କରୋନା ଯୋଦ୍ଧା: ଏହି ପରିବାରର ୫ ଜଣ ସଦସ୍ୟ ରାଜ୍ୟରେ କରୋନା ମୁକାବିଲାରେ ଲାଗିଛନ୍ତି

ଭୁବନେଶ୍ୱରର ରାଜ ରାସ୍ତାରେ ଖାକି ବର୍ଦ୍ଦି ପିନ୍ଧି ଡ୍ୟୁଟି କରୁଛନ୍ତି ମହିଳା ଫରେଷ୍ଟର ସୁଦିପ୍ତl ନାୟକ l କମିଶନରେଟ ପୋଲିସର କାନ୍ଧରେ କାନ୍ଧ ମିଶାଇ କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି l

କରୋନା ଯୋଦ୍ଧା: ଏହି ପରିବାରର ୫ ଜଣ ସଦସ୍ୟ ରାଜ୍ୟରେ କରୋନା ମୁକାବିଲାରେ ଲାଗିଛନ୍ତି
ଭୁବନେଶ୍ୱରରେ କାର୍ଯ୍ୟରତ ସୁଦିପ୍ତା ନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଭୟରେ ସାରା ଦେଶ ଏବେ ଲକଡାଉନରେ ଥିବା ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ଏହି ଯୁଦ୍ଧ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ର ଗୋଟିଏ ପରିବାର: ଜଣେ ମହିଳା, ତାଙ୍କ ବାପା ଓ ମାଆ, ତାଙ୍କ ସ୍ୱାମୀ ଓ ଭଉଣୀ ।

ମାଆ ଜଣେ ଅଙ୍ଗନୱ୍ଵାଡ଼ି ୱlର୍କର, ବାପା ପଞ୍ଚାୟତ ଏକ୍ସକ୍ୟୁଟିଭ ଅଫିସର, ଭଉଣୀ ଯୋଗାଣ ସହାୟକ ଥିବା ବେଳେ ସ୍ୱାମୀ ଅଛନ୍ତି ମେଡିକାଲ କିରାଣି, ଆଉ ସେ ନିଜେ ଫରେଷ୍ଟର ହୋଇ ପୋଲିସ ସହ ମିଶି ଏବେ ସାଜିଛନ୍ତି କରୋନା ଯୋଦ୍ଧା l

ରାଜଧାନୀର ରାଜ ରାସ୍ତା ଉପରେ ଖାକି ବର୍ଦ୍ଦି ପିନ୍ଧି ଡ୍ୟୁଟି କରୁଛନ୍ତି ମହିଳା ଫରେଷ୍ଟର ସୁଦିପ୍ତl ନାୟକ l କମିଶନରେଟ ପୋଲିସର କାନ୍ଧରେ କାନ୍ଧ ମିଶାଇ ରାସ୍ତା ଉପରେ କରୁଛନ୍ତି ଡ୍ୟୁଟି l କିଏ କୁଆଡେ ଯାଉଛି, କାହିଁକି ଯାଉଛି, ପାଖରେ ପାସ୍‌ ଅଛି ନା ନାହିଁ ପଚାରି ବୁଝୁଛନ୍ତି l କରୋନା ସଂକ୍ରମଣ ଭୟକୁ ଖlତିର ନ କରି ରାସ୍ତାରେ ଯାଉଥିବା ପ୍ରତ୍ୟେକ ଲୋକକୁ ଟିକନିକ୍‌ ଯାଞ୍ଚ କରୁଛନ୍ତି ସୁଦିପ୍ତା l

ସୁଦିପ୍ତାଙ୍କ ମାଆ ଶୋଭାରାଣୀ ଅଙ୍ଗନବାଡ଼ି କାମରେ ଲାଗିଛନ୍ତି ।


ଭୁବନେଶ୍ଵରରେ ସୁଦିପ୍ତା ଡ୍ୟୁଟି କରୁଥିବା ବେଳେ ତାଙ୍କ ବାପା ସିରିଶ ନାୟକ କୋରାପୁଟ ଜିଲ୍ଲା କୋଟପାଡ଼ରେ ପଞ୍ଚାୟତରେ ଏଗ୍ଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି l ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର କୋଟପାଡ଼ରେ କରିଥିବା କ୍ଵାରେଣ୍ଟାଇନ ସେଣ୍ଟରର  ଚାର୍ଜରେ ଅଛନ୍ତି ସିରିଶ l କ୍ଵାରେଣ୍ଟାଇନରେ କେତେ ପ୍ରବାସୀ ରହିବେ ଓ ସେମାନଙ୍କୁ ଖାଦ୍ୟ ପାନୀୟ କେମିତି ଠିକରେ ମିଳିବ ସେ କଥା ବୁଝୁଛନ୍ତି ସେ ।

ସୁଦିପ୍ତାଙ୍କ ମାଆ ଶୋଭାରାଣୀ ନାୟକ କୋଟପାଡ଼ରେ ଅଙ୍ଗନୱାଡି କର୍ମୀ ଥିବାରୁ ଗାଁ ଗାଁ ବୁଲି  ମାଆ ଭଉଣୀମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରୁଛନ୍ତି  l ଗାଁ ଗାଁ ବୁଲି ପିଲାଙ୍କୁ ଟିକା ବି ଦେଉଛନ୍ତି ସେ ।

ସୁଦିପ୍ତାଙ୍କ ଭଉଣୀ ସୁନିତl ନାୟକ ଯୋଗାଣ ସହାୟକ ଥିବାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କୁ ଦିଆଯାଉଥିବା ଚାଉଳ, ଗହମ ଓ ଟଙ୍କା ବାଣ୍ଟିବା କାର୍ଯ୍ୟରେ ନିଜକୁ ଲଗାଇଛନ୍ତି l ନିଜ ଅଞ୍ଚଳରେ ଯେପରି ଜଣେ ହେଲେ ବି ଗରିବ ଲୋକ ସରକାରୀ ସହାୟତାରୁ ବଞ୍ଚିତ ନ ହେବେ ସେଥି ପ୍ରତି ଧ୍ୟାନ ଦେଉଛନ୍ତି ସେ l

ସୁଦିପ୍ତାଙ୍କ ଭଉଣୀ ସୁନିତା ଯୋଗାଣ ସହାୟକ ଭାବେ କାମ କରୁଛନ୍ତି ।


ସୁଦିପ୍ତାଙ୍କ ସ୍ଵାମୀ ହିମାଂଶୁ ଶେଖର କୋଟପାଡ଼ ହସ୍ପିଟାଲରେ କିରାଣି ଥିବାରୁ ୨୪ ଘଣ୍ଟା କାମରେ ଲାଗିଛନ୍ତି l ହସ୍ପିଟାଲ ଛାଡ଼ି ନ  ଯିବାକୁ ନିର୍ଦ୍ଦେଶ ଥିବାରୁ ହିମାଂଶୁ କୋଟପାଡ଼ରେ ରହି ସାଜିଛନ୍ତି କରୋନା ଯୋଦ୍ଧା l

କରୋନା ମହାମାରୀ ଡ୍ୟୁଟିରେ ବାପା, ମା ଦୁଇ ଭଉଣୀ ଓ ସ୍ୱାମୀ ଏବେ ସମସ୍ତେ ନିଜକୁ ଉତ୍ସର୍ଗ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ସୁଦିପ୍ତା ନାୟକ l ତେବେ ସମସ୍ତେ ନିଜ ନିଜ ସ୍ଵାସ୍ଥ୍ୟର ଯତ୍ନ ନେଇ ଡ୍ୟୁଟି କରୁଛନ୍ତି ବୋଲି କହିଛନ୍ତି ସେ l

ସୁଦିପ୍ତାଙ୍କ ସ୍ୱାମୀ ହିମାଂଶୁ ଶେଖର କୋଟପାଡ଼ ହସ୍ପିଟାଲରେ କିରାଣି ଭାବେ କାର୍ଯ୍ୟରତ ।


ସୁଦିପ୍ତାଙ୍କ ବାପା ସିରିଶ କହିଛନ୍ତି: ‘‘ବର୍ତ୍ତମାନ ସମୟରେ କ୍ୱାରେଣ୍ଟାଇନ ସେଣ୍ଟରର ଦାୟିତ୍ଵ ବଢି ଯାଇଛି l ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ମିଳିଛି  l  ମୋ’ ପରିବାରର ଅନ୍ୟ କେତେକ ସଦସ୍ୟ ବି ଲାଗିଛନ୍ତି ଜନ ସେବାରେ । ସେଥି ପାଇଁ ଆମେ ନିଜକୁ ଗର୍ବିତ ମନେ କରୁଛୁ ।’’

ମହାମାରୀ କୋରୋନା ସଂକ୍ରମଣ ରୋକିବା ପାଇଁ ଦାୟିତ୍ଵର କୌଣସି ସୀମା ନାହିଁ l ସୁଦିପ୍ତା ଜଣେ ଫରେଷ୍ଟର l ଜଙ୍ଗଲର ସୁରକ୍ଷା କରିବା ତାଙ୍କ କାମ l କିନ୍ତୁ ଏବେ ସେ ପୋଲିସ ସହ ହାତ ମିଶାଇ କରୋନା ବିରୋଧରେ ଯୁଦ୍ଧରେ ସୈନିକ ସାଜିଛନ୍ତି l ସୁଦିପ୍ତାଙ୍କ ପରି ୪୨ ଜଣ ଫରେଷ୍ଟର ଜଙ୍ଗଲ ସୁରକ୍ଷା ଛାଡ଼ି ଏବେ ରାଜଧlନୀରେ ଡ୍ୟୁଟି କରୁଛନ୍ତି l ଏହି ୪୨ ଜଣଙ୍କ ମଧ୍ୟରୁ ୧୬ ଜଣ ମହିଳା ଫରେଷ୍ଟର ଏବେ ପୋଲିସ ସହ ହାତ ମିଶାଇ ଲକଡାଉନ ଡ୍ୟୁଟି କରୁଛନ୍ତି  l
First published: May 6, 2020, 7:57 PM IST
corona virus btn
corona virus btn
Loading