Flipkart ଏକ ହୃଦୟସ୍ପର୍ଶୀ ଭିଡିଓ ମାଧ୍ୟମରେ ଡେଲିଭରୀ କରୁଥିବା ହିରୋମାନଙ୍କୁ ପ୍ରଶଂସା କରୁଛି

ଡେଲିଭରୀ କରୁଥିବା ହିରୋମାନେ ଅବିସ୍ମରଣୀୟ ଭାବନା ଦେଖାଉଛନ୍ତି ଓ ଆମ କଳ୍ପନାଠାରୁ ଅଧିକ ପ୍ରତିକୂଳ ବାଧାର ସାମ୍ନା କରି ଆମ ପାଖରେ ନିରାପଦରେ ଓ ଠିକ୍‌ ସମୟରେ ସାମଗ୍ରୀ ପହଞ୍ଚାଉଛନ୍ତି ।

Flipkart ଏକ ହୃଦୟସ୍ପର୍ଶୀ ଭିଡିଓ ମାଧ୍ୟମରେ ଡେଲିଭରୀ କରୁଥିବା ହିରୋମାନଙ୍କୁ ପ୍ରଶଂସା କରୁଛି
ରୋଶନୀ ଫ୍ଲିପକାର୍ଟର ଜଣେ ଡେଲିଭରୀ ହିରୋଇନ୍‌ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମହାମାରୀ ଆରମ୍ଭ ହେବା ଦିନଠାରୁ ଆମେ ଉତ୍ସାହର ସହ ଡିଜିଟାଲ୍‌ ଦୁନିଆରେ ପ୍ରବେଶ କରିଛୁ । ନିଜ ପ୍ରିୟ ମଲକୁ ଯାଇ ନ ପାରିବା ଓ ସାମାଜିକ ଦୂରତା ଯୋଗୁଁ ବାହାରକୁ ଯିବା ସୀମିତ ହେବା ପରେ ବି ଆମେ ଚାହୁଁଥିବା ପ୍ରାୟ ସବୁ ଉତ୍ପାଦ ଆମକୁ ଫ୍ଲିପକାର୍ଟ ଆଣିଦେଉଛି ।

ଏହି ସବୁ ଘଟଣାରେ ଗୋଟିଏ ଅବିସ୍ମରଣୀୟ ସଂଯୋଗ ହେଉଛି ଡେଲିଭରୀ କରୁଥିବା ହିରୋମାନଙ୍କ ଦ୍ୱାରା ପ୍ରଦର୍ଶିତ ଅବିସ୍ମରଣୀୟ ଭାବନା, ଯେଉଁମାନେ ଆମ ହାତ ପହଞ୍ଚରେ ସୁରକ୍ଷିତ ଓ ନିରାପଦରେ ସାମଗ୍ରୀ ପହଞ୍ଚାଇବା ସମୟରେ ଆମ କଳ୍ପନାଠାରୁ ଅଧିକ ପ୍ରତିକୂଳ ବାଧାର ସାମ୍ନା କରୁଛନ୍ତି । ନୂଆ SOPର ପାଳନ କରିବା ହେଉ କିମ୍ବା ଉତ୍ତପ୍ତ ଗ୍ରୀଷ୍ମ ଦିନରେ ମଧ୍ୟ ବାଧ୍ୟତାମୂଳକ ମାସ୍କିଂ ହେଉ, ଲକଡାଉନ୍ ଥିବା ରାଜ୍ୟଗୁଡି଼କରେ ଜାରି ଥିବା ନୂଆ ନିୟମ ଓ ସର୍ତ୍ତଗୁଡ଼ିକୁ ମାନି ଶେଷରେ ଆପଣ ଆଶା କରୁଥିବା ସାମଗ୍ରୀକୁ ନେଇ ଆପଣଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଡେଲିଭରୀ କର୍ମଚାରୀମାନଙ୍କ ଯାତ୍ରା ଅତି କଷ୍ଟସାଧ୍ୟ ରହୁଛି ।

ବର୍ତ୍ତମାନ ସମୟରେ ଆପଣ ହୁଏତ ଧ୍ୟାନ ଦେଇ ନ ଥାଇପାରନ୍ତି, ହେଲେ ଡୋରଷ୍ଟେପ୍ ଡେଲିଭରୀର ସ୍ୱଭାବ ଦେଖି ଏହି ଡେଲିଭରୀ ଉପାୟ ଅନେକ ମାତ୍ରାରେ ବୃଦ୍ଧି ପାଇଛି । କିନ୍ତୁ ଦେଶ ଧିରେ ଧିରେ ଦ୍ୱିତୀୟ ତରଙ୍ଗରୁ ବାହାରି ଆସିବା ମାତ୍ରେ ଡେଲିଭରୀ ପୁଣି ଥରେ ଉତ୍ସାହର ସହ ଆରମ୍ଭ ହୋଇଛି । ଏହା ବୋଧହୁଏ ସେହି ଲୋକମାନଙ୍କୁ ଆମର ଭଲପାଇବା ଦେଖାଇବା ପାଇଁ ଏକ ଉପଯୁକ୍ତ ସମୟ ଯେଉଁମାନଙ୍କ ବିନା ଏହି ଲକଡାଉନ୍ ଅଧିକ ଅସହ୍ୟ ହୋଇଥା’ନ୍ତା । ବର୍ତ୍ତମାନ ଡେଲିଭରୀ କରୁଥିବା ହିରୋମାନଙ୍କୁ ଆମର ଭଲପାଇବା ଦେଖାଇବାର ସମୟ ଆସିଛି ।



Flipkartର ଅଭିବ୍ୟକ୍ତି

ସମଗ୍ର ମହାମାରୀ ସମୟରେ ଡେଲିଭରୀ କରୁଥିବା ଲୋକଙ୍କ ଅପାର ଯୋଗଦାନକୁ ଚିହ୍ନଟ କରି ପ୍ରଦର୍ଶନ କରିବା ପାଇଁ Flipkart ଏକ ଛୋଟ ଭିଡିଓ ପ୍ରସ୍ତୁତ କରିଛି ଯେଉଁଥିରେ ସେହି ସମସ୍ତ ଚ୍ୟାଲେଞ୍ଜ୍‌ ପ୍ରଦର୍ଶିତ ହୋଇଛି ଯାହାକୁ ଏହି ହିରୋମାନେ ନିଜ ମୁହଁରେ ହସ ଫୁଟାଇ ପୂରା କରନ୍ତି ଓ ଯାହା ଦ୍ଵାରା ସେମାନେ ପ୍ରତିବଦଳରେ ଗ୍ରାହକଙ୍କ ମୁହଁରେ ସେମାନେ ହସ ଆଣିପାରନ୍ତି ।

ଏହି ଭିଡିଓ ରୋଶନୀ ନାମକ ଜଣେ ଡେଲିଭରୀ ହିରୋଇନଙ୍କ ସହିତ ଆରମ୍ଭ ହୋଇଛି ଯିଏ ସକାଳୁ ଶୀଘ୍ର ଉଠନ୍ତି ଓ ନିଜ ରାଉଣ୍ଡ୍ ଆରମ୍ଭ କରନ୍ତି କାରଣ ସେ ଭିନ୍ନ ଭିନ୍ନ ସାମଗ୍ରୀ ଡେଲିଭରୀ କରିବାକୁ ଯାଆନ୍ତି, ଯାହାକୁ ଆପଣ ଓ ମୋ’ ଭଳି ଅନେକ ଲୋକ ଉତ୍ସାହର ସହିତ ଅପେକ୍ଷା କରିଥା’ନ୍ତି । ସେ ନିଜର ଆଇଡି ଦେଖାଇ ପୋଲିସ୍ ଚେକପୋଷ୍ଟକୁ ପାର କରନ୍ତି, ନିଜର ଅଧା ଟିଫିନ୍ ଖାଆନ୍ତି, ଯେପରି ପରବର୍ତ୍ତୀ ଡେଲିଭରୀକୁ ଠିକ୍ ସମୟରେ ପହଞ୍ଚାଇବାରେ ବିଳମ୍ବ ନ ହେବ ଏବଂ ଲିଫ୍ଟ ଖରାପ ହୋଇଯାଇଥିଲେ ମଧ୍ୟ ସେ ସିଢି଼ ଚଢି଼ ନିର୍ଦ୍ଦିଷ୍ଟ ଘର ବାହାରେ ପାର୍ସଲ ପହଞ୍ଚାଇଥାନ୍ତି ।

ଯେପରି ଭିଡିଓରେ ଠିକ୍ ଆରମ୍ଭରେ କୁହାଯାଇଛି, ତାଙ୍କ ପରି ଡେଲିଭରୀ ହିରୋଇନମାନେ ସାଣ୍ଟାକ୍ଲଜ୍ କିମ୍ବା କାବୁଲିୱାଲା ଠାରୁ କମ୍ ନୁହଁନ୍ତି, ଯେଉଁମାନେ ସର୍ବଦା ଠିକ୍ ସମୟରେ ପହଞ୍ଚିବା ଓ ଉପହାର ନେଇ ଆସିବା ପାଇଁ ଜଣାଶୁଣା । ସେଇଥି ପାଇଁ ତାଙ୍କ ଚାକିରିର ବର୍ଣ୍ଣନା ‘ସୁଖ ପ୍ରଦାନ କରିବା’ ବାକ୍ୟରେ ଉପଯୁକ୍ତ ଭାବରେ ଦର୍ଶାଯାଇଛି ।

ଶିକ୍ଷା ବର୍ତ୍ତମାନ ଅନଲାଇନ୍ ମାଧ୍ୟମରେ ହେଉଥିବାବେଳେ ରୋହନ ନାମକ ଗୋଟିଏ ପିଲା ଯିଏ ନିଜର ପ୍ରାକ୍ଟିକାଲ୍‌ ବିଜ୍ଞାନ ପ୍ରୋଜେକ୍ଟ କରିବାକୁ ଆଗ୍ରହୀ, ତା' ପାଇଁ ଷ୍ଟେସନାରୀ ଡେଲିଭରୀ କରିବାଠାରୁ ଆରମ୍ଭ କରି ଆଣ୍ଟି ଡି'ସୋଜା ନାମକ ଜଣେ ମହିଳାଙ୍କ ପାଇଁ ଗୋଟିଏ ଫେସିଆଲ୍ ଷ୍ଟିମର୍ ଡେଲିଭରୀ କରିବା ପର୍ଯ୍ୟନ୍ତ ଏବଂ ଡିମ୍ପଲ୍ ନାମକ ଜଣେ ମହିଳାଙ୍କ ପାଇଁ ଚିନି ରିଫିଲ୍ କରିବା, ଯିଏ ନିଜ ଶାଶୁଙ୍କ ପାଇଁ ଗୁଲାବ ଜାମୁନ୍ ତିଆରି କରିବାରେ ବ୍ୟବହାର କରନ୍ତି, ଏହି ସବୁ ଡେଲିଭରୀ କରିବା ପାଇଁ ରୋଶନି ସାରା ଦିନର କାର୍ଯ୍ୟ ପାଇଁ ନିଜ ଡେଲିଭରୀକୁ ବ୍ୟବସ୍ଥିତ କରନ୍ତି ।

ଏହି ଭିଡିଓରେ କେବଳ ଏହି ସ୍ଥିତିଗୁଡ଼ିକ ମାଧ୍ୟମରେ ରୋଶନୀଙ୍କ ଜୀବନକୁ ଦେଖାଯାଇଥିବା ବେଳେ କେବଳ କଳ୍ପନା ହିଁ କରାଯାଇପାରେ ଯେ କେତେ ଲୋକ ସେମାନଙ୍କ ସୁବିଧା ଅନୁସାରେ ଅନଲାଇନ୍ ଜିନିଷ ଅର୍ଡ଼ର କରନ୍ତି ଓ ରୋଶନୀଙ୍କ ପରି ଡେଲିଭରୀ ହିରୋ ମାଧ୍ୟମରେ ତାହାକୁ ଘରକୁ ଆଣନ୍ତି । ସେଇଥି ପାଇଁ Flipkart ଚାହୁଁଛି ଯେ ସେହି ହସିବାକୁ ମନେ ପକାଇ ଓ ସେମାନଙ୍କୁ ଧନ୍ୟବାଦ ଜଣାଇ ସମସ୍ତେ #CelebratingDeliveryHeroes ରେ ସାମିଲ ହୁଅନ୍ତୁ। ସର୍ବଶେଷରେ, ଏହି ହିରୋମାନେ କେବଳ ସଂପୂର୍ଣ୍ଣ ସାମଗ୍ରୀ ଭରାହୋଇଥିବା ପାର୍ସଲ୍ ଡେଲିଭରୀ କରୁନାହାଁନ୍ତି, ବରଂ ତା’ ସହିତ ସେମାନେ ପ୍ରତ୍ୟେକ ଥର ଆମ ଦ୍ୱାରକୁ ଆସିବା ପରେ ଆମର ଅନେକଗୁଡ଼ିଏ ଆଶା ଓ ଅପେକ୍ଷା ପୂରା କରୁଛନ୍ତି ।

(This article has been created by the Studio18 team on behalf of Flipkart)

[Partnered Post]
Published by: Anand ST Das
First published: July 2, 2021, 7:41 PM IST