ରାଜ୍ୟର ୪ ନୂଆ କରୋନା ପଜିଟିଭ୍ କେନ୍ଦ୍ରାପଡ଼ା ଓ ଭୁବନେଶ୍ବରରୁ ଜଣେ ଜଣେ, ସୁନ୍ଦରଗଡ଼ରୁ ୨

ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ଗତ କାଲି ସୁଦ୍ଧା ରାଜ୍ୟରେ ମୋଟ ୩,୮୬୨ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୩,୮୦୮ଟି ନମୁନା ନେଗେଟିଭ୍ ଆସିଛି ।

ରାଜ୍ୟର ୪ ନୂଆ କରୋନା ପଜିଟିଭ୍ କେନ୍ଦ୍ରାପଡ଼ା ଓ ଭୁବନେଶ୍ବରରୁ ଜଣେ ଜଣେ, ସୁନ୍ଦରଗଡ଼ରୁ ୨
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 12, 2020, 3:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ଚାରି ଜଣ ନୂଆ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ଭିତରେ ଭୁବନେଶ୍ବର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଥିବା ବେଳେ ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରୁ ଦୁଇ ଜଣ ଆକ୍ରାନ୍ତ ଅଛନ୍ତି । କଳାହାଣ୍ଡି ପରେ ପଜିଟିଭ ବାହାରିବାରେ ସୁନ୍ଦରଗଡ଼ ପଶ୍ଟିମ ଓଡ଼ିଶାର ଦ୍ବିତୀୟ ଜିଲ୍ଲା ହୋଇଛି । ଆକ୍ରାନ୍ତଙ୍କ ବିଷୟରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଦୁଇ ଜଣ ସଂକ୍ରମିତ ହୋଇସାରିଛନ୍ତି । ତେବେ ନୂଆ ଚିହ୍ନଟଙ୍କ ଯାତ୍ରା ବିବରଣୀ ବିଷୟରେ ସୂଚନା ମିଳି ନାହିଁ ।

ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ଗତ କାଲି ସୁଦ୍ଧା ରାଜ୍ୟରେ ମୋଟ ୩,୮୬୨ଟି ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୩,୮୦୮ଟି ନମୁନା ନେଗେଟିଭ୍ ଆସିଛି । ମୋଟ ୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହୋଇ ଘରକୁ ଫେରିବାଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମୋଟ ୪୧ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ସଦର ହସପିଟାଲ ସାମନାର ଏକ ଦୃଶ୍ୟ


କେନ୍ଦ୍ରାପଡ଼ାର ପଜିଟିଭ୍‌ ହୋଇଥିବା ମହିଳା ରାଜନଗର ଅଞ୍ଚଳର ବାସିନ୍ଦା । ତାଙ୍କୁ କଟକର ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ମହିଳାଙ୍କ ଗାଁ ସମେତ ଦୁଇଟି ଗ୍ରାମକୁ ସିଲ କରିଛି ପ୍ରଶାସନ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଓ ସେହି ଅଞ୍ଚଳକୁ ସାନିଟାଇଜି କରାଯାଉଛି ।

ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମିତ ଦୁଇ ଜଣ ବ୍ୟକ୍ତି ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନିର ବାସିନ୍ଦା । ପାଖାପାଖି ୧,୫୦୦ ପରିବାର ରହୁଥିବା ଏହି ଅଞ୍ଚଳକୁ ସିଲ୍‌ କରି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖଲ ପବନ କଲ୍ୟାଣ କହିଛନ୍ତି । ଦୁଇ ଜଣ ଆକ୍ରାନ୍ତଙ୍କୁ ରାଉରକେଲାର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
First published: April 12, 2020, 3:45 PM IST
corona virus btn
corona virus btn
Loading