ଆଜି ରାତିରୁ ଜୁଲାଇ ୩୧ ଯାଏଁ ରାଜ୍ୟର ୪ ଜିଲ୍ଲା ଓ ରାଉରକେଲାରେ ଲକ୍‌ଡାଉନ୍‌ ଜାରି ହେଲା

ଲକଡାଉନ୍ ସମୟରେ କ୍ଷୀର, ତେଜରାତି ସାମଗ୍ରୀ, ପରିବା ଓ ଆମିଷ ଦୋକାନ ଖୋଲିବ । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ପରିଚୟ ପତ୍ର ଯାଞ୍ଚ କରିବ ପୋଲିସ । ଏହି ଚାରିଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ଲୋକଙ୍କ ଆସିବା ବାରଣ କରାଯାଇଛି ।

ଆଜି ରାତିରୁ ଜୁଲାଇ ୩୧ ଯାଏଁ ରାଜ୍ୟର ୪ ଜିଲ୍ଲା ଓ ରାଉରକେଲାରେ ଲକ୍‌ଡାଉନ୍‌ ଜାରି ହେଲା
ଶୁକ୍ରବାର (ଜୁଲାଇ ୧୭) ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରି ଯାଏ ଏହି ଲକଡାଉନ ବଳବତ୍ତର ରହିବ ।
  • News18 Odia
  • Last Updated: July 17, 2020, 12:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଥିବା କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାରିଟି ଜିଲ୍ଲା ଓ ରାଉରକେଲା ସହରରେ ଆଗାମୀ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ଜୁଲାଇ ୧୭ ତାରିଖ ଠାରୁ ଲକଡାଉନରେ ରହିବ ।

ଶୁକ୍ରବାର (ଜୁଲାଇ ୧୭) ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରି ଯାଏ ଏହି ଲକଡାଉନ ବଳବତ୍ତର ରହିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ‘‘ଲକଡାଉନରେ ସବୁ ଅନୁଷ୍ଠାନ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ । ଏହି ସବୁ ସ୍ଥାନରେ କେତେକ ନିର୍ଦ୍ଦିଷ୍ଟ ଅଫିସ୍‌ ଓ ସେବା ବ୍ୟତୀତ ଅନ୍ୟ ସବୁ ଅଫିସ ସଂପୂର୍ଣ୍ଣ ବନ୍ଦ ରହିବ । ଖୋଲା ରହୁଥିବା ଅଫିସ୍‌ ଯଥା ସମ୍ଭବ କମ୍‌ କର୍ମଚାରୀରେ ଚାଲିବ । ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ।’’

ଲକଡାଉନ୍‌ ସମୟରେ କ୍ଷୀର, ତେଜରାତି ସାମଗ୍ରୀ, ପରିବା ଓ ଆମିଷ ଦୋକାନ ଖୋଲିବ । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ପରିଚୟ ପତ୍ର ଯାଞ୍ଚ କରିବ ପୋଲିସ । ଏହି ଚାରିଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ଲୋକଙ୍କ ଆସିବା ବାରଣ କରାଯାଇଥିବା ବେଳେ ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ କୌଣସି କାର୍ଯ୍ୟକଳାପକୁ ମିଳିବ ନାହିଁ ଅନୁମତି ।

ରାଜ୍ୟରେ କରୋନା ସଂକ୍ରମଣରେ ଆଜି ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି  ।


ଶିଳ୍ପାନୁଷ୍ଠାନଗୁଡ଼ିକରେ କର୍ମଚାରୀମାନଙ୍କୁ ଆଇ-କାର୍ଡ ଦେଖାଇବା ଜରୁରୀ କରାଯାଇଛି । ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ଘର ବାହାରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରଖିବାକୁ ବି ସେ ଦେଇଛନ୍ତି ପରାମର୍ଶ ।

ରାଜ୍ୟରେ କରୋନା ସଂକ୍ରମଣରେ ଆଜି ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୭୯ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ ଟି ଜିଲ୍ଲାରୁ ୪୯୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୫,୩୯୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଏହା ବି ପଢ଼ନ୍ତୁ: କଟ୍ରିନା କୈଫଙ୍କ ଜନ୍ମ ଦିନରେ ସଲମାନ ଖାନ୍ ସ୍ପେଶାଲ ଉପାୟରେ ଶୁଭେଚ୍ଛା ଜଣେଇଲେ, ଫଟୋ ଶେୟାର କଲେ

ଏହା ବି ପଢ଼ନ୍ତୁ: ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ

ଦୁଇ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଥିଲେ । ସେମାନେ ୩୪ ଓ ୫୧ ବର୍ଷୀୟ ପୁରୁଷ ଥିଲେ । ୫୧ ବର୍ଷୀୟ ବ୍ୟକ୍ତି ମେଦବହୁଳତା ରୋଗରେ ପୀଡ଼ିତ ଥିଲେ । ୩୪ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତ ଚାପରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ଏହି ଦୁଇ ମୃତକଙ୍କ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ।
Published by: Anand Shankar Thankur Das
First published: July 16, 2020, 9:53 PM IST
corona virus btn
corona virus btn
Loading