ମଉଳି ଯାଇଛି ଫୁଲ ବଜାର; ବ୍ୟବସାୟୀଙ୍କର ଦୈନିକ ୪୦ ଲକ୍ଷ ଟଙ୍କାର ବେପାର ନଷ୍ଟ ହୋଇଛି

ସାଧାରଣତଃ ଏହି ସିଜିନରେ ମଲ୍ଲୀ ଫୁଲର ଅଧିକ ଚାହିଦା ଥାଏ । ମଲ୍ଲୀ କିଲୋ ପିଛା ୪୦୦ ଟଙ୍କା ବା ଅଧିକରେ ବିକ୍ରି ହୁଏ । ହେଲେ ଏବେ ଏହାକୁ ୧୦ ଟଙ୍କାରେ ବି କେହି ନେଉନାହାନ୍ତି ।

ମଉଳି ଯାଇଛି ଫୁଲ ବଜାର; ବ୍ୟବସାୟୀଙ୍କର ଦୈନିକ ୪୦ ଲକ୍ଷ ଟଙ୍କାର ବେପାର ନଷ୍ଟ ହୋଇଛି
ଫୁଲରେ ସଜ୍ଜିତ ଏକ ବିବାହ ମଣ୍ଡପ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯେଉଁ ଫୁଲ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ସବୁଠି ସରାଗରେ ବ୍ୟବହୃତ ହୁଏ, ସେ ଫୁଲ ଆଜି ଅଲୋଡ଼ା । ନା ଉତ୍ସବ ଅଛି ନା ଖୋଜା ପଡିଛି ଫୁଲ । ଏବେ ମଉଳିଯାଇଛି ଫୁଲ ବଜାର ।

କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଜାରି ଥିବା ଲକଡାଉନ ଯୋଗୁଁ ଫୁଲ ବ୍ୟବସାୟ ଭୀଷଣ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ ବିବାହ, ବ୍ରତ ଓ ସବୁ ସାମାଜିକ ଉତ୍ସବ ବନ୍ଦ ରହିଛି । ଫଳରେ ରାଜଧାନୀ ଭୁବନେଶ୍ୱରର ବଜାରରେ ପ୍ରତି ଦିନ ୪୦ରୁ ୫୦ ଲକ୍ଷ ଟଙ୍କାର ଫୁଲ ବ୍ୟବସାୟ ବନ୍ଦ ରହିଛି । ଗତ ମାସକ ଭିତରେ ନାହିଁ ନ ଥିବା କ୍ଷତି ସହିଛନ୍ତି ବ୍ୟବସାୟୀମାନେ । ଫୁଲ ଆମଦାନି କମ ହେବା ସହ ଚାହିଦା ଅଧିକ ରହିଲେ ଫୁଲ ଦର ଆହୁରି ବଢିଯିବ ବୋଲି କହିଛନ୍ତି ସେମାନେ ।

ଲକଡାଉନରେ ଲକ୍ଷ ଲକ୍ଷ ଟଙ୍କାର ଫୁଲ ବି ନଷ୍ଟ ହୋଇଛି । ରାଜ୍ୟରେ ପାଖାପାଖି ୧୭,୦୦୦ ରୁ ୨୦,୦୦୦ ଫୁଲ ଦୋକାନ ରହିଥିବା ବେଳେ କେବଳ ଭୁବନେଶ୍ୱର ରେ ଅଛି ୩୦୦ ଫୁଲ ଦୋକାନ । ମାର୍ଚ୍ଚ ୧୮ ତାରିଖ ରାଜ୍ୟରେ ଲକଡାଉନ ଘୋଷଣା ହେବା ଠାରୁ ଲକ୍ଷ ଲକ୍ଷ ଟଙ୍କାର ଫୁଲ ନଷ୍ଟ ହୋଇଛି । ପ୍ରତି ଦିନ ୪୦ ଲକ୍ଷ ଟଙ୍କାର ଫୁଲ ନଷ୍ଟ ହେଉଥିବା ଫୁଲ ବ୍ୟବସାୟୀ ସଙ୍ଘ କହିଛି।

ସାଧାରଣତଃ ଏହି ସିଜିନରେ ମଲ୍ଲୀ ଫୁଲର ଅଧିକ ଚାହିଦା ରହିଥାଏ । ମଲ୍ଲୀ ଫୁଲ କିଲୋ ପିଛା ୪୦୦ ଟଙ୍କା ବା ଅଧିକରେ ବିକ୍ରି ହୁଏ । ହେଲେ ଏବେ ଏହାକୁ ୧୦ ଟଙ୍କାରେ ବି କେହି ନେଉନାହାନ୍ତି ।

ଏମିତି ଫୁଲକୁ ଫିଙ୍ଗିବାକୁ ବାଧ୍ୟ ହୋଇଛନ୍ତି ବ୍ୟବସାୟୀମାନେ ।


ରାଜ୍ୟରେ ଫୁଲ ରଖିବା ପାଇଁ ନା ଅଛି ମଣ୍ଡି ନା ଶୀତଳ ଭଣ୍ଡାର । ଫଳରେ ଦୋକାନୀ ବାଧ୍ୟ ହେଉଛନ୍ତି ଫୁଲ ଫୋପାଡିବାକୁ । ଲିଲୀୟମ, ଜେର୍ବେରା, ଆର୍କିଡ଼ ଓ ଗୋଲାପ ଫୁଲ ଉଞ୍ଚା ଦରରେ ବିକ୍ରି ହେଉଥିବା ବେଳେ ଆଜି କେଉଁଠି ସେସବୁକୁ ଗାଈ ଖାଉଛି ତ କେଉଁଠି ପଚି ନଷ୍ଟ ହେଉଛି ।

‘‘ହଠାତ ଲକଡାଉନ ଘୋଷଣା ହେଲା । ସେତେବେଳେ ସିଜିନକୁ ଦେଖି ଫୁଲ ବି ଭର୍ତ୍ତି ହୋଇଥାଏ । ଏଭଳି ସ୍ଥିତି ଆଗରୁ କେବେ ଦେଖି ନ ଥିଲୁ । ତେଣୁ ଆଶା ବି କରି ନ ଥିଲୁ କେବେ ଏମିତି ପରିସ୍ଥିତି ଆସିବ । ଏବେ ପ୍ରତି ଦିନ ୩୦ ରୁ ୪୦ ଲକ୍ଷ ଟଙ୍କାର ଫୁଲ ନଷ୍ଟ ହେଉଛି । ଏବେ ତ ଫୁଲ କେଉଁଠି ନାହିଁ । ବଜାର ଖୋଲିଲେ ବି ଭଲ ଫୁଲ ମିଳିବା କଷ୍ଟ ହେବ,’’ କହିଛନ୍ତି ଫୁଲ ବ୍ୟବସାୟୀ ସଙ୍ଘର ସମ୍ପାଦକ ସନ୍ତୋଷ ତ୍ରିପାଠୀ ।

ଫୁଲ ଚାଷୀଙ୍କ ସ୍ଥିତି ବି ସମାନ । ଉଜୁଡ଼ି ଯାଇଛି ସେମାନଙ୍କର ଏକର ଏକର ଫୁଲର ଖେତ । ଇଭେଣ୍ଟ ମାନେଜର ବି ଅସୁବିଧା ଭୋଗୁଛନ୍ତି । ଏପ୍ରିଲ ଓ ମେ ମାସରେ ଥିବା ସମସ୍ତ ଅର୍ଡର କ୍ୟାନସେଲ କରିଛନ୍ତି ଗ୍ରାହକମାନେ । ସାମାଜିକ କାମ କାର୍ଯ୍ୟ ବନ୍ଦ ଥିବାରୁ ଆଗକୁ ଥିବା କାମ ବି ଧୀରେ ଧୀରେ ବାତିଲ ହେଲାଣି । ଚଳିତ ବର୍ଷ ଆଉ ଆଗକୁ ବେପାର ହେବ କି  ନା ସେ ନେଇ ବି ସନ୍ଦେହ ଦେଖା ଦେଇଛି । ଇଭେଣ୍ଟ ପିଛା ପ୍ରତି ଦିନ ୫୦ ହଜାରରୁ ଲକ୍ଷେ ଟଙ୍କା ଲସ୍‌ ହେଉଥିବା ବ୍ୟବସାୟୀମାନେ କହିଛନ୍ତି ।

ଲକଡାଉନରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ବାକି ସବୁ ବ୍ୟବସାୟ ଏକ ପ୍ରକାର ଠପ୍‌ ହୋଇଛି । ଏବେ ସମସ୍ତେ ଅପେକ୍ଷାରେ ଅଛନ୍ତି କେବେ ସବୁ ଠିକ ହେବ ।
First published: May 2, 2020, 3:27 PM IST
corona virus btn
corona virus btn
Loading