News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଶୁକ୍ରବାର ସନ୍ଧ୍ୟାରେ ଡିଜିଟାଲ ମାଧ୍ୟମରେ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର (UNESC) ଏକ ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର (UNSC) ଅସ୍ଥାୟୀ ସଦସ୍ୟତା ପାଇବା ପରେ ପ୍ରଧାନ ମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ୟୁଏନଇଏସସି (UNESC) ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏଥିରେ ସେ କରୋନା ଭାଇରସ୍ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ଆତ୍ମନିର୍ଭରଶୀଳ ଭାରତ, ଆୟୁଷ୍ମାନ ଭାରତ ଯୋଜନା, ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ଅଭିଯାନ, ଅର୍ଥନୈତିକ ପ୍ୟାକେଜ ଏବଂ ସାର୍କ କୋଭିଡ ଜରୁରୀକାଳୀନ ପାଣ୍ଠି ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ୟୁଏନଇଏସସିସି (UNESC)ରେ ପିଏମ ମୋଦିଙ୍କ ଭାଷଣର ୫ଟି ବିଶେଷ କଥା:
ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ବିରୋଧରେ ମିଳିତ ସଂଗ୍ରାମରେ ଭାରତ ୧୫୦ରୁ ଅଧିକ ଦେଶରେ ଚିକିତ୍ସା ଓ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ସହାୟତା ଓ ସହଯୋଗର ହାତ ବଢାଇଛି । ସେ କହିଛନ୍ତି ଯେ ଆମେ କରୋନା ଜୀବାଣୁ ମହାମାରୀ ବିରୋଧରେ ଲଢ଼େଇକୁ ନେଇ ଏକ ଜନ ଆନ୍ଦୋଳନ କରିଛୁ। କୋଭିଡ ବିରୋଧରେ ଲଢ଼େଇରେ ଆମର ତୃଣମୂଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭାରତରେ ଏହି ସଂକ୍ରମଣରୁ ପୁନରୁଦ୍ଧାରର ସର୍ବୋତ୍ତମ ହାର ନିଶ୍ଚିତ କରିବାରେ ସାହାଯ୍ୟ କରୁଛି।
ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛି। ଦେଶରେ ମହିଳା ସଶକ୍ତିକରଣ ପାଇଁ ସମସ୍ତ ପ୍ରୟାସ କରାଯାଉଛି। ଗତ ଛଅ ବର୍ଷରେ, ଡାଇରେକ୍ଟ ବିନିଫିସିଆରୀ ପ୍ରୋଗ୍ରାମ ଅଧୀନରେ ୪୦ କୋଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରଖି ଲୋକେ ସିଧାସଳଖ ଉପକୃତ ହୋଇଛନ୍ତି ।

UNESC ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
‘‘ଆମେ ୨୦୩୦ ଏଜେଣ୍ଡା ଉପରେ କାର୍ଯ୍ୟ କରୁଛୁ । ଆରମ୍ଭରୁ ଆମର ଲକ୍ଷ୍ୟ ହେଉଛି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ।ଏହା ସହିତ ଆମେ ବିକାଶଶୀଳ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରୁଛୁ,’’ କହିଛନ୍ତି ମୋଦି ।
ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ପରିଚାଳିତ ଖାଦ୍ୟ ସୁରକ୍ଷା ଯୋଜନାରେ ୮୩ କୋଟି ଲୋକ ଉପକୃତ ହୋଇଛନ୍ତି। ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ୨୦୨୨ ମସିହା ସୁଦ୍ଧା ଦେଶର ପ୍ରତ୍ୟେକ ନାଗରିକଙ୍କର ନିଜସ୍ୱ ଘର ରହିବ। ସେତେବେଳେ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ କରୁଥିବ।
ପ୍ରଧାନ ମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ସରକାର ଗରିବଙ୍କ ପାଇଁ ଘର ନିର୍ମାଣ କରିଛନ୍ତି। ଗରିବଙ୍କ ଚିକିତ୍ସା ପାଇଁ ଆମେ ଆୟୁଷ୍ମାନ ଯୋଜନା ଆରମ୍ଭ କରିଛୁ। ପାଞ୍ଚ ବର୍ଷ ମଧ୍ୟରେ ଆମେ ୩୮ନିୟୁତ କାର୍ବନ ନିର୍ଗମନ ହ୍ରାସ କରିଛୁ।
ଏହା ବି ପଢ଼ନ୍ତୁ:
ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲାଏହା ବି ପଢ଼ନ୍ତୁ:
‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥାପିଏମ ମୋଦି କହିଛନ୍ତି ଯେ ଭାରତରେ ଆମେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ଅଭିଯାନ ବହୁ ବଡ଼ ସ୍ତରରେ ଆରମ୍ଭ କରିଛୁ । ‘‘ଆମେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ବିରୁଦ୍ଧରେ ଲଢ଼ିଥିଲୁ । ଦେଶରେ ସାର୍କ କୋଭିଡ ଜରୁରୀକାଳୀନ ପାଣ୍ଠି ଗଠନ କରାଯାଇଥିଲା। ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆରମ୍ଭ କରିଛୁ। ଅର୍ଥନୀତିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଏକ ବିରାଟ ରିଲିଫ ପ୍ୟାକେଜ ଘୋଷଣା କରିଛୁ,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।