ଓଡ଼ିଶାରେ ଚତୁର୍ଥ କରୋନା ପଜିଟିଭ୍ ବ୍ୟକ୍ତି ଭଦ୍ରକରେ ଚିହ୍ନଟ ହେଲେ; ଦୁବାଇରୁ ଫେରିଥିଲେ

ଆକ୍ରାନ୍ତ ଯୁବକଙ୍କୁ ଭଦ୍ରକରେ ଥିବା ତାଙ୍କ ଘରୁ ଯଥା ଶୀଘ୍ର କଟକ ଏସ୍.ସି.ବି. ହସପିଟାଲକୁ ସ୍ଥାନନ୍ତରିତ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ସବୁ ସମ୍ପର୍କୀୟଙ୍କ ରକ୍ତ ପରୀକ୍ଷା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶାରେ ଚତୁର୍ଥ କରୋନା ପଜିଟିଭ୍ ବ୍ୟକ୍ତି ଭଦ୍ରକରେ ଚିହ୍ନଟ ହେଲେ; ଦୁବାଇରୁ ଫେରିଥିଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ଭାଇରସ୍‌ ପଜିଟିଭ୍ ବ୍ୟକ୍ତି ଭଦ୍ରକରେ ଚିହ୍ନଟ ହୋଇଛନ୍ତି । ରକ୍ତ ନମୂନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି ବୋଲି ମଙ୍ଗଳବାର ରାତିରେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ୨୯ ବର୍ଷୀୟ ଯୁବକ ଜଣକ ଦୁବାଇରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ଓ ରାଜ୍ୟ ପାଇଁ ଚିନ୍ତା ବଢ଼ିଛି ।

ଆକ୍ରାନ୍ତ ଯୁବକଙ୍କୁ ଭଦ୍ରକରେ ଥିବା ତାଙ୍କ ଘରୁ ଯଥା ଶୀଘ୍ର କଟକ ଏସ୍‌.ସି.ବି. ହସପିଟାଲକୁ ସ୍ଥାନନ୍ତରିତ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଏଥି ସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସବୁ ସମ୍ପର୍କୀୟଙ୍କ ରକ୍ତ ପରୀକ୍ଷା କରିବା ସହ ସେମାନଙ୍କୁ ଆଇସୋଲେସନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା’ଛଡ଼ା ଯେଉଁମାନେ ଏହି ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ ଠାବ କରିବାକୁ କୁହାଯାଇଛି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୬୧୦ ଜଣ ସନ୍ଦିଗ୍‌ଧଙ୍କ ନମୁନା ପରୀକ୍ଷା କରାଯାଇଛି ବୋଲି ମଙ୍ଗଳବାର ଅପରାହ୍ଣରେ ସରକାରଙ୍କ କରୋନା ଭାଇରସ୍‌ ପ୍ରତିହତକାରୀ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ କହଥିଲେ । ଏହି ୪୩୭ ଜଣଙ୍କ ମଧ୍ୟରୁ ତିନି ଜଣ ପଜିଟିଭ୍‌ ଥିବା ସେ ଜଣେଇଥିଲେ । ପୂର୍ବରୁ ରାଜ୍ୟରେ ଚିହ୍ନଟ ହୋଇଥିବା ୩ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ଵରର ବାସିନ୍ଦା ଥିଲେ । ହେଲେ ରାତି ୧୦ଟା ୨୬ ମିନିଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଟ୍ୱିଟ୍‌ କରି ଜଣେଇଥିଲା ଯେ ଚତୁର୍ଥ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ସେ ଭଦ୍ରକରେ ନିଜ ଘରେ ଅଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ


ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହିତ ଏ ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି ଓ ସେହି ଆକ୍ରାନ୍ତ ବ୍ୟକ୍ତିଙ୍କୁ ତାଙ୍କ ଘରୁ ଯଥା ଶୀଘ୍ର ଆଣି କଟକରେ ଏସ୍‌.ସି.ବି. ହସପିଟାଲରେ କରୋନା ଚିକିତ୍ସା ୱାର୍ଡ଼ରେ ଭର୍ତ୍ତି କରିବାକୁ କହିଛନ୍ତି ବୋଲି ବିଭାଗ ଏହି ଟ୍ୱିଟରେ ଜଣେଇଛି ।

‘‘ଏହି ଚତୁର୍ଥ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିଲା । ତେଣୁ ବିଦେଶରୁ ଫେରିଥିବା ଲୋକେ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ସେମାନେ ନିଶ୍ଚିନ୍ତ ରହନ୍ତୁ ନାହିଁ । ସେମାନେ ଘରେ କ୍ୱାରାଣ୍ଟିନରେ ଦୁଇ ସପ୍ତାହ ରହିବା ଉଚିତ ଓ ତା’ପରେ ଆଉ ଦୁଇ ସପ୍ତାହ ନିଜ ସ୍ୱାସ୍ଥ୍ୟର ଅନୁଧ୍ୟାନ କରିବା ଉଚିତ,’’ ସ୍ୱାସ୍ଥ୍ୟ ବିଭାଗ ଏକ ଟ୍ୱିଟ୍‌ରେ କହିଛି ।

ମଙ୍ଗଳବାର ଠାରୁ କଟକର ଏସ୍‌.ସି.ବି. ହସପିଟାଲରେ କରୋନା ଭାଇରସ୍‌ ପାଇଁ ପରୀକ୍ଷଣ ଆରମ୍ଭ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମାଟ ତିନେଟି ସ୍ଥାନରେ ଏହି ପରୀକ୍ଷଣ ଉପଲବ୍ଧ ହୋଇଛି – ଭୁବନେଶ୍ୱରର ଆର୍‌.ଏମ୍‌.ଆର୍‌.ସି., ଭୁବନେଶ୍ୱରର ଏମ୍‌ସ୍‌ ଓ କଟକର ଏସ୍‌.ସି.ବି. ହସପିଟାଲ ।

ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀ ତବଲିଘୀ ଜମାତରେ ଓଡ଼ିଶାରୁ ୧୫ ଜଣ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରାଯାଇଛି ବୋଲି ସରକାର କହିଛନ୍ତି । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହ ସେମାନଙ୍କ ପରିବାରକୁ ନିରୀକ୍ଷଣରେ ରଖାଯାଇଛି ।
First published: April 1, 2020, 1:29 AM IST
corona virus btn
corona virus btn
Loading