ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ; ୧୪ ଦିନ ପରେ ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ

ଆଜିର ନୂଆ ୪ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ଏଥିରୁ ୮୩ ଜଣ ଆକ୍ଟିଭ ଥାଇ ଚିକିତ୍ସାଧୀନ ଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ; ୧୪ ଦିନ ପରେ ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 29, 2020, 3:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଚାରି ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଜଣେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪ ଦିନ ପରେ ଭୁବନେଶ୍ବରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

କେନ୍ଦୁଝରର ଆକ୍ରାନ୍ତ ଜଣକ ଆନନ୍ଦପରୁ ବ୍ଲକ ପଞ୍ଚପାଲି ଅଞ୍ଚଳର ୬୦ ବର୍ଷୀୟ ବୃଦ୍ଧ । ଦେବଗଡ଼ ବାସୁଦେବପୁର ଅଞ୍ଚଳର ଆକ୍ରାନ୍ତ ଜଣେ ୩୪ ବର୍ଷୀୟ ଯୁବକ । ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳରେ ଜଣେ ୧୮ ବର୍ଷୀୟା ଯୁବତୀ ସଂକ୍ରମିତ ହୋଇଛନ୍ତି । ସବୁ ଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଭୁବନେଶ୍ୱରକୁ ଛାଡ଼ି ବାକି ତିନିଟି ମାମଲାର ପଶ୍ଚିମ ବଙ୍ଗ ଲିଙ୍କ ରହିଛି । ଏମାନେ ସମସ୍ତ ଫେରିବା ପରେ କ୍ବାରେଣ୍ଟାଇନରେ ଥିଲେ ଓ କୌଣସି ଲକ୍ଷଣ ନ ଥାଇ ସାମ୍ପୁଲ ସଂଗ୍ରହ କରାଯାଇଥିଲା ।

ଆଜିର ନୂଆ ୪ ମାମଲାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ଏଥିରୁ ୮୩ ଜଣ ଆକ୍ଟିଭ ଥାଇ ଚିକିତ୍ସାଧୀନ ଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଦେବଗଡ଼ ଓ ଝାରସୁଗୁଡ଼ାକୁ ଡେଇଁଛି କରୋନା ଭାଇରସ୍‌ । କେନ୍ଦୁଝରରେ ପ୍ରଥମ ମାମଲାକୁ ମିଶାଇ ରାଜ୍ୟର କରୋନା ମ୍ୟାପରେ ଏବେ ୧୪ଟି ଜିଲ୍ଲା ଯୋଡ଼ି ହୋଇଛି ।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ରାଜ୍ୟ କରୋନା ମ୍ୟାପ୍


ପୂର୍ବରୁ ଆଜି ସକାଳେ ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୧୪ ଦିନ ଅନ୍ତରାଳରେ ଭୁବନେଶ୍ବରରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ (୧୧୯ ନମ୍ବର ପଜିଟିଭ) ଜଣେ ୭୭ ବର୍ଷୀୟ ବୃଦ୍ଧ ଓ ଭୁବନେଶ୍ବର ମଧୁସୂଦନ ନଗର ଅଞ୍ଚଳର ବାସିନ୍ଦା । ସେ ମଧୂସୂଦନ ନଗରରୁ ପୂର୍ବରୁ ବାହାରିଥିବା ୪୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪୧ ନମ୍ବର ସଂକ୍ରମିତ ଚିହ୍ନଟ ହେବା ପର ଠୁ ମଧୁସୂଦନନଗର ଅଂଚଳରେ ୭ ପର୍ଯ୍ୟାୟ ସର୍ଭେ ସରିଛି ଓ ଏହି ବୃଦ୍ଧ ଜଣକ ସେବେ ଠୁ ହୋମ୍‌ କ୍ବାରେଣ୍ଟାଇନରେ ଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି । ଏହାକୁ ମିଶାଇ ଭୁବନେଶ୍ବରରେ ପଜିଟିଭ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୨୬ ଜଣ ସୁସ୍ଥ ହୋଇଛନ୍ତି ।
First published: April 29, 2020, 3:33 PM IST
corona virus btn
corona virus btn
Loading