ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଗଞ୍ଜାମରେ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ଶବ ଛାଡ଼ି ଚାଲିଯାଉଛନ୍ତି ପରିବାର ଲୋକେ

ଗଞ୍ଜାମରେ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ଶବ ଛାଡ଼ି ଚାଲିଯାଉଛନ୍ତି ପରିବାର ଲୋକେ

ଦୁଇ ଦୁଇଟି ଘଟଣାରେ ଦେଖାଯାଇଛି ଯେ କରୋନା ସଂକ୍ରମଣ ଭୟରେ ମୃତ ବ୍ୟକ୍ତିଙ୍କ ପରିବାର ଓ ପରିଜନ ଶବ ସଂସ୍କାର କରିବାକୁ ଅନିଚ୍ଛା ପ୍ରକାଶ କରି ଶବ ଛାଡ଼ି ଚାଲିଯାଉଛନ୍ତି ।

ଗଞ୍ଜାମରେ କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ଶବ ଛାଡ଼ି ଚାଲିଯାଉଛନ୍ତି ପରିବାର ଲୋକେ
ବୁଧବାର ଦିନ ଆସିକା ହସପିଟାଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଏମିତି ଘଟଣା ଘଟିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଞ୍ଜନଗର: ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଦୈନିକ ହଜାର ହଜାର ଲୋକ ସଂକ୍ରମିତ ହେଉଥିବାରୁ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଏମିତି ଭୟ ସୃଷ୍ଟି ହୋଇଛି ଯେ କରୋନାରେ ସଂକ୍ରମିତଙ୍କ ମୃତ୍ୟୁ ପରେ ତାଙ୍କ ଶବ ନେବାକୁ ପରିବାର ଲୋକେ ମନା କରିଦେଉଥିବାର ଘଟଣା ବଢ଼ିଚାଲିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

ଗଞ୍ଜାମ ଜିଲ୍ଲାରେ ଦୁଇ ଥର ଏମିତି ଘଟଣା ଦେଖିବାକୁ ମିଳିଲାଣି । କରୋନା ସଂକ୍ରମଣରେ ନିଜ ଲୋକ ମରିଗଲା ପରେ ବି ଶବର ପାଖ ମାଡୁନାହାଁନ୍ତି ତାଙ୍କ ପରିବାର ସଦସ୍ୟମାନେ । କିଛି ଦିନ ତଳେ ହିଞ୍ଜିଳିକାଟୁର ସମରଝୋଳ ଗାଁରେ ଡି. ଗୋବିନ୍ଦ ନାମକ ଜଣେ ବ୍ୟକ୍ତିଙ୍କର ଅସୁସ୍ଥତା ପରେ ନିଜ ଘରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁଁ ହୋଇଥିବା ସନ୍ଦେହ କରି ତାଙ୍କ ଶବ ସଂସ୍କାର କରିବା ପାଇଁ ପାଖ ପଡ଼ିଶା ତ ଦୂରର କଥା, ତାଙ୍କ ପରିବାର ଲୋକେ ବି ଆସି ନ ଥିଲେ । ବାଧ୍ୟ ହୋଇ ହିଞ୍ଜିଳିକାଟୁ ମ୍ୟୁନିସପାଲଟିର ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପିପିଇ କିଟ୍ ପିନ୍ଧି ମୃତ ଦେହର ଅନ୍ତିମ ସଂସ୍କାର କରିଥିଲେ ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ଏମିତି ଘଟଣା ସାରା ଗଞ୍ଜାମରେ ଚର୍ଚ୍ଚାର ବିଷୟ ପାଲଟିଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ବୁଧବାର ଦିନ ଆସିକା ହସପିଟାଲ ପରିସରରେ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ବାଲିପଦର ଅଞ୍ଚଳର କେ. ଶମେଶ୍ଵର ପାତ୍ର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ବୁଧବାର ସକାଳେ ମୃତ୍ୟୁ ହୋଇଯିବା ପରେ ତାଙ୍କ ପରିବାର ଲୋକେ ମୃତ ଦେହ ଛାଡ଼ି ଚାଲିଯାଇଥିଲେ । ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

‘‘କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପାର୍ଥିବ ଶରୀର ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ । କରୋନାରେ ସଂକ୍ରମିତ ନ ହୋଇ ବି କେହି ଅସୁସ୍ଥତା ପରେ ପ୍ରାଣ ହରେଇଲେ ଲୋକେ ତାଙ୍କ ପାଖକୁ ଯିବାକୁ ଡରୁଛନ୍ତି । ଏମିତି ହେବା ଉଚିତ ନୁହେଁ । ସମସ୍ତେ ମିଳିମିଶି ଅସମୟରେ କାର୍ଯ୍ୟ କଲେ କରୋନା ହାରିବ,’’ କହିଛନ୍ତି ହିଞ୍ଜିଳିକାଟୁ ପୌର ପରିଷଦର ମୁଖ୍ୟ ଅଧିକାରୀ ମନୋରଞ୍ଜନ ସାହୁ ।



ବରିଷ୍ଠ ସମାଜସେବୀ ଏ. ବ୍ରହ୍ମାନନ୍ଦ ଅଚାରୀ ଏମିତି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ‘‘ଏମିତି ଘଟଣା କ୍ରମାଗତ ଭାବେ ଘଟୁଥିବା ଦେଖି ଦୁଖ ଲାଗୁଛି । ଆମ ସମାଜ କୁଆଡ଼କୁ ଯାଉଛି ତାହା ଭାବିବାକୁ ଏ ସବୁ ଘଟଣା ବାଧ୍ୟ କରୁଛି । କରୋନା ରୋଗକୁ ଆମେ ଘୃଣା କରିବା ଉଚିତ, କିନ୍ତୁ ରୋଗୀକୁ ବା ତା’ ଶବକୁ ଘୃଣା କରିବା ଉଚିତ ନୁହେଁ । କରୋନା ଭୟରେ ମୃତ ଦେହକୁ ନ ଛୁଇଁବା ଦୁର୍ଭାଗ୍ୟ ବିଷୟ,’’ ସେ କହିଛନ୍ତି ।
Published by: Anand ST Das
First published: May 5, 2021, 11:59 PM IST