ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆଉ ନାହାନ୍ତି ପୂର୍ବ ମନ୍ତ୍ରୀ ଓ ବରିଷ୍ଠ BJD ନେତା ବିଜୟଶ୍ରୀ ରାଉତରାୟ; କରୋନାରୁ ସୁସ୍ଥ ହୋଇଥିଲେ

ଆଉ ନାହାନ୍ତି ପୂର୍ବ ମନ୍ତ୍ରୀ ଓ ବରିଷ୍ଠ BJD ନେତା ବିଜୟଶ୍ରୀ ରାଉତରାୟ; କରୋନାରୁ ସୁସ୍ଥ ହୋଇଥିଲେ

Former Minister & BJD Leader Bijayshree Routray Passes Away | ବିଜୟଶ୍ରୀ ଥିଲେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ ପୁଅ । ଭଦ୍ରକ ଜିଲ୍ଲାର ବାସୁଦେବପୁର ଆସନରୁ ସେ ଛଅ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ବିଜେଡି ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।

ଆଉ ନାହାନ୍ତି ପୂର୍ବ ମନ୍ତ୍ରୀ ଓ ବରିଷ୍ଠ BJD ନେତା ବିଜୟଶ୍ରୀ ରାଉତରାୟ; କରୋନାରୁ ସୁସ୍ଥ ହୋଇଥିଲେ
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ (ଫଟୋ ସୌଜନ୍ୟ ଇ-ଗଭ୍‌)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । କରୋନା ଭାଇରସ୍‌ ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି ।

ମୃତ୍ୟୁ ବେଳକୁ ରାଉତରାୟଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଗତ ମାସେ ହେବ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ଭେଟେରାନ୍‌ ନେତାଙ୍କ ପରଲୋକରେ ଅନେକ ରାଜନେତା ଶୋକ ବ୍ୟକ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଓ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’

ବିଜୟଶ୍ରୀ ଥିଲେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟଙ୍କ (Nilamani Routray) ପୁଅ । ସେ ୧୯୫୩ ମସିହା ଜୁଲାଇ ୨୮ ତାରିଖରେ ଭଦ୍ରକ ଜିଲ୍ଲା ବାସୁଦେବପୁର (Basudebpur in Bhadrak) ବ୍ଲକ୍‌ ଅନ୍ତର୍ଗତ ବାଲିନଗର ଗାଁରେ ଜନ୍ମ ନେଇଥିଲେ । ୧୯୬୭ରେ କଟକର ଷ୍ଟୁଆର୍ଟ ସ୍କୁଲରୁ ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ବିଜୟଶ୍ରୀ ୧୯୭୧ରେ ରେଭନସା ବିଶ୍ବବିଦ୍ୟାଳୟରୁ ସ୍ନାତକ କରିଥିଲେ । ୧୯୭୩ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ଭୂଗୋଳରେ ସ୍ନାତକୋତ୍ତର କରି ଗୋଲ୍ଡ ମେଡାଲ ପାଇଥିଲେ । ରାଜନୀତିର ମୋହ ତାଙ୍କୁ ଏମିତି ଘାରିଥିଲା ଯେ ରେଭନ୍‌ସାରୁ ଅଧ୍ୟାପନା ଛାଡ଼ି ୧୯୮୦ରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ।

ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କା

ବାସୁଦେବପୁର ଆସନରୁ ଜନତା ଦଳରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ (Bijayshree Routray) । ଏହା ପରେ ସେହି ଆସନରୁ ଲଗାତର ଛଅ ଥର – ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ରେ – ବିଧାୟକ ଭାବେ ସେ ବିଜୟୀ ହୋଇଥିଲେ । ଜନତା ଦଳରୁ ଦୁଇ ଥର ଏବଂ ବିଜୁ ଜନତା ଦଳରୁ କ୍ରମାଗତ ଚାରି ଥର ସେ ବିଧାୟକ ନିର୍ବାଚିତ ହୋଇଥିଲେ ।

ଏହା ବି ପଢ଼ନ୍ତୁ | CBSE 12th Exam ବାତିଲ୍ ହେଲା; PMଙ୍କ ବୈଠକରେ ନିଷ୍ପତ୍ତି ହେଲା; ଓଡ଼ିଶା + ପରୀକ୍ଷା ବାତିଲ୍ ହେବ କି?

ବିଜୟଶ୍ରୀ ବିଜେଡି ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ପରିବେଶ ଓ ଜଙ୍ଗଲ, ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗ ଭଳି ବିଭାଗର ମନ୍ତ୍ରୀ ପଦରେ ସେ ରହିଥିଲେ । ୨୦୧୯ରେ ନିର୍ବାଚନ ନ ଲଢ଼ି ପୁଅ ବିଷ୍ଣୁବ୍ରତଙ୍କୁ ଦେଇଥିଲେ ସୁଯୋଗ । ୨୦୧୯ ନିର୍ବାଚନରେ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ମୋଦି-ମମତା କଳହ: ଆଲାପନ୍ବନ୍ଦୋପାଧ୍ୟାୟଙ୍କୁ ନୋଟିସ୍ ଜାରି ହେଲା; ତାଙ୍କୁ ଜେଲ୍ ସଜା ମିଳିପାରେ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟଶ୍ରୀଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପଟ୍ଟନାୟକ କହିଛନ୍ତି ଯେ ବିଜୟଶ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ । ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ । ମୁଖ୍ୟ ମନ୍ତ୍ରୀ ଏକ ଟ୍ୱିଟ୍‌ କରି କହିଛନ୍ତି, ‘‘ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନ ପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ଚିର ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।’’



‘‘ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ,’’ ଏକ ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘‘ସେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ରାଜନୈତିକ ଜୀବନରେ ସ୍ୱର୍ଗତ ରାଉତରାୟଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି,’’ କହିଛନ୍ତି ପ୍ରଧାନ ।
Published by: Anand ST Das
First published: June 2, 2021, 8:51 PM IST