News18 Odia Digital
କରୋନା ଭାଇରସ୍ ସଂକ୍ରମଣ ସନ୍ଦେହରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ତୁର୍କୀରେ ଜଣେ ପୂର୍ବତନ ଖ୍ୟାତନାମା ଫୁଟବଲ ଖେଳାଳିଙ୍କୁ ଗିରଫ କରାଯାଇଛି ।
୩୨ ବର୍ଷୀୟ ଖେଳାଳି ସେଭର୍ ଟୋକ୍ଟାସ୍ ନିଜକୁ ପୋଲିସ୍ ନିକଟରେ ସମର୍ପଣ କରିଥିଲେ ଓ ନିଜ ପୁଅ କାସିମର ମୁହଁରେ ଗୋଟେ ତକିଆ ଚାପି ଧରି ତାକୁ ମେ ୪ ତାରିଖରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ବୋଲି ତୁର୍କୀର ସରକାରଙ୍କ ଅଭୀନରେ ଥିବା ଖବର ସଂସ୍ଥା ଆନାଡୋଲୁ ଏଜେନ୍ସି ପ୍ରକାଶ କରିଛି ।
ପିଲାଟିର ମୃତ୍ୟୁକୁ ପ୍ରଥମେ ସନ୍ଦେହଜନକ ବୋଲି ଦେଖାଯାଉନଥିଲା, ଯଦିଓ ସେ କୋଭିଡ-୧୯ (COVID-19) ପାଇଁ ନେଗେଟିଭ୍ ପରୀକ୍ଷିତ ହୋଇଥିଲା । ଏବେ ଅନୁସନ୍ଧାନର ଏକ ଅଂଶ ଭାବେ ତା’ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ କବର ଖୋଳି ବାହାର କରାଯାଇଛି ।

ପାଞ୍ଚ ବର୍ଷର ବାଳକ କାସୀମ୍ (ଗୋଲ୍ଡର୍ସ୍)
ତୁର୍କୀର ଏକ ଟେଲିଭିଜନ ରିପୋର୍ଟ ଅନୁସାରେ ବର୍ତ୍ତମାନ ଏକ ଆମୋଟେର୍ ଲିଗ୍ ଦଳ ସହିତ ଖେଳୁଥିବା ଟୋକ୍ଟାସ୍ ପୋଲିସକୁ କହିଛନ୍ତି ଯେ ନିଜ ପୁଅକୁ ଭଲ ପାଉ ନ ଥିବାରୁ ତାକୁ ଶ୍ୱାସରୁଦ୍ଧ କରି ମାରିଦେଇଥିଲେ ଓ ଏହାର ୧୧ ଦିନ ପରେ ସେ ଅନୁତାପ କରି ନିଜକୁ ପୋଲିସ୍ ନିକଟରେ ସମର୍ପଣ କରିଥିଲେ ।
ବାଳକଟି ଉତ୍ତର-ପଶ୍ଚିମ ବୁର୍ସା ପ୍ରଦେଶର ଏକ ଶିଶୁ ଡାକ୍ତରଖାନାରେ ୨୩ ଏପ୍ରିଲରେ କାଶ ଓ ଉଚ୍ଚ ଜ୍ୱରରେ ଆକ୍ରାନ୍ତ ହେବା ପରେ ଭର୍ତ୍ତି ହୋଇଥିଲା । ସେଦିନ ତୁର୍କୀରେ ପିଲାମାନଙ୍କ ସମ୍ମାନାର୍ଥେ ଏକ ସରକାରୀ ଛୁଟି ଦିନ ଥିଲା । ଏହା ପରେ ବାଳକଟିକୁ ଓ ତା’ ପିତାଙ୍କ ସହିତ ପୃଥକବାସରେ ରଖାଯାଇଥିଲା ।
ଟୋକ୍ଟାସ କହିଛନ୍ତି ଯେ କିଛି ସମୟ ପରେ ସେ ବାଳକଟିକୁ ଶ୍ୱାସରୁଦ୍ଧ କରିଥିଲେ ଓ ସେହି ଡାକ୍ତରଖାନାର କର୍ମଚାରୀଙ୍କୁ କାସିମର ଅବସ୍ଥା ଖରାପ ଆଡ଼କୁ ଗତି କରୁଛି ବୋଲି କହି ସାହାଯ୍ୟ ମାଗିଥିଲେ । ଏହି ପାଞ୍ଚ ବର୍ଷୀୟ ପିଲାଟିକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର ୟୁନିଟ (ICU)କୁ ନିଆଯାଇଥିଲା । ସେଠାରେ ଦୁଇ ଘଣ୍ଟା ପରେ ତା’ର ମୃତ୍ୟୁ ଘଟିଥିଲା ।
ଏହି ଅପରାଧ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟ୍ରାଏଲ୍ ତାରିଖ ସ୍ଥିର ହୋଇନାହିଁ । ୨୦୦୭ରୁ ୨୦୦୯ ମଧ୍ୟରେ ଟୋକ୍ଟାସ୍ ହେସେଟପି ଫୁଟବଲ୍ ଦଳ ପାଇଁ ଖେଳିଥିଲେ, ଯାହା ତୁର୍କୀର ଶୀର୍ଷ ସ୍ତରୀୟ ସୁପର ଲିଗରେ କିଛି ସମୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ।
ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲାଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନାଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତିPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।