News18 Odia Digital
ବ୍ରହ୍ମପୁର: ଘରେ ସଙ୍ଗରୋଧରେ ଥାଇ ଅକ୍ସିଜେନ୍ ଲୋଡୁଥିବା କରୋନା ରୋଗୀମାନଙ୍କୁ ଅକ୍ସିଜେନ୍ ପାଇଁ ଆଉ ସମସ୍ୟାର ସମ୍ମଖୀନ ହେବାକୁ ପଡ଼ୁନାହିଁ । ଅନଲାଇନରେ ବୁକ୍ କଲେ ଘରେ ମିଳୁଛି ଅକ୍ସିଜେନ କନସନଟ୍ରେଟର୍ । ବ୍ରହ୍ମପୁର ମହାନଗର ନିଗମ (ବି.ଏମ୍.ସି.) ଲୋକଙ୍କୁ ଏହି ସୁବିଧା ଯୋଗାଇ ଦେଉଛି । ଏହି ସେବା ରାଜ୍ୟରେ ପ୍ରଥମ ଥର ଆରମ୍ଭ ହୋଇଛି ।
କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ବି ଯେଉଁ ରୋଗୀମାନଙ୍କ ଅକ୍ସିଜେନ୍ ସ୍ତର କମୁଛି ସେମାନେ ରାଜ୍ୟ ସରକାରଙ୍କ କୋଭିଡ଼ ୱେବସାଇଟ ଯାଇ ଅକ୍ସିଜେନ୍ କନସନ୍ଟ୍ରେଟର ପାଇଁ ଆବଦନ କରୁଛନ୍ତି । ତା’ ପରେ ବି.ଏମ୍.ସି.ରେ ଥିବା ଆର୍.ଆର୍.ଟି. ଟିମ୍ ସମ୍ପୃକ୍ତ ଘରକୁ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ଆବଶ୍ୟକ ଥିଲେ ଅକ୍ସିଜେନ୍ କନସନଟ୍ରେଟର୍ ଲଗାଉଛନ୍ତି । ବ୍ରହ୍ମପୁର ସହରକୁ ମୋଟ ୨୫ଟି ଅକ୍ସିଜେନ୍ କନସନଟ୍ରେଟର୍ ଆସିଥିବା ବେଳେ ଶନିବାର ସୁଦ୍ଧା ସହରରେ ମୋଟ ଚାରି ଜଣ ରୋଗୀଙ୍କୁ ଏହା ଲଗାଯାଇଛି ।
ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestleର ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା
୧୪ ଦିନ ପର୍ଯ୍ୟନ୍ତ କରୋନା ରୋଗୀଙ୍କୁ ଅକ୍ସିଜେନ୍ କନସନଟ୍ରେଟର୍ ଲଗାଇ ଅକ୍ସିଜେନ୍ ଯୋଗାଣ କରାଯାଉଛି । ତା’ ପରେ ବି ଅକ୍ସିଜେନ୍ ସ୍ତର କମ୍ ହେଲେ ପୁଣି ଥରେ ରୋଗୀଙ୍କ ପକ୍ଷରୁ ଆବେଦନ କରିବାକୁ ହେଉଛି ଓ ପୁଣି ଥରେ ତାଙ୍କୁ ଅକ୍ସିଜେନ୍ କନସନଟ୍ରେଟର ଯୋଗାଇ ଦିଆଯାଉଛି । ବି.ଏମ୍.ସି.ର ଏହି ପଦକ୍ଷେପକୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଭୂରିଭୂରି ପ୍ରଶଂସା କରିଛନ୍ତି ।

ବ୍ରହ୍ମପୁର ସହରକୁ ମୋ’ଟ ୨୫ଟି ଅକ୍ସିଜେନ୍ କନସନଟ୍ରେଟର ଆସିଛି ।
‘‘ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ଅକ୍ସିଜେନ୍ ସେବା ଲୋକଙ୍କ ଘରେ ପହଞ୍ଚାଯାଉଛି । ଯେଉଁମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଆସିବା ପରେ ବି ଅକ୍ସିଜେନ ସ୍ତର କମ୍ ହେଉଥିବା ଦେଖୁଛନ୍ତି ସେମାନଙ୍କୁ ଅକ୍ସିଜେନ୍ କନସନଟ୍ରେଟର ଯୋଗାଇ ଦିଆଯାଉଛି । ବ୍ରହ୍ମପୁର ସହରକୁ ମୋଟ ୨୫ଟି ଅକ୍ସିଜେନ୍ କନସନଟ୍ରେଟର ଆସିଛି,’’ କହିଛନ୍ତି ବି.ଏମ୍.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର ।
ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କା
ଅକ୍ସିଜେନ୍ କନସନଟ୍ରେଟର୍ ଦେବା ପରେ ରୋଗୀଙ୍କ ଦେଖାଶୁଣା ପାଇଁ ଥିବା ବ୍ୟକ୍ତିଙ୍କୁ ଏହାର ବ୍ୟବହାର ନେଇ ବୁଝାଉଛନ୍ତି ଆର୍.ଆର୍.ଟି. ଟିମ୍ । ରୋଗୀଙ୍କ ଅକ୍ସିଜେନର ମାତ୍ରା ୯୦ରୁ ୯୪ ପ୍ରତିଶତ ମଧ୍ୟରେ ରହିଥିଲେ ହିଁ ତାଙ୍କୁ ଅକ୍ସିଜେନ କନସନଟ୍ରେଟର ଯୋଗାଇ ଦିଆଯାଉଛି । ‘‘ଯଦି ୯୦ ପ୍ରତିଶତରୁ କମ୍ ଅକ୍ସିଜେନ ସ୍ତର ତାଙ୍କ ଶରୀରରେ ଥାଏ ଅଥବା ତାଙ୍କୁ ପାଞ୍ଚ ଲିଟର୍ ଅକ୍ସିଜେନ ଲାଗିଥାଏ, ତେବେ ଏମିତି ରୋଗୀଙ୍କୁ ପୁଣି ହସପିଟାଲକୁ ଯିବାକୁ ପରାମର୍ଶ ଦିଆଯାଉଛି । ଅକ୍ସିଜେନ୍ କନସନଟ୍ରେଟରେ ୧୦ ଲିଟର୍ ଅକ୍ସିଜେନ୍ ରହିଥାଏ । ଏହା ଅଧିକାଂଶ ଲୋକଙ୍କ ମଧ୍ୟରେ ଅକ୍ସିଜେନକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରୁଛି, ’’ କହିଛନ୍ତି ଆର୍.ଆର୍.ଟି. ଟିମର ମୁଖ୍ୟ ଡଃ ଅରୁଣ କୁମାର ପ୍ରହରାଜ ।
ଏହା ବି ପଢ଼ନ୍ତୁ | ମୋଦି-ମମତା କଳହ: ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ନୋଟିସ୍ ଜାରି ହେଲା; ତାଙ୍କୁ ଜେଲ୍ ସଜା ମିଳିପାରେ
ଅକ୍ସିଜେନ୍ କନସନଟ୍ରେଟର୍ ଘରେ ଘରେ ଯୋଗାଇ ଦେବା କାର୍ଯ୍ୟକ୍ରମ କିଛି ଦିନ ହେଲା ଆରମ୍ଭ ହୋଇଥିଲା । ଏଥି ପାଇଁ ବି.ଏମ୍.ସି. ସମ୍ମିଳନୀ କକ୍ଷରେ ଆର୍.ଆର୍.ଟି. ଟିମକୁ ପ୍ରସ୍ତୁତ କରି ରଖାଯାଇଥିଲା ବୋଲି କହିଛନ୍ତି ଅକ୍ସିଜେନ୍ ଯୋଗାଣରେ ନିୟୋଜିତ ଥିବା ଡାକ୍ତର ରଶ୍ମିରେଖା ପାଣିଗ୍ରାହୀ ।
ଏହା ବି ପଢ଼ନ୍ତୁ | ଭଲ ଖବର: SBI ନିଜ ଶାଖାରୁ ଟଙ୍କା ଉଠାଇବା ନିୟମରେ କଲା ପରିବର୍ତ୍ତନ; ସେପ୍ଟେମ୍ବର ଯାଏଁ ଲାଗୁ ରହିବ
ପ୍ରେମ ନଗର ଷଷ୍ଠ ଲାଇନରେ ରହୁଥିବା ଜଣେ ବ୍ୟକ୍ତି ଜଣକ ଶୁକ୍ରବାର ଦିନ ସିଟି ହସପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଘରେ ରହି ଅକ୍ସିଜେନ୍ ନେବାକୁ କୋଭିଡ୍ ହସପିଟାଲର ଡାକ୍ତର କହିଥିଲେ । ରୋଗୀଙ୍କ ସମ୍ପର୍କୀୟମାନେ ବି.ଏମ୍.ସି.ର ଟ୍ୱିଟର୍ ହ୍ୟାଣ୍ଡଲରୁ ଜାଣିବାକୁ ପାଇଥିଲେ ଯେ ମାଗଣାରେ ଅକ୍ସିଜେନ୍ କନସନଟ୍ରେଟର୍ ଘରେ ଘରେ ଯୋଗାଣ ହେଉଛି । ସେମାନେ ୱେବସାଇଟକୁ ଯାଇ ଆବେଦନ କରିବା ପରେ ତାଙ୍କ ଘରେ ଅକ୍ସିଜେନ କନସନଟ୍ରେଟର ଲଗା ଯାଇଥିଲା ।
‘‘ଅକ୍ସିଜେନ୍ କନସନଟ୍ରେଟର୍ ଲଗାଯିବା ପରେ ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମହାମାରୀ ସମୟରେ ବି.ଏମ୍.ସି.ର ଏହି ପଦକ୍ଷେପ ଅତି ପ୍ରଶଂସନୀୟ, କହିଛନ୍ତି ରୋଗୀଙ୍କର ଜଣେ ସମ୍ପର୍କୀୟ ହର୍ଷବର୍ଦ୍ଧନ ସୁରେଖା ।