ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ବାଧିତ ହେଲା; କାମ ନ କଲେ ବିଦା ହେବେ ଅଙ୍ଗନବାଡ଼ି କର୍ମୀମାନେ

ଗତ ବର୍ଷ କରୋନା ମୁକାବିଲା ସମୟରେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କ ପରିବାରକୁ ଆବଶ୍ୟକ କ୍ଷତି ପୂରଣ ନ ମିଳିବା ଯାଏଁ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନେ ।

ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ବାଧିତ ହେଲା; କାମ ନ କଲେ ବିଦା ହେବେ ଅଙ୍ଗନବାଡ଼ି କର୍ମୀମାନେ
ପ୍ରଶାସନ ପକ୍ଷରୁ ଅଙ୍ଗନବାଡି଼ କର୍ମୀମାନଙ୍କୁ ବାରମ୍ବାର ଚିଠି କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳୁନି ।
  • News18 Odia
  • Last Updated: April 29, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଞ୍ଜନଗର: ସାରା ଗଞ୍ଜାମ ଜିଲ୍ଲା କରୋନା ସଂକ୍ରମଣରେ ଅତିଷ୍ଠ ହେଉଥିବା ବେଳେ ଓ ଏହି ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଅଙ୍ଗନବାଡି଼ କର୍ମୀମାନେ ନିରାଶା ସୃଷ୍ଟି କରିଛନ୍ତି । ଗାଁଠୁ ସହର ସବୁଠି ହେଲ୍ଥ ସ୍କ୍ରିନିଂ ପାଇଁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ବି ଅନେକ ସ୍ଥାନରେ ସେମାନେ ତାହା କରୁନାହାନ୍ତି । ଅନେକ ସ୍ଥାନରେ ଅଙ୍ଗନବାଡି଼ କର୍ମୀମାନେ କାର୍ଯ୍ୟରେ ଯୋଗଦେଉ ନାହାନ୍ତି ।

ଜିଲ୍ଲାର ଆସିକା, ଶେରଗଡ଼ ଓ ହିଞ୍ଜିଳି ସମେତ ଅନେକ ଅଞ୍ଚଳରେ ଅଙ୍ଗନବାଡି଼ କର୍ମୀମାନେ ହେଲ୍ଥ ସ୍କ୍ରିନିଂ କରୁନାହାଁନ୍ତି । ସୋରଡ଼ା ଏନ୍‌.ଏ.ସି.ରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟରେ ଯୋଗଦେଉ ନାହାନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବାରମ୍ବାର ଚିଠି କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳୁନି । ଗତ ବର୍ଷ କରୋନା ମୁକାବିଲା ସମୟରେ କିଛି ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିବା ପରେ ସେମାନଙ୍କ ପରିବାରକୁ ଆବଶ୍ୟକ କ୍ଷତି ପୂରଣ ନ ମିଳିବା ଯାଏଁ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

‘‘ଆମେ ଏ ନେଇ ବହୁ ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛୁ । ହେଲେ ଆମର ଦାବି ପୂରଣ ହୋଇ ନାହିଁ । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଆମର ନ୍ୟାର୍ଯ୍ୟ ଦାବି ପୂରଣ ହୋଇନାହିଁ ଆମେ ସେତେ ଦିନ ପର୍ଯ୍ୟନ୍ତ କୋଭିଡ-୧୯ର କୌଣସି କାର୍ଯ୍ୟରେ ସହଯୋଗ କରିବୁ ନାହିଁ,’’ କହିଛନ୍ତି ଅଲ୍-ଓଡି଼ଶା ଅଙ୍ଗନବାଡି଼ ଲେଡିଜ୍‌ ୱାର୍କରସ ଆସୋସିଏସନର ସଭାପତି ରଞ୍ଜିତା ରଥ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଅଙ୍ଗନବାଡି଼ କର୍ମୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ।


ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

କାର୍ଯ୍ୟରେ ଯୋଗ ଦେଉ ନ ଥିବା ଅଙ୍ଗନବାଡ଼ି କର୍ମୀମାନଙ୍କ ବିରୋଧରେ ଖୁବ୍‌ ଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍‌ । ଆବଶ୍ୟକ ହେଲେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ଜିଲ୍ଲାରେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରୁଥିବାରୁ ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟ ଯାଞ୍ଚ କରି ରୋଗୀଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱାରୋପ କରୁଛି ଜିଲ୍ଲା ପ୍ରଶାସନ । ଯେଉଁ ପ୍ରବାସୀମାନେ ଗ୍ରାମକୁ ଫେରୁଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରି ପ୍ରତି ଦିନ ରେଜିଷ୍ଟର୍‌ ପୂରଣ କରିବା ସହ ନିୟମିତ ତଥ୍ୟ ପ୍ରଦାନ କରିବା ଓ ଘରକୁ ଘର ବୁଲି ଥର୍ମାଲ୍‌ ସ୍କ୍ରିନିଂ କରିବା ପାଇଁ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଶେରଗଡ଼, ବୁଗୁଡ଼ା ଓ ଆସିକା ବ୍ଲକ୍‌ର କିଛି ସେକ୍ଟରରରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟ କରୁ ନ ଥିବା ଦେଖି ଜିଲ୍ଲା ପ୍ରଶାସନର ଚିନ୍ତା ବଢି଼ଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

‘‘ଆମେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୫୧ରୁ ୬୦ ଏବଂ ଏପିଡେମିକ୍‌ ଆକ୍ଟ, ୧୮୯୭ ଅନୁଯାୟୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ଜବାବ ତଲବ କରୁଛୁ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟରେ ଯୋଗ ନ ଦେବା ଘୋର୍‌ ଦାୟିତ୍ୱହୀନତା,’’ କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ।

ଏହା ବି ପଢ଼ନ୍ତୁ | COVID ଚିକିତ୍ସା ପାଇଁ ନୂଆ ଔଷଧଭିରାଫିନ୍କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

ଶେରଗଡ଼ ବ୍ଲକ୍‌ର ଡେଙ୍ଗାପଦର ଓ ତୁରୁବୁରାଇ ମଣ୍ଡଳର ସବୁ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଅରଖପଦାର ପୁଷ୍ପାଞ୍ଜଳି ପ୍ରଧାନ, ଖମାର-୨ର ରୁନୁ ପ୍ରଧାନ, ସନ୍ତୋଷପୁର-୨ର ରଞ୍ଜିତା ରଥ ଓ ପିତଳ-୨ର ପୁଷ୍ପାଞ୍ଜଳୀ ପଣ୍ଡାଙ୍କୁ କୈଫତ ତଲବ କରାଯାଇଥିବା ଜଣାପଡି଼ଛି ।



କରୋନାରେ ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ ଆବଶ୍ୟକ କ୍ଷତି ପୂରଣ ନ ମିଳିବା ଯାଏଁ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏହା ଉପରେ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେବ ତାହା ପ୍ରଶ୍ନବାଚୀ ହୋଇ ରହିଛି । ହେଲେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ତୁରନ୍ତ କୋଭିଡ-୧୯ ମୁକାବିଲା କାର୍ଯ୍ୟରେ ସହଯୋଗ କରିବା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ନିବେଦନ କରିଛନ୍ତି ।
Published by: Anand ST Das
First published: April 29, 2021, 11:58 PM IST