News18 Odia Digital
ବ୍ରହ୍ମପୁର: କରୋନା ଭାଇରସ୍ ମୁକାବିଲା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୋକାନୀମାନଙ୍କ ପାଇଁ ନିଜ ଦୋକାନ ସାମନାରେ ସେ ନିଜେ ଓ ଦୋକାନର ସବୁ କର୍ମଚାରୀ ଟିକା ନେଇଛନ୍ତି ବୋଲି ଏକ ପ୍ରମାଣପତ୍ର ଲଗାଇବା ବାଧ୍ୟତାମୂଳକ କରିଛି । ଯଦି କୌଣସି ବ୍ୟବସାୟୀ ଟିକା ନେଇଥିବା ପ୍ରମାଣପତ୍ର ନିଜ ଦୋକାନ ସାମନାରେ ନ ଲଗାନ୍ତି ତେବେ ସେହି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛି ପ୍ରଶାସନ ।
ଏହା ବି ପଢ଼ନ୍ତୁ | ‘ବାବା କା ଢାବା’ର ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତିଏହି ନିୟମ ଜିଲ୍ଲାରେ ଜୁନ୍ ୨୨ ତାରିଖଠାରୁ କାର୍ଯ୍ୟକାରୀ ହୋଇଛି । ଜୁଲାଇ ୧ ତାରିଖରୁ ଯେଉଁ ଦୋକାନୀମାନେ ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖାଯିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବ୍ୟବସାୟୀମାନେ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ଅଧିକାଂଶ ବ୍ୟବସାୟୀ ଟିକା ନେଇ ସାରିଥିବା ବେଳେ ଅନ୍ୟମାନେ ଏହି ନିୟମ ପରେ ଶୀଘ୍ର ଟିକା ନେବା ପାଇଁ ଆଗ୍ରହ ଦେଖାଇଛନ୍ତି ।
ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ୪,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି‘‘ଦୋକାନ ସାମନାରେ ଟିକା ପ୍ରମାଣପତ୍ର ଲଗାଇବା ଦ୍ୱାରା ଦୋକାନକୁ ଆସୁଥିବା ଗ୍ରାହକମାନେ ବି ଜାଣିପାରିବେ ଯେ ଦୋକାନୀ ଓ ସେଠାରେ କାର୍ଯ୍ୟରତ ସବୁ କର୍ମଚାରୀ ଟିକା ନେଇଛନ୍ତି । ଫଳରେ ଦୋକାନକୁ ଆସୁଥିବା ଗ୍ରାହକମାନେ ଆଉ ଭୟ କରିବେ ନାହିଁ । ଦୋକାନୀମାନେ ଏଭଳି ଟିକା ପ୍ରମାଣପତ୍ର ଦୋକାନ ସାମନାରେ ଲଗାଇବା ଦେଖି ଗ୍ରାହକମାନେ ବି ସଚେତନ ହୋଇ ଟିକା ନେବାକୁ ଆଗ୍ରହ ଦେଖାଇବେ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ।

ଗଞ୍ଜାମରେ ଚ୍ୟାମ୍ବର୍ ଅଫ କମର୍ସର ୨୮୦ ଜଣ ସଦସ୍ୟ ଓ ଔଷଧ ଦୋକାନୀ ଓ ତାଙ୍କ କର୍ମଚାରୀମାନେ ଟିକା ନେଇସାରିଛନ୍ତି ।
ଜିଲ୍ଲାର ସବୁ ଦୋକାନୀ ଓ ସେମାନଙ୍କ କର୍ମଚାରୀମାନଙ୍କ ଟିକାକରଣ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା କରୁଛି ବୋଲି ସେ କହିଛନ୍ତି । ‘‘ସମସ୍ତେ ଟିକା ନେଲେ ଦୋକାନ ବଜାର ଠିକ୍ ଚାଲିବ ଓ ବ୍ୟବସାୟ ଭଲ ହୋଇପାରିବ । ଏହା ଦ୍ୱାରା ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ,’’ କହିଛନ୍ତି କୁଳାଙ୍ଗେ ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି‘‘ଏହି ନୂଆ ନିୟମ ଖୁବ୍ ଭଲ । ଆମେ ଆସନ୍ତାକାଲିଠାରୁ ଟିକାର ପ୍ରମାଣପତ୍ର ଦୋକାନ ସାମନାରେ ଲଗାଇବୁ,’’ କହିଛନ୍ତି ବ୍ରହ୍ମପୁରର ବ୍ୟବସାୟୀ ନାଗେଶ୍ବର ପୃଷ୍ଟି । ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ବାଗତ କରି ଓଡ଼ିଶା ବ୍ୟବସାୟୀ ମହାସଙ୍ଘର ସଭାପତି ସି.ଏଚ୍.ରବିନ୍ଦ୍ରନାଥ କହିଛନ୍ତି ଯେ ଟିକାକରଣ ନାଁରେ ଦୋକାନ ବନ୍ଦ କରା ନ ଯାଇ ବରଂ ସେମାନଙ୍କ ପାଇଁ ଟିକାକରଣର ସବୁ ପ୍ରକାର ବ୍ୟବସ୍ଥା କରାଯାଉ । ସେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ଚ୍ୟାମ୍ବର୍ ଅଫ କମର୍ସର ୨୮୦ ଜଣ ସଦସ୍ୟ ଓ ଔଷଧ ଦୋକାନୀ ଓ ତାଙ୍କ କର୍ମଚାରୀମାନେ ଟିକା ନେଇସାରିଛନ୍ତି ।
‘‘ଯେଉଁ ଦୋକାନୀ ଓ କର୍ମଚାରୀମାନେ ଟିକା ନେଇନାହାନ୍ତି ସେମାନଙ୍କୁ ପ୍ରଶାସନ ସଚେତନ କରୁ । ଯଦି ଟିକା ନେଇ ନ ଥିବା ଯୋଗୁଁ କାହାରି ଦୋକାନକୁ ପ୍ରଶାସନ ବନ୍ଦ କରୁଛି ତେବେ ତାହା ଦୋକାନୀମାନଙ୍କ ପାଇଁ କଷ୍ଟ ଆଣିବ । ତେଣୁ ବ୍ୟବସାୟୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିୟମରେ ପରିବର୍ତ୍ତନ କରାଯିବା ଉଚିତ,’’ କହିଛନ୍ତି ରବିନ୍ଦ୍ରନାଥ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।