News18 Odia Digital
କଟକ: ଓଡ଼ିଶାରୁ ଖସିଯାଇ ତେଲଙ୍ଗାନାରୁ ଧରାପଡ଼ି ପୁଣି ଓଡ଼ିଶା ଅଣାଯାଇଥିବା ସଜାପ୍ରାପ୍ତ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଶେଖ୍ ହାଇଦର କୋଭିଡ୍ ପଜିଟିଭ ହୋଇଛି । ସେଇଥି ପାଇଁ ହାଇଦରକୁ ରିମାଣ୍ଡରେ ନେବାର ଯୋଜନାକୁ ସ୍ଥଗିତ ରହିଛି କମିଶନରେଟ୍ ପୋଲିସ ।
ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଏପ୍ରିଲ୍ ୧୫ ତାରିଖରେ ହାଇଦରକୁ ଗିରଫ କରିବା ପରେ ତା’ର କୋଭିଡ୍ ଟେଷ୍ଟ କରାଯାଇଥିଲା । ତା’ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଏସ୍.ସି.ବି. ହସପିଟାଲରୁ ଫେରାର ହେବା ପଛରେ ହୋଇଥିବା ଷଡ଼ଯନ୍ତ୍ରରେ କେଉଁମାନେ ସାମିଲ ହୋଇଥିଲେ ଓ ଏଥି ପାଇଁ କେଉଁଠି ବ୍ଲୁ ପ୍ରିଣ୍ଟ୍ ତିଆରି ହୋଇଥିଲା ସେ ସବୁ ନେଇ ତାକୁ ଜେରା କରିବାକୁ ଯୋଜନା କରିଥିଲା ପୋଲିସ । ହେଲେ ହାଇଦର୍ କୋଭିଡ୍ ପଜିଟିଭ୍ ହେବା ପରେ ପୋଲିସ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ
ଓଡ଼ିଶା ଓ ତେଲଙ୍ଗାନା ପୋଲିସର ଦୀରେଘ ୧୨୦ ଘଣ୍ଟାର ଜୋରଦାର୍ ଅପରେସନ ପରେ ଶେଷରେ ପୋଲିସ ହାତରେ ଧରା ପଡିଥିଲା ଗ୍ୟାଙ୍ଗଷ୍ଟର ହାଇଦର୍ । ଏହି ଅପରେସନରେ ସାମିଲ ଥିଲା କମିସନରେଟ ପୋଲିସର ଚାରିଟି ଟିମ୍ । ଲିଡ଼ କରିଥିଲେ କଟକ ବାଦାମବାଡି଼ ଓ ଚାଉଳିଆଗଞ୍ଜ ଥାନାର ଆଇଆଇସି । ଟେକନିକାଲ ସର୍ଭେଲାନ୍ସ ତଥ୍ୟ ଅନୁସାରେ ତଦନ୍ତ ଆରମ୍ଭ କରିଥିଲା କମିସନରେଟ ପୋଲିସ ।
ଏହା ବି ପଢ଼ନ୍ତୁ | କୁମ୍ଭ ମେଳାରେ ୧୭ ଜଣ ସାଧୁ କରୋନା ପଜିଟିଭ୍ ହେଲେ; ମେଳା ଶେଷ କରିବା ନେଇ ମତାନ୍ତର ଜାରି
ହତ୍ୟା ଓ ଅନ୍ୟାନ୍ୟ ସଙ୍ଗୀନ ଅପରାଧ କାରଣରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ସମ୍ବଲପୁର ଜେଲରୁ ଆସି ଏସ୍.ସି.ବି. ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଏପ୍ରିଲ୍ ୧୦ ତାରିଖ ଶନିବାର ଅପରାହ୍ଣରେ ଖସି ପଳାଇଥିଲା । ହସପିଟାଲରେ ତା’ ଉପରେ ନଜର ରଖୁଥିବା ପୋଲିସ କର୍ମୀମାନଙ୍କୁ ନିଶା ଦ୍ରବ୍ୟ ମିଶିଥିବା ବିରିୟାନୀ ଖୁଆଇ ସେ ବଡ଼ ଚତୁରତାର ସହ ଫେରାର୍ ହୋଇଯାଇଥିଲା । ଏହା ପରେ ଛଅ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଶାହିଦ କପୁର୍ଙ୍କ ମା’ ନୀଳିମା ଅଜିମ୍ କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?
ଦୀର୍ଘ ୧୬ ବର୍ଷ ଧରି ରାଜ୍ୟର ବିଭିନ୍ନ ଜେଲରେ ଥିବା ଜଣାଶୁଣା ଅପରାଧୀ ଶେଖ୍ ହାଇଦର୍ ଚିକିତ୍ସା ବାହାନାରେ କଟକ ଏସ୍.ସି.ବି. ହସପିଟାଲକୁ ଆସିଥିଲା ଓ ସେଠାରୁ ଫେରାର୍ ହେବା ହିଁ ତା’ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି । ହାଇଦର୍ ଏସ୍.ସି.ବି. ହସପିଟାଲକୁ ୨୩ ମାର୍ଚ୍ଚରେ ଆସିଥିଲା ଓ ସେଠାରୁ ୧୦ ଏପ୍ରିଲ୍ ଶନିବାର ଦିନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଫେରାର୍ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’
ସେ ଫେରାର୍ ହେବା ପରେ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ପୋଲିସ ସ୍ୱତନ୍ତ୍ର ରଣନୀତି ବନାଇ ହାଇଦରକୁ ଖୋଜିବାରେ କେତେକ ପୋଲିସ୍ ଟିମ୍ ଲଗାଇଥିଲେ । ବାଦାମବାଡ଼ି ଥାନାଧିକାରୀ ହାଇଦରକୁ ଖୋଜିପାଇଥିବା ପୋଲିସ ଟିମର ନେତୃତ୍ୱ କରୁଥିଲେ । ହାଇଦରକୁ ଧରିବା ପାଇଁ ପୋଲିସ ସବୁ ଶକ୍ତି ଲଗେଇ ଦେଇଥିଲା ଓ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା । ଏହା ପରେ ତା’ର ସହଯୋଗୀ ୟାକୁବ୍ ଖାଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।
‘‘ହାଇଦରର ଠିକଣା ଜାଣିବା ପାଇଁ ଓ ତାକୁ ଗିରଫ କରିବା ପାଇଁ ହାଇଦ୍ରାବାଦ ପୋଲିସ ଓଡ଼ିଶା ପୋଲିସକୁ ସବୁ ସହାୟତା ଯୋଗାଇ ଦେଇଥିଲା । ପୂର୍ବରୁ ଓଡ଼ିଶା ପୋଲିସ ଠାରୁ ହାଇଦ୍ରାବାଦ ପୋଲିସର ଟେକ୍ନିକାଲ୍ ଟିମ୍ ହାଇଦରର ଫଟୋ ଓ ଅନ୍ୟ ସବୁ ବିବରଣୀ ସଂଗ୍ରହ କରି କାମ ଆରମ୍ଭ କରିଦେଇଥିଲା,’’ କହିଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର ।
Published by:Anand ST Das
First published: