‘ବ୍ରହ୍ମପୁର ସହରର ଟିକାକରଣ କେନ୍ଦ୍ରଗୁଡ଼ିକରେ କିଭଳି ଶାନ୍ତିଶୃଙ୍ଖଳାରେ ଟିକା ଲୋକଙ୍କୁ ଦିଆଯିବ ସେ ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଟିକାକରଣ କେନ୍ଦ୍ରଗୁଡ଼ିକରେ ୨୦୦ ଡ଼ୋଜ୍ ସ୍ଳଟ୍ ବୁକିଂ କରିଥିବା ଲୋକଙ୍କୁ ଦିଆଯାଉଥିବା ବେଳେ ୧୦୦ ଡ଼ୋଜ୍ ଅଫଲାଇନରେ ଆସି ପରିଚୟ ଦେଖାଉଥିବା ଲୋକଙ୍କୁ ଦିଆଯାଉଛି । ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ସବୁ ଲୋକଙ୍କୁ କୋଭାକ୍ସିନର ପ୍ରଥମ ଡ଼ୋଜ୍ ଦିଆଯାଇଛି । ସହରର ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଦୁଇ ଜଣ ଭେକ୍ସିନେଟର୍ ଓ ଦୁଇ ଜଣ ଡାଟା ଅପରେଟର୍ ନିୟୋଜିତ ଅଛନ୍ତି,’’ କହିଛନ୍ତି ମେଡିକାଲ୍ ଅଫିସର୍ ଇନ୍-ଚାର୍ଜ ପ୍ରକାଶ ଚନ୍ଦ୍ର ମହାପାତ୍ର ।
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେବ୍ରହ୍ମପୁର ସହରରେ ମୋଟ ୧୫ଟି ଟିକାକରଣ କେନ୍ଦ୍ର କରାଯାଇଛି । ଏଥିରୁ ୧୧ଟି କେନ୍ଦ୍ରରେ କୋଭାକ୍ସିନର ପ୍ରଥମ ଡ଼ୋଜ୍ ଓ ଛଅଟି କେନ୍ଦ୍ରରେ କୋଭିସିଲଡ଼ ଦ୍ବିତୀୟ ଡ଼ୋଜ୍ ଲୋକଙ୍କୁ ଦିଆଯାଉଛି । ସହରରେ ଅନେକ ଲୋକ କୋଭାକ୍ସିନ ଟିକା ପାଇଁ ଅପେକ୍ଷା କରିଥିଲେ । କୋଭାକ୍ସିନ ଟିକା ନେଇ ସେମାନେ ବେଶ୍ ଖୁସି ଅଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ବିରାଟ ପଚାରିଲେ ସ୍ମୃତିଙ୍କୁ, ‘Love Marriage କରିବ ନା ଆରେଞ୍ଜଡ୍ ମ୍ୟାରେଜ୍?’ ଗଜବ ଉତ୍ତର ଆସିଲା‘‘ଉଭୟ ଅନଲାଇନ ଓ ଅଫଲାଇନ୍ ଯୋଗେ ଟିକା ନେବାର ଜିଲ୍ଲା ପ୍ରଶାସନ ସୁବିଧା କରିଥିବା ଯୋଗୁଁ ଅନେକ ଲୋକ ଟିକା ନେବାରେ ସକ୍ଷମ ହୋଇପାରିଛନ୍ତି । ସହରର କିଛି ଟିକାକରଣ କେନ୍ଦ୍ରରେ ଅପେକ୍ଷାକୃତ ଅଧିକ ଭିଡ଼ ରହିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପପେ ସଠିକ ଢଙ୍ଗରେ ଟିକାକରଣ କରାଯିବାରୁ ସମସ୍ତେ ଟିକା ନେଉଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଟିକା ନେବା ସହ ସଚେତନ ରହିବା ଆବଶ୍ୟକ,’’ କହିଛନ୍ତି ଟିକା ନେଇଥିବା ମୋନାଲିସା ସାମନ୍ତ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ଓ ପତ୍ନୀ କିରଣ ରାଓଙ୍କ Love Storyର The End! ଦୁହିଁଙ୍କ ଛାଡ଼ପତ୍ର ହେଲାବରିଷ୍ଠ ଚିକିତ୍ସକ ଡ଼ା.ସୁନୀଲ କୋଟା କହିଛନ୍ତି, ‘‘କୋଭାକ୍ସିନ ଟିକା ୭୮ ପ୍ରତିଶତ ଉପାଦେୟ ରହିଛି । ଏହା ଛଡ଼ା ଲକ୍ଷଣବିହୀନ ସଂକ୍ରମଣକୁ ରୋକିବାରେ ଏହା ୬୩ ପ୍ରତିଶତ ଓ ଡ଼େଲଟା ଭାଇରସ ବିରୁଦ୍ଧରେ ଲଢ଼ିବା ପାଇଁ ଏହା ୬୫ ପ୍ରତିଶତ କାମ କରେ ବୋଲି ଭାରତ ବାୟୋଟେକ୍ ଜରିଆରେ ତଥ୍ୟ ପ୍ରକାଶିତ ହୋଇଥିଲା । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ସମୟ ଆସିଲେ ଟିକା ନେବା ଜରୁରୀ ।’’
‘‘ଗଞ୍ଜାମ ଜିଲ୍ଲାକୁ ୧ ଲକ୍ଷ ୪୦ ହଜାର କୋଭାକ୍ସିନ୍ ଓ ୮୫ ହଜାର କୋଭିସିଲଡ୍ ଡ଼ୋଜ୍ ଆସିଛି । ପ୍ରତି ଦିନ ୪୦ରୁ ୫୦ ହଜାରରୁ ଅଧିକ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଛି । ଏକ ସପ୍ତାହ ମଧ୍ୟରେ ଆସିଥିବା ଟିକାକୁ ଶେଷ କରାଯିବା ନେଇ ମଧ୍ୟ ଯୋଜନାର ରହିଛି,’’ କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।