ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍

ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍

୨୩-ବର୍ଷୀୟା ଗର୍ଭବତୀ ମହିଳା ଏଡ୍ସ ଓ କୋଭିଡ ପରି ଦୁଇ ଦୁଇଟି ସାଙ୍ଘାତିକ ଭାଇରସର କବଳରେ ଥିବାରୁ ଡାକ୍ତର ଓ ନର୍ସମାନେ ତାଙ୍କ ପ୍ରସବ ପୂର୍ବରୁ ଓ ପରେ ଖୁବ୍ ସାବଧାନ ହୋଇ କାମ କରୁଥିଲେ ।

ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍
କୁନି ଝିଅଟିର ଏଡ୍ସ ପରୀକ୍ଷା ଦେଢ଼ ମାସ ପରେ ହେବ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଏଇ କୁନି ଝିଅଟିକୁ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହରୀରେ ପୃଥିବୀକୁ ଆସିବାର ଥିଲା, ତେଣୁ ସେ ଆସିଲା । ତା’ ମା’ ପୂର୍ବରୁ HIV (ଏଡ୍‌ସ) ପଜିଟିଭ୍‌ ହୋଇ ଚିକିତ୍ସାରେ ଥିବା ବେଳେ କିଛି ଦିନ ତଳେ କରୋନା ପଜିଟିଭ୍‌ ହୋଇଥିଲେ । ଏମିତି ପରିସ୍ଥିତିରେ ନବଜାତର ସ୍ୱାସ୍ଥ୍ୟକୁ ନେଇ ତା’ ପରିବାର ଲୋକେ ଓ ଡାକ୍ତରମାନେ ଚିନ୍ତା ପ୍ରକାଶ କରିଥିଲେ । ହେଲେ ଶିଶୁଟି ଜନ୍ମ ନେବା ପରେ ସେ ଚିନ୍ତାରେ ବିରାମ ଲାଗିଥିଲା ।

ବ୍ରହ୍ମପୁରର ସିଟି ହସପିଟାଲରେ ଜନ୍ମ ନେଇଥିବା ଶିଶୁ କନ୍ୟା ସମ୍ପୂର୍ଣ୍ଣ ସୁସ୍ଥ ଅଛି । ବୁଧବାର ରାତିରେ ସେ ଜନ୍ମ ହେବା ପରେ ଡାକ୍ତରମାନେ ଆଗ ତା’ର କୋଭିଡ୍‌ ପରୀକ୍ଷା କରାଇଥିଲେ । ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ କୋଭିଡ୍‌ ନେଗେଟିଭ୍‌ ଅଛି । ଅର୍ଥାତ୍‌ ତା’ ୨୩-ବର୍ଷୀୟା ମା’କୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍‌ କୁନି ଝିଅଟିକୁ ଆକ୍ରାନ୍ତ କରିନାହିଁ । ଏହି ଖବର ହସପିଟାଲର ଡାକ୍ତର ଓ ନର୍ସମାନଙଅକ ମଧ୍ୟରେ ଖୁସି ଲହରୀ ଖେଳାଇ ଦେଇଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଶିଶୁ କନ୍ୟାଟିର ଜନ୍ମ ବେଳର ଓଜନ ୨.୬୩ କିଲୋଗ୍ରାମ୍‌ ଥିଲା ବୋଲି କହିଛନ୍ତି ବ୍ରହ୍ମପୁରର ସିଟି ହସପିଟାଲରେ ପରିଚାଳିତ କୋଭିଡ୍‌ ହସପିଟାଲର ସୁପରଭାଇଜିଂ ଅଫିସର ଡାକ୍ତର ପ୍ରଶାନ୍ତ ପାତ୍ର । ସେ କହିଛନ୍ତି ଯେ ଗର୍ଭବତୀ ମହିଳା ଦୁଇ ଦୁଇଟି ସାଙ୍ଘାତିକ ଭାଇରସର‌ କବଳରେ ଥିବାରୁ ଡାକ୍ତର ଓ ନର୍ସମାନେ ତାଙ୍କ ପ୍ରସବ ପୂର୍ବରୁ ଓ ପରେ ଖୁବ୍‌ ସାବଧାନ ହୋଇ କାମ କରୁଥିଲେ ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

‘‘କରୋନା ସଂକ୍ରମଣର ବର୍ତ୍ତମାନ ପରି ଭୟଉଦ୍ରେକକାରୀ ସମୟରେ ମହିଳା ନିଜ ପିଲା ଜନ୍ମ କରୁଥିବାରୁ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଖୁସି ରଖିବାକୁ ଓ ତାଙ୍କ ମନୋବଳ ଉଞ୍ଚା ରଖିବାକୁ ଚେଷ୍ଟା କରିଥିଲୁ । ସୁସ୍ଥ ପିଲାଟି ଜନ୍ମ ହେବା ପରେ ଓ ସେ କୋଭିଡ୍‌ ନେଗେଟିଭ୍‌ ଥିବା ଜାଣିବା ପରେ ଆମେ ସମସ୍ତେ ଖୁସି ହୋଇଥିଲୁ,’’ କହିଛନ୍ତି ଡଃ ପାତ୍ର ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ଶିଶୁ କନ୍ୟାଟି ଏଡ୍‌ସ୍‌ ଭାଇରସରେ (HIV AIDS) ଆକ୍ରାନ୍ତ ଅଛି କି ନାହିଁ ତାହା ଦେଢ଼ ମାସ ପରେ ହେବାକୁ ଥିବା ପରୀକ୍ଷାରୁ ଜଣା ପଡ଼ିବ ବୋଲି ସେ କହିଛନ୍ତି । ମହିଳା ପାଖାପାଖି ଚାରି ବର୍ଷ ତଳେ ଏଡ୍ସରେ ଆକ୍ରାନ୍ତ ହୋଇଥିଲେ ଓ ସେଥି ପାଇଁ ତାଙ୍କର ଆଣ୍ଟି-ରେଟ୍ରୋଭାଇରାଲ୍‌ ଥେରାପି (ART) ଚିକିତ୍ସା ଚାଲିଥିଲା । ତାଙ୍କର ତିନି ବର୍ଷର ଝିଅଟିଏ ବି ଅଛି । ସେ ଝିଅଟି ଜନ୍ମ ହେବା ପରେ ତାକୁ ଏଡ୍ସ ହୋଇ ନ ଥିବା ପରୀକ୍ଷାରୁ ଜଣା ପଡ଼ିଥିଲା ।



ଏଡ୍ସ ଓ କୋଭିଡ ପରି ଦୁଇ ଦୁଇଟି ସାଙ୍ଘାତିକ ଭାଇରସରେ ଆକ୍ରାନ୍ତ ଏହି ମହିଳାଙ୍କ ସ୍ୱାମୀ ଗୁଜରାଟର ସୁରଟ ସହରରେ ଏକ କାରଖାନାରେ କାମ କରନ୍ତି । ଦ୍ୱିତୀୟ ଝିଅଟି ସୁସ୍ଥ ଜନ୍ମ ହୋଇଥିବା ଓ କୋଭିଡ୍‌ ନେଗେଟିଭ୍‌ ଥିବା ଜାଣି ପତିପତ୍ନୀ ଖୁବ୍‌ ଖୁସି ଅଛନ୍ତି ।
Published by: Anand ST Das
First published: May 15, 2021, 8:44 PM IST