କରୋନା କାବୁରେ ନାହିଁ; ୫ଟି ରାଜ୍ୟ ରେଳବାଇକୁ ଏବେ ନୂଆ ଟ୍ରେନ୍ ନ ଚଳାଇବାକୁ କହିଲେ

ରେଳବାଇ ମେ ୧୨ରୁ ୩୦ଟି ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ ଓ ଜୁନ୍ ୧ରୁ ୨୦୦ଟି ସ୍ୱତନ୍ତ୍ର ମେଲ୍ / ଏକ୍ସପ୍ରେସ ଟ୍ରେନ୍ ଚଳାଉଥିଲା । ବିଭିନ୍ନ ରାଜ୍ୟରୁ ଆବେଦନ ଆସିବା ପରେ ଏହି ଟ୍ରେନଗୁଡିକ ମଧ୍ୟରୁ ଅନେକକୁ ବନ୍ଦ କରିବାକୁ ପଡ଼ିଛି ।

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଶୀଘ୍ର ଆରମ୍ଭ ହେବ ଏହି ସ୍ପେଶାଲ ଟ୍ରେନ୍

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର! ଶୀଘ୍ର ଆରମ୍ଭ ହେବ ଏହି ସ୍ପେଶାଲ ଟ୍ରେନ୍

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର ଅନେକ ରାଜ୍ୟରେ କରୋନା ଭାଇରସ୍ (Coronavirus) ସଂକ୍ରମଣ ବଢ଼ିବାରେ ଲାଗିଛି । ରେଳବାଇର କାର୍ଯ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ପାଞ୍ଚଟି ରାଜ୍ୟ ରେଳବାଇକୁ କୌଣସି ନୂଆ ଟ୍ରେନ୍ (train) ନ ଚଳାଇବାକୁ ଅନୁରୋଧ କରିଥିବା ବେଳେ ରେଳବାଇକୁ କେତେକ ସ୍ୱତନ୍ତ୍ର ଟ୍ରେନ୍ ବି ବାତିଲ କରିବାକୁ ପଡ଼ିଛି ।

ପଶ୍ଚି ମବଙ୍ଗ (west Bengal), ଓଡ଼ିଶା (Odisha), ମହାରାଷ୍ଟ୍ର (Maharashtra), ତାମିଲ ନାଡୁ (Tamil Nadu) ଓ ଝାଡ଼ଖଣ୍ଡ (Jharkhand) ସରକାର ବର୍ତ୍ତମାନ ରେଳବାଇକୁ (Indian Railways) କୌଣସି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନ କରିବାକୁ ନିବେଦନ କରିଛନ୍ତି । ସୂତ୍ରଙ୍କ ଅନୁସାରେ ରାଜ୍ୟଗୁଡ଼ିକରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ବି ରେଳବାଇକୁ କୌଣସି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁମତି ଦେଉନାହିଁ ।

ଏହା ପୂର୍ବରୁ ରେଳବାଇ ଦେଶରେ ପ୍ରାୟ ୯୦ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଥିଲା । ଏଥି ପାଇଁ ପ୍ରସ୍ତାବ ଗୃହ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ସେହି ପ୍ରସ୍ତାବ ଉପରେ ମୋହର ଲାଗି ନାହିଁ । ତା’ର ସମ୍ଭାବନା ବି ନାହିଁ ବୋଲି ଜଣାପଡ଼ିଛି ।

ଝାଡ଼ଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ


ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବରେ କରୋନା ମାମଲା ବୃଦ୍ଧି ପାଉଛି ।ଏବଂ ଅନେକ ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ଯେ ଟ୍ରେନ୍ ଚଳାଚଳ ହେଲେ କରୋନାକୁ ନିୟନ୍ତ୍ରଣ କରିବା ଆହୁରି କଷ୍ଟକର ହୋଇପଡ଼ିବ । ଝାଡ଼ଖଣ୍ଡ ସରକାର ତ ଏ କଥା ବି କହିଛନ୍ତି ଯେ ବିହାର କାରଣରୁ ଝାରଖଣ୍ଡରେ ୫୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ପାଟନା ଓ ରାଞ୍ଚି ମଧ୍ୟରେ ଚାଲୁଥିବା ଜନ ଶତାବ୍ଦୀ ଟ୍ରେନକୁ ମଧ୍ୟ ଝାଡ଼ଖଣ୍ଡ ସରକାର ବାତିଲ କରାଇଦେଇଛନ୍ତି ।

ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ବି ଆରମ୍ଭରୁ ଟ୍ରେନ୍ ଚଳାଚଳ ଉପରେ ଆପତ୍ତି ଉଠାଇଛନ୍ତି । ତାଙ୍କ ସରକାର ପୂର୍ବା ଏକ୍ସପ୍ରେସ ଭଳି ଅନେକ ଟ୍ରେନର ଫ୍ରିକ୍ୱେନ୍ସି (ବାରମ୍ବାରତା) ହ୍ରାସ କରି ସେମାନଙ୍କୁ ସାପ୍ତାହିକ ଟ୍ରେନରେ ପରିଣତ କରିଛି । ଏଥି ସହିତ ମମତା ସରକାର ଜୁଲାଇ ୨୭ରେ ପଶ୍ଚିମ ବଙ୍ଗରୁ ଚାଲୁଥିବା ସବୁ ଟ୍ରେନକୁ ବାତିଲ କରି ଦେଇଛନ୍ତି । ଜୁଲାଇ ୨୯ରେ ବି ପଶ୍ଚିମ ବଙ୍ଗରୁ ଚାଲୁଥିବା ସବୁ ଟ୍ରେନ ବାତିଲ୍‌ କରି ଦିଆଯାଇଛି।

ବିହାର ଭଳି କେତେକ ରାଜ୍ୟରେ କରୋନା ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବନ୍ୟା ଓ କରୋନା ଯୋଗୁଁ ବିହାରରେ ପରିସ୍ଥିତି ନିରନ୍ତର ଚିନ୍ତାଜନକ ହୋଇ ରହିଛି । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଟ୍ରେନ ଉପରେ କିଛି ନିଷ୍ପତ୍ତି ନେଇ ନାହାନ୍ତି ।

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ଏହା ବି ପଢ଼ନ୍ତୁ: କରୋନା କବଚ ବୀମା ପଲିସି ଖୁବ୍ ଲୋକପ୍ରିୟ ହେଉଛି; ଏଥିରୁ କ’ଣ ଓ କେମିତି ଲାଭ ମିଳୁଛି ଜାଣନ୍ତୁ

ରେଳବାଇ ମେ ୧୨ରୁ ୩୦ଟି ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍ ଓ ଜୁନ୍ ୧ରୁ ୨୦୦ଟି ସ୍ୱତନ୍ତ୍ର ମେଲ୍ / ଏକ୍ସପ୍ରେସ ଟ୍ରେନ୍ ଚଳାଉଥିଲା । ବିଭିନ୍ନ ରାଜ୍ୟରୁ ଆବେଦନ ଆସିବା ପରେ ଏହି ଟ୍ରେନଗୁଡିକ ମଧ୍ୟରୁ ଅନେକକୁ ବନ୍ଦ କରିବାକୁ ପଡ଼ିଛି । ଅନ୍ୟ ପକ୍ଷରେ କରୋନା ଭୟ ଯୋଗୁଁ ଅନେକ ଟ୍ରେନକୁ ଯଥେଷ୍ଟ ଯାତ୍ରୀ ବି ମିଳୁନାହାନ୍ତି । ଏ ଭଳି ପରିସ୍ଥିତିରେ ରେଳବାଇ ଆଉ କିଛି ନୂଆ ଟ୍ରେନ୍ ଘୋଷଣା କରିବ ବୋଲି ଆଶା ନାହିଁ ।
Published by:Anand Shankar Thankur Das
First published: