କରୋନାର ଭୟାବହତା ଓ ଅମାନିଆଙ୍କ ବେପରୁଆପଣ କଥା କହି କାନ୍ଦିପକେଇଲେ ତହସିଲଦାର କଲ୍ୟାଣୀ

ଗଜପତି ଜିଲ୍ଲାର ଏହି ମହିଳା ପ୍ରଶାସନିକ ଅଧିକାରୀ ଦିନ ରାତି ଏକ କରି ଓ ନିଜର ଏକ ମାତ୍ର ଭିନ୍ନକ୍ଷମ ସନ୍ତାନକୁ ପଛରେ ପକାଇ ଲୋକଙ୍କୁ ସେବା ଯୋଗାଇବା ସହ ସଚେତନ କରାଉଛନ୍ତି ।

କରୋନାର ଭୟାବହତା ଓ ଅମାନିଆଙ୍କ ବେପରୁଆପଣ କଥା କହି କାନ୍ଦିପକେଇଲେ ତହସିଲଦାର କଲ୍ୟାଣୀ
ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ କାନ୍ଦୁଛନ୍ତି ।
  • News18 Odia
  • Last Updated: July 24, 2020, 11:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବାସୁଦେବ ଦାଶ | News18 Odia Digital
ପାରଳାଖେମୁଣ୍ଡି: କରୋନା ଭାଇରସ୍‌ ସଂକ୍ରମଣର ଭୟାବହତା ଓ ସେଥିରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ନିଜେ ବିଭିନ୍ନ ସାହି ବସ୍ତି ବୁଲି ଲୋକଙ୍କୁ ସଚେତନ କରାଇଥିଲେ । ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ୱେ କିଛି ଅମାନିଆ ବାହାରେ ବୁଲି କରୋନା ବ୍ୟାପିବାର କାରଣ ହେବା ସହ ନିଜେ ବିପଦରେ ପଡ଼ିବା ସହ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ବିପଦରେ ପକାଉଥିବା ଦେଖିବାକୁ ମିଳିଛି । ସେମାନଙ୍କ ବେପରୁଆପଣ ବିଷୟରେ କହୁଁ କହୁଁ କଲ୍ୟାଣୀ ଭାବବିହ୍ବଳ ହୋଇପଡ଼ିଥିଲେ ଓ କାନ୍ଦିପକେଇଥିଲେ ।

ଯୁବା ଠାରୁ ଆରମ୍ଭ କରି ବୟସ୍ତ ପର୍ଯ୍ୟନ୍ତ ସବୁ ଲୋକଙ୍କୁ ସଚେତନ ହୋଇ କରୋନା ଭାଇରସରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ କଲ୍ୟାଣୀ । କରୋନାର ଭୟାବହତା ଏବଂ ଜିଲ୍ଲାର ସ୍ଥିତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସମୟରେ ସେ ଭାବବିହ୍ବଳ ହୋଇପଡ଼ିବା ଜିଲ୍ଲାରେ ଚର୍ତ୍ତାର ବିଷୟ ହୋଇଛି । ଜଣେ ପ୍ରାଶାସନିକ ଅଧିକାରୀ ନିଜ ଗାଁ ଭଳି ସବୁ ଲୋକଙ୍କୁ ଏଭଳି ସଚେତନ କରାଇବା ବିରଳ ଘଟଣା ବୋଲି ଅନେକ କହିଛନ୍ତି ।

ଲୋକଙ୍କ ସେବା କରିବା ସହ ସଚେତନତାର ବାର୍ତ୍ତା ଦେବା ପାଇଁ କଲ୍ୟାଣୀଙ୍କର ଜିଲ୍ଲାରେ ସୁନାମ ଅଛି ।


‘‘ବର୍ତ୍ତମାନ କରୋନା ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରୀ ରଖିଛି । ଅଧିକାଂଶ ଲୋକ ପ୍ରଶାସନର ନିୟମକୁ ମାନି ଚଳୁଥିବା ବେଳେ ହାତଗଣତି କିଛି ଲୋକ ଏହାକୁ ବେଖାତିର କରି ମହା ବିପଦକୁ ସମସ୍ତଙ୍କ ପାଇଁ ଡାକିଆଣୁଛନ୍ତି । ଏହା ସମାଜ ପାଇଁ ଚିନ୍ତାର କାରଣ । ଏଭଳି ଘଟଣା ମୋତେ ବ୍ୟକ୍ତିଗତ ଭାବେ ବ୍ୟଥିତ କରିଛି । ତେଣୁ ସମାନ୍ୟ ଭାବବିହ୍ବଳ ହୋଇଯାଇଥିଲି । କେତେବେଳେ ମୋ ଆଖିରୁ ଲୁହ ବାହାରି ଆସିଥିଲା ମୁଁ ନିଜେ ବି ଜାଣି ପାରି ନ ଥିଲି,’’ କହିଛନ୍ତି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ।

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ

ଜିଲ୍ଲାରେ କରୋନା ମହାମାରୀ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ଏହି ମହିଳା ପ୍ରାଶାସନିକ ଅଧିକାରୀ ଜଣକ ଦିନ ରାତି ଏକ କରି ସେବା ଯୋଗାଇ ଆସୁଛନ୍ତି । ଏପରିକି ନିଜର ଏକ ମାତ୍ର ଭିନ୍ନକ୍ଷମ ସନ୍ତାନକୁ ପଛରେ ପକାଇ ଲୋକଙ୍କ ସେବା କରିବା ସହ ସଚେତନ କରାଉଛନ୍ତି । କେତେବେଳେ ଅମାନିଆଙ୍କୁ ତାଗିଦ୍‌ କରୁଛନ୍ତି ତ କେତେବେଳେ ସେମାନଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି । ଆଜିର ଘଟଣା ସମସ୍ତଙ୍କ ମନକୁ ବେଶ୍‌ ଆନ୍ଦୋଳିତ କରିଛି । ଏହି ଘଟଣା ପରେ ବାହାରେ ବୁଲୁଥିବା ଅମାନିଆ ଲୋକେ ଅନ୍ତତଃ ସୁଧୁରିବେ ବୋଲି ଆଶା କରାଯାଉଛି ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by: Anand Shankar Thankur Das
First published: July 24, 2020, 11:28 PM IST
corona virus btn
corona virus btn
Loading