ଟିକା ଦ୍ୱିଧାଠାରୁ ଆରମ୍ଭ କରି ଟିକା ନେବା ପାଇଁ ଆଗ୍ରହ ପର୍ଯ୍ୟନ୍ତ; ଜାଣନ୍ତୁ ସଞ୍ଜୀବନୀ ଅଭିଯାନର ଯାତ୍ରା

୭ ଅଗଷ୍ଟ ପର୍ଯ୍ୟନ୍ତ ସଞ୍ଜୀବନୀ ଅଭିଯାନ ପାଞ୍ଚଟି ଜିଲ୍ଲା ଅମୃତସର, ଇନ୍ଦୋର, ନାଶିକ, ଦକ୍ଷିଣ କନ୍ନଡ଼ ଓ ଗୁନ୍ତୁରର ୫୦୨ଟି ଗ୍ରାମରେ ପହଞ୍ଚିସାରିଛି। ଏହା ମାଧ୍ୟମରେ ଏହି ଅଭିଯାନ ପ୍ରାୟ ୨.୫ଲକ୍ଷ ଲୋକମାନଙ୍କ ନିକଟରେ ସ୍ଥାନୀୟ ପ୍ରସଙ୍ଗ ସହିତ ଟିକାକରଣ ସନ୍ଦେଶ ନେଇ ପହଞ୍ଚାଇପାରିଛି।

ଟିକାକରଣରେ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ସଞ୍ଜୀବନୀ ଅଭିଯାନ (ପ୍ରତୀକାତ୍ମକ ଛବି)

ଟିକାକରଣରେ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ସଞ୍ଜୀବନୀ ଅଭିଯାନ (ପ୍ରତୀକାତ୍ମକ ଛବି)

  • Share this:
କରୋନା ମହାମାରୀ ଆରମ୍ଭ ହେବା ଦିନରୁ ସଞ୍ଜୀବନୀ ନିଜର ସେବା ଚାରିଆଡ଼େ ଯୋଗାଇ ଆସୁଛି । ୨୦୨୧ ଏପ୍ରିଲରେ ପଞ୍ଜାବର ଅଟାରୀ ସୀମାରେ ଏହାର ଶୁଭାରମ୍ଭ ହେବା ପରଠାରୁ ସଞ୍ଜୀବନୀ ଅଭିଯାନ ପାଞ୍ଚଟି ଜିଲ୍ଲାରେ ଟିକା ଦ୍ଵିଧାକୁ କମ କରିବା ପାଇଁ ଓ ଟିକାକରଣ ନେଇ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ଅଟାରୀରୁ ନେଇ ଦକ୍ଷିଣ କନ୍ନଡ଼ ପର୍ଯ୍ୟନ୍ତ ସଞ୍ଜୀବନୀ ଅଭିଯାନ କୋଭିଡ଼ ବିରୋଧରେ ହେଉଥିବା ସଂଗ୍ରାମରେ ଗ୍ରାମୀଣ ସମ୍ପ୍ରଦାୟର ଏକ ଆନ୍ଦୋଳନରେ ପରିଣତ ହୋଇଛି। ୭ ଅଗଷ୍ଟ ପର୍ଯ୍ୟନ୍ତ ସଞ୍ଜୀବନୀ ଅଭିଯାନ ପାଞ୍ଚଟି ଜିଲ୍ଲା ଅମୃତସର, ଇନ୍ଦୋର, ନାଶିକ, ଦକ୍ଷିଣ କନ୍ନଡ଼ ଓ ଗୁନ୍ତୁରର ୫୦୨ଟି ଗ୍ରାମରେ ପହଞ୍ଚିସାରିଛି। ଏହା ମାଧ୍ୟମରେ ଏହି ଅଭିଯାନ ପ୍ରାୟ ୨.୫ଲକ୍ଷ ଲୋକମାନଙ୍କ ନିକଟରେ ସ୍ଥାନୀୟ ପ୍ରସଙ୍ଗ ସହିତ ଟିକାକରଣ ସନ୍ଦେଶ ନେଇ ପହଞ୍ଚାଇପାରିଛି। ପଞ୍ଜୀକରଣ, ପରିବହନ ଇତ୍ୟାଦି ମାଧ୍ୟମରେ ୨୦୦୦୦ରୁ ଅଧିକ ନାଗରିକଙ୍କୁ ଟିକାକରଣରେ ସାହାଯ୍ୟ କରିବା ସମ୍ଭବ ହୋଇପାରିଛି।

ଏହି ଅଭିଯାନ ଗ୍ରାମୀଣ ସମ୍ପ୍ରଦାୟକୁ ଟିକାକରଣ କରାଇବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏଥିପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ବିଶେଷ ରୂପରେ ଆଦିବାସୀ ଓ ସୁଦୂର ଅଞ୍ଚଳରେ ଉପଲବ୍ଧତା, ଟିକା କ୍ଷେତ୍ରରେ ମଧ୍ଯ ଅନେକ ଚ୍ୟାଲେଞ୍ଜ ଦେଖାଯାଇଥିଲା। ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚି ଯୋଗାଯୋଗ କରିବାର ଅଭିଯାନ ରଣନୀତିକୁ ସମ୍ପ୍ରଦାୟରେ ସ୍ଥାନୀୟ ପ୍ରସଙ୍ଗ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବାର ଥିଲା। ଏଥିପାଇଁ ଅଭିଯାନ ଦଳ ସ୍ଥାନୀୟ ସମ୍ପ୍ରଦାୟର ନେତାମାନଙ୍କୁ ଯେପରିକି ଗ୍ରାମ ପଞ୍ଚାୟତର ସଦସ୍ୟ, ଧାର୍ମିକ ନେତାମାନଙ୍କୁ ଅଭିଯାନର ସନ୍ଦେଶ ଦେବା ପାଇଁ ଏକତ୍ରିତ କରିଥିଲେ। ସଞ୍ଜୀବନୀ ଅଭିଯାନର ସଫଳତା ପାଇଁ ସ୍ଥାନୀୟ ସମ୍ପ୍ରଦାୟ ମଧ୍ଯ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।

ଏହି ଅଭିଯାନ ଏକ ବହୁମୁଖୀ ଭାଗିଦାରୀ ମଡ଼େଲ ଭାବରେ କାମ କରେ। କୌଣସି ମଧ୍ୟ ହିତାଧିକାରୀଙ୍କ ପାଇଁ କୋଭିଡ଼ ମହାମାରୀ ଏକ ବଡ଼ ସଙ୍କଟ ଭାବେ ଠିଆ ହୋଇଛି ଯାହା ସହିତ ଏକା ଲଢ଼ି ହେବନାହିଁ । ତେଣୁ ଏହି ଟିକାକୁ ଦେଶର ଗ୍ରାମାଞ୍ଚଳକୁ ନେଇ ଯିବାପାଇଁ ସରକାରୀ, ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟ କର୍ମୀ, ସ୍ଥାନୀୟ ସମ୍ପ୍ରଦାୟର ନେତା, ସମ୍ପ୍ରଦାୟର ସଦସ୍ୟ ଭଳି ସମସ୍ତ ହିତାଧିକାରୀଙ୍କୁ ଏକାଠି ହେବା ଜରୁରୀ ଅଟେ।

ସାର୍ବଜନୀକ ଟକାକରଣ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ଟିକା ନେବା ଗ୍ରାମାଞ୍ଚଳ ତଥା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ପାଇଁ ଆଉ ଏକ ଚ୍ୟାଲେଞ୍ଜ। ଟିକାକରଣ କେନ୍ଦ୍ରଗୁଡ଼ିକରେ ଲୋକଙ୍କ ପାଇଁ ପରିବହନ ସୁବିଧାର ବ୍ୟବସ୍ଥା କରି ଏହି ବ୍ୟବଧାନକୁ ଦୂର କରିବା ପାଇଁ ସଞ୍ଜୀବନୀ ବହୁ ପରିଶ୍ରମ କରିଛି। କିନ୍ତୁ ସବୁ ଅସୁବିଧା ପାର କରି ପହଞ୍ଚିବା ପାଇଁ ସବୁଠାରୁ କଷ୍ଟକର ହେଉଥିବା ଅଞ୍ଚଳରେ ଏହି ଅଭିଯାନ ପହଞ୍ଚିଲା ଯାହାକି ମୁଖ୍ୟତଃ ପାରମ୍ପରିକ ସ୍ୱାସ୍ଥ୍ୟ ସେବା ପରିସରରୁ ବହୁ ଦୂରରେ ଥିଲା। କେତେକ କ୍ଷେତ୍ରରେ, ସଞ୍ଜୀବନୀ ଗାଡ଼ିକୁ ମଧ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘରେ ଘରେ ଟିକାକରଣ ଶଟ ଦେବାର ଆୟୋଜନ କରିବାକୁ ସୁଦୂର ଅଞ୍ଚଳରେ ଥିବା ଗ୍ରାମ ତଥା ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚେଇବା ପାଇଁ ବ୍ୟବହାର କରଯାଇଥିଲା।

ମହାମାରୀର ଦ୍ୱିତୀୟ ଲହର ଦେଶର ଗ୍ରାମାଞ୍ଚଳରେ ଅନେକ କ୍ଷତି ଘଟାଇଛି। ଆସୁଥିବା ତୃତୀୟ ତରଙ୍ଗ ମଧ୍ୟ ଗ୍ରାମାଞ୍ଚଳ ପାଇଁ ଅତ୍ୟନ୍ତ ଭୟଙ୍କର ବୋଲି ବିଚାର କରାଯାଉଛି। ସଞ୍ଜୀବନୀ ଅଭିଯାନ ଏକ ନିଆରା ହସ୍ତକ୍ଷେପ ଗ୍ରହଣ କରିଛି ଯାହାକି ଗ୍ରାମାଞ୍ଚଳର ସାର୍ବଜନିକ ସ୍ୱାସ୍ଥ୍ୟର ଆଧାର ବୃଦ୍ଧି ଉପରେ ଦୃଷ୍ଟି ରଖିଛି, ଯାହା ପାଇଁ ସେମାନେ ଟିକାକାରଣକୁ ଅଧିକ ପ୍ରଭାବଶାଳୀ ଓ ନିରାପଦ ଉପାୟରେ ପରିଚାଳନା କରିପାରିବେ। ସରକାରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଟିକାକରଣ କେନ୍ଦ୍ରରେ ଏକ ଦୃଢ ସଂକ୍ରମଣ ନିରାକରଣ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀର ଆବଶ୍ୟକତାକୁ ବୁଝିବା ପାଇଁ ୧୦୦ଟିକାକରଣ କେନ୍ଦ୍ରର ପୁଙ୍ଖାନୁପୁଙ୍ଖ ଆବଶ୍ୟକତାକୁ ଆକଳନ କରାଯାଇଥିଲା। ଆଜି ଏହି ୧୦୦ଟିକାକରଣ କେନ୍ଦ୍ର ଦୃଢ଼଼ ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ ଅନୁସରଣ କରିବା ପାଇଁ ଆବଶ୍ୟକ ସାମଗ୍ରୀ ସହିତ କାମ କରୁଛି।

ଉତ୍ସାହଜନକ ସମ୍ପ୍ରଦାୟର ଅଂଶଗ୍ରହଣ ଓ ସ୍ଥାନୀୟ ସରକାରୀ ସହାୟତା ସହିତ ଏହି ହସ୍ତକ୍ଷେପଗୁଡ଼ିକ ଟିକା ଦ୍ଵିଧାକୁ କମ କରିବାରେ ସାହାଯ୍ୟ କରିଛି। ବାସ୍ତବରେ, ଯେଉଁ ଗ୍ରାମଗୁଡ଼ିକ କଭର କରାଯାଇଛି, ସେମାନେ ବର୍ତ୍ତମାନ ସେମାନଙ୍କର ଟିକା ନେବାକୁ ଆଗ୍ରହୀ ଅଛନ୍ତି। ସମସ୍ତଙ୍କୁ ସହଜରେ ଟିକା ଲଗାଇବା ନିଶ୍ଚିତ କରିବାକୁ ଏହି ଅଭିଯାନ ଜାରି ରଖିଛି। ସମସ୍ତଙ୍କ ସ୍ୱାସ୍ଥ୍ଯ ପାଇଁ ଏହି ବିଶାଳ ଅଭିଯାନରେ ନିଜକୁ ସାମିଲ କରିପାରିବେ।

(ଅନିଲ ପରମାର, ଉପାଧ୍ୟକ୍ଷ, ସମ୍ପ୍ରଦାୟ ନିବେଶ, United Way ମୁମ୍ବାଇ)
Published by:Soumya Das
First published: