ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ହେଲେ, ଟ୍ୱିଟ୍ କରି ସୂଚନା ଦେଲେ

୮୪-ବର୍ଷୀୟ ପ୍ରଣବ ମୁଖାର୍ଜୀ ଜଣେଇଛନ୍ତି ଯେ ସେ ନିଜ ସ୍ୱାସ୍ଥ୍ୟର ଏକ ଭିନ୍ନ ଦିଗର ଚେକ୍-ଅପ୍ ପାଇଁ ହସ୍ପିଟାଲକୁ ଯାଇଥିଲେ, ହେଲେ ସେଠି ତାଙ୍କୁ ଜଣା ପଡ଼ିଥିଲା ଯେ ସେ କରୋନା ଭାଇରସ୍ ପଜିଟିଭ୍ ହୋଇଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ହେଲେ, ଟ୍ୱିଟ୍ କରି ସୂଚନା ଦେଲେ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
  • News18 Odia
  • Last Updated: August 10, 2020, 1:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ (Former President Pranab Mukherjee) କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରଣବ ମୁଖାର୍ଜୀ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ନିଜ ଟ୍ୱିଟରେ ୮୪-ବର୍ଷୀୟ ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ସେ ନିଜ ସ୍ୱାସ୍ଥ୍ୟର ଏକ ଭିନ୍ନ ଦିଗର ଚେକ୍‌-ଅପ୍‌ ପାଇଁ ହସ୍ପିଟାଲକୁ ଯାଇଥିଲେ, ହେଲେ ସେଠି ତାଙ୍କୁ ଜଣା ପଡ଼ିଲା ଯେ ସେ କରୋନା ଭାଇରସ୍‌ ପଜିଟିଭ୍‌ ଅଛନ୍ତି । ତାଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ରହିଛି ବୋଲି ହସ୍ପିଟାଲରେ ଜଣାପଡ଼ିଥିଲା ବୋଲି ସେ କହିଛନ୍ତି । (Pranab Mukherjee Corona Positive)

ଏଥି ସହ ପ୍ରଣବ ମୁଖାର୍ଜୀ ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସହ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ନିଜର କୋଭିଡ୍‌ (COVID-19) ପରୀକ୍ଷା କରାଇ ନିଅନ୍ତୁ ଓ ନିଜକୁ ଆଇସୋଲେଟ୍‌ କରି (ଅନ୍ୟମାନଙ୍କ ଠାରୁ ଅଲଗା କରି) ରଖନ୍ତୁ ।



ନିକଟରେ ଅନେକ ବଡ଼ ରାଜନୈତିକ ନେତା କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି । ଅଗଷ୍ଟ ୨ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) କରୋନା ଭାଇରସରେ (Coronavirus) ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି । ସେ ନିଜେ ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଥିଲେ । ଗୃହ ମନ୍ତ୍ରୀ କହିଥିଲେ ଯେ ସେ ନିଜ ଠାରେ କରୋନାର ପ୍ରାଥମିକ ଲକ୍ଷଣ ଦେଖିବା ପରେ ଏକ ଟେଷ୍ଟ୍‌ କରାଇଥିଲେ । ଟେଷ୍ଟ୍‌ ରିପୋର୍ଟରେ ସେ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା (Amit Shah Corona Positive) ।

ଅମିତ ଶାହା କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ନିକଟରେ ତାଙ୍କ ସହ ଯୋଗାଯୋଗ କରିଥିବା ସବୁ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି ଯେ ସେମାନେ ନିଜକୁ ଅଲଗା କରି (ଆଇସୋଲେଟ୍‌) ରଖନ୍ତୁ ଏବଂ ନିଜର କରୋନା ପରୀକ୍ଷା କରାନ୍ତୁ ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା


ଅଗଷ୍ଟ ୪ ତାରିଖ ଦିନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union minister Dharmendra Pradhan) ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ (Medanta Hospital, Gurugram) ଭର୍ତ୍ତି କରାଯାଇଛି ଓ ସେ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ଅମିତାଭ୍‌ ବଚ୍ଚନ ଭିଡିଓ ସେୟାର କଲେ

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ମୃତ୍ୟୁ: ରିୟାଙ୍କ ଭାଇ ସୌଭିକଙ୍କୁ EDର ମାରାଥନ୍‌ ଜେରା; ଆଜି ପୁଣି ରିୟାଙ୍କ ଜେରା ହେବ

ପ୍ରଧାନଙ୍କ ଜଣେ କର୍ମଚାରୀଙ୍କ କୋଭିଡ-୧୯ (COVID-19) ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହା ପରେ ମନ୍ତ୍ରୀ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ ଓ ତା’ପରେ ନିଜର କରୋନା ପରୀକ୍ଷା କରାଇଥିଲେ । ପ୍ରଧାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା । ସେ ସେଦିନ ଆୟୋଜିତ ହୋଇଥିବା କ୍ୟାବିନେଟ ବୈଠକରେ ଯୋଗ ଦେଇ ନ ଥିଲେ ।



ପ୍ରଧାନ ନିଜେ ଟ୍ୱିଟ୍‌ କରି କରୋନା ସଂକ୍ରମିତ ହୋଇଥିବା ବିଷୟରେ ଜଣାଇଥିଲେ । ‘‘#COVID19 ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପଜିଟିଭ୍ ଆସିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି,’’ ପ୍ରଧାନ ଲେଖିଥିଲେ ।
Published by: Anand Shankar Thankur Das
First published: August 10, 2020, 1:52 PM IST
corona virus btn
corona virus btn
Loading