ବାଲେଶ୍ୱରରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଯାଜପୁରରେ ୩ ଡାକ୍ତର କ୍ୱାରାଣ୍ଟାଇନରେ

ବାଲେଶ୍ୱର ଜିଲ୍ଲାର ଏହି ୫ ଜଣ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ଏମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା । ସେମାନଙ୍କ ବୟସ ୧୨ରୁ ୩୮ ବର୍ଷ ଭିତରେ ।

ବାଲେଶ୍ୱରରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଯାଜପୁରରେ ୩ ଡାକ୍ତର କ୍ୱାରାଣ୍ଟାଇନରେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 21, 2020, 3:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗତ କାଲି ଗୋଟିଏ ଦିନରେ ରାଜ୍ୟରେ ୧୩ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଆଜି ଆଉ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ଜଣ ବାଲେଶ୍ୱର ଜିଲ୍ଲାର । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ବର ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଠରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୫୩ ଜଣ କରୋନା ଭାଇରସ୍‌ ଆକ୍ରାନ୍ତଙ୍କର ବିଭିନ୍ନ ଡାକ୍ତରଖାନାରେ ଚାଲିଛି ଚିକିତ୍ସା ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ଏହି ସମସ୍ତ ୫ ଜଣ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ଏହି ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା । ୩୪ ବର୍ଷର ଦୁଇ ଜଣ ମହିଳା ଆକ୍ରାନ୍ତ, ୩୮ ଓ ୨୬ ବର୍ଷର ପୁରୁଷ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳକ ମଧ୍ୟ ଆକ୍ରାନ୍ତ ଅଛି ।

ଇତି ମଧ୍ୟରେ ଯାଜପୁରକୁ ନେଇ ବଢ଼ିଛି ଚିନ୍ତା । ଯାଜପୁରରେ ବଢ଼ିପାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏ ନେଇ ବଢ଼ିଛି ଆଶଙ୍କା । ଗତ କାଲି ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ କେତେକ ରୋଗୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଥି ପାଇଁ ଡାକ୍ତରଖାନାର କିଛି ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା ରହିଛି । ତିନି ଜଣ ଡାକ୍ତର ଏବଂ ୧୯ ଜଣ ପାରାମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

ସାରା ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ସରକାର । ଭିଡିଓ କନଫରେନ୍ସିଂ ଯୋଗେ ଲୋକ ସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ସବୁ ରାଜ୍ୟର ବାଚସ୍ପତିଙ୍କ ସହ କରିଛନ୍ତି ଆଲୋଚନା । ଲୋକ ସଭା ବାଚସ୍ପତିଙ୍କ ସହ ଭିସିରେ ରାଜ୍ୟର କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଭୁବନେଶ୍ବରରେ ଥିବା ଜାତୀୟ ବିଜ୍ଞାନ ସୂଚନା କେନ୍ଦ୍ର ଏନଆଇସି ଅଫିସରେ ହୋଇଥିଲା ଏହି  ଭିଡିଓ କନଫରେନ୍ସିଂ । କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା କି ପ୍ରକାର ପଦକ୍ଷେପ ନେଉଛି, କେନ୍ଦ୍ର ସହ କିଭଳି ସମନ୍ବୟ ରକ୍ଷା କରି ବ୍ୟବସ୍ଥା ଗ୍ରହଣ କରାଯାଉଛି, ସେ ସଂପର୍କରେ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
First published: April 21, 2020, 3:17 PM IST
corona virus btn
corona virus btn
Loading