ବାଲେଶ୍ୱର: କରୋନା କଟକଣା ହଟିବା ପରେ ବି ସମୁଦ୍ରକୁ ମାଛ ମାରିବାକୁ ଯାଉନାହାନ୍ତି ବୋଟ୍

ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀମାନେ ହତାଶ ହୋଇପଡ଼ିଛନ୍ତି । ଅନ୍ୟ ରାଜ୍ୟ ପରି ଓଡ଼ିଶା ସରକାର ସେମାନଙ୍କୁ ଡିଜେଲ ଉପରେ ସବସିଡି ଦେଉ ନ ଥିବାରୁ ସେମାନେ ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ।

ବାଲେଶ୍ୱର: କରୋନା କଟକଣା ହଟିବା ପରେ ବି ସମୁଦ୍ରକୁ ମାଛ ମାରିବାକୁ ଯାଉନାହାନ୍ତି ବୋଟ୍
ବୁଢ଼ାବଳଙ୍ଗ ନଦୀ ମୁହାଣରେ ଥିବା ବଳରାମଗଡ଼ି ବେସରୁ ୪୦୦ରୁ ୫୦୦ ବୋଟ୍ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥାଏ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କରୋନା ମହାମାରୀ କାରଣରୁ ଲାଗିଥିବା କଟକଣାର ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ଖୁବ୍‌ ପଡ଼ିଛି । ଜିଲ୍ଲାରେ ବହୁ ଲୋକ ନିଜ ରୋଜଗାର ହରାଇବାକୁ ବସିଥିବା ବେଳେ ମତ୍ସ୍ୟଜୀବୀମାନଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ।

ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଲକଡାଉନ ଜାରି ରହିବା ପରେ ଏବେ କିଛି ମାତ୍ରାରେ ଜିଲ୍ଲା ଚଳଚଞ୍ଚଳ ହେଉଛି ।  ହେଲେ ସମୁଦ୍ରରୁ ମାଛ ମାରି ନିଜ ପରିବାର ପ୍ରତିପୋଷଣ କରୁଥିବା ମତ୍ସ୍ୟଜୀବୀମାନେ ଏବେ ହତାଶ ହୋଇପଡ଼ିଛନ୍ତି । ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରୁ ନ ଥିବାରୁ ସେମାନେ ବହୁ ଆର୍ଥିକ ଅସୁବିଧା ମଧ୍ୟରେ ଗତି କରୁଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଡିଜେଲ ଉପରେ ସବସିଡି ଦେଉ ନ ଥିବା ଯୋଗୁଁ ସେମାନେ ଘୋର ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି ।  ହେଲେ ଆଗକୁ ବୋଟ ସମୁଦ୍ର ମଧ୍ୟକୁ ଯିବାର ଆଶା ପ୍ରକଟ କରି ବୋଟ ମରାମତି କାର୍ଯ୍ୟ ମଧ୍ୟ କରୁଛନ୍ତି ।

ପ୍ରତି ବର୍ଷ ଭଳି ଏ ବର୍ଷ ଜୁନ ୧୫ ତାରିଖ ଠାରୁ ମାଛ ଧରିବା ପାଇଁ ବୋଟଗୁଡ଼ିକ ସମୁଦ୍ର ମଧ୍ୟକୁ ଯିବାର ଥିଲା । ଜୁନ ୧ ତାରିଖ ଠାରୁ ବୋଟଗୁଡ଼ିକ ସମୁଦ୍ରକୁ ମାଛ ମାରିବା ପାଇଁ ଯିବ ବୋଲି ସ୍ଥିର ହୋଇଥିଲା । ହେଲେ ସେଗୁଡ଼ିକ ଆଜି ପର୍ଯ୍ୟନ୍ତ ସମୁଦ୍ରକୁ ଯାଇନାହାଁନ୍ତି । ଅନେକ ବୋଟର ମରାମତି କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହି ବୋଟ ସମୁଦ୍ରକୁ ଯିବ କି ନାହିଁ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି ।

‘‘ବୁଢ଼ାବଳଙ୍ଗ ନଦୀ ମୁହାଣରେ ଥିବା ବଳରାମଗଡ଼ି ବେସରୁ ୪୦୦ରୁ ୫୦୦ ବୋଟ୍‌ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥାଏ । ଏହା ଉପରେ ୪,୦୦୦ରୁ ଅଧିକ ଲୋକେ ନିର୍ଭର କରନ୍ତି । ହେଲେ ବର୍ତ୍ତମାନ କରୋନା ପାଇଁ ସେମାନଙ୍କର ରୋଜଗାର ଠପ ହୋଇଯାଇଛି । ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଗୁଜୁରାଟ ଭଳି ଅନେକ ରାଜ୍ୟର ସର ମତ୍ସ୍ୟଜୀବୀଙ୍କୁ ଡିଜେଲ ଉପରେ ସବସିଡ଼ି ପ୍ରଦାନ କରୁଛନ୍ତି ସରକାର । ହେଲେ ଓଡ଼ିଶା ସରକାର ମତ୍ସ୍ୟଜିବୀଙ୍କୁ ଡିଜେଲ ଉପରେ କୌଣସି ସବସିଡ଼ି ପ୍ରଦାନ କରୁନାହାନ୍ତି । ଫଳରେ ସେମାନେ ଏବେ ସମୁଦ୍ରକୁ ମାଛ ମାରିବା ପାଇଁ ଯିବାକୁ ଅନିଛା ପ୍ରକାଶ କରୁଛନ୍ତି,’’ କହିଛନ୍ତି ବୋଟ ମାଲିକ ପ୍ରଦୀପ କୁମାର ମାଝୀ ।

ଜୁନ ୧ରୁ ବୋଟଗୁଡ଼ିକ ସମୁଦ୍ରକୁ ମାଛ ମାରିବାକୁ ଯିବ ବୋଲି ସ୍ଥିର ହୋଇଥିଲା, ହେଲେ ସେଗୁଡ଼ିକ ଆଜି ପର୍ଯ୍ୟନ୍ତ ସମୁଦ୍ରକୁ ଯାଇନାହାଁନ୍ତି ।


ଆଉ ଜଣେ ବୋଟ ମାଲିକ ପ୍ରଶାନ୍ତ ଦେ କହିଛନ୍ତି ରାଜ୍ୟ ସରକାର ଗୋଟିଏ ବୋଟରୁ ୧୫ ହଜାର ଟଙ୍କର ଟ୍ୟାକ୍ସ ନେଉଥିବା ବେଳେ ସେହି ଅନୁସାରେ କୌଣସି ସବସିଡ଼ି ପ୍ରଦାନ କରୁ ନାହାନ୍ତି । ଏପରିକି ଗୋଟିଏ ବୋଟରେ ୧୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ୨୫୦ରୁ ୩୦୦ ଲିଟର ପର୍ଯ୍ୟନ୍ତ ଡିଜେଲ ଖର୍ଚ୍ଚ ହେଉଛି । ହେଲେ ସେହି ଅନୁପାତରେ ସେମାନଙ୍କ ଖର୍ଚ୍ଚ ଉଠିପାରୁ ନାହିଁ ବୋଲି ସେ କହିଛନ୍ତି ।

କରୋନା ପାଇଁ ବୋଟ ସମୁଦ୍ରକୁ ଯାଇ ମାଛ ଧରିଲେ ମଧ୍ୟ ମାଛ ବିକ୍ରୀ ହେବା ଉପରେ ଆଶଙ୍କା ଦେଖାଦେଇଛି । ମାଛ ଧରିବା ପରେ ମାଛଗୁଡ଼ିକ ଦୀଘାରେ ବିକ୍ରୀ କରାଯାଏ । ହେଲେ ଏବେ ସେଠାରେ କରୋନା ମହାମାରୀ ଅଧିକ ସକ୍ରିୟ ଥିବା ଯୋଗୁଁ ସେଠାରେ ଯାଇ ମାଛ ବିକ୍ରୀ କରିବା ସମ୍ଭବ ହୋଇପାରିବ ପାହିଁ । କରୋନା ସମୟରେ କୋଣସି ହେଟେଲ ବା କୌଣସି ପର୍ଯ୍ୟଟନୀ ସ୍ଥଳୀ ଖୋଲା ରହୁ ନ ଥିବାରୁ ମାଛ ବେପାର ମଧ୍ୟ ହୋଇ ପାରୁ ନାହିଁ ।

ସରକାର ଭୁଟିଭୁଟି ଉପରେ ସବସିଡ଼ି ପ୍ରଦାନ କରୁଥିବା ବେଳେ ବୋଟ ଉପରେ ସବସିଡ଼ି ପ୍ରଦାନ କରୁ ନାହାନ୍ତି । ଗୋଟିଏ ଭୁଟିଭୁଟିରେ ଦିନକୁ ୧୦ ଲିଟର ଡିଜେଲ ଖର୍ଚ୍ଚ ହେଉଥିବା ବେଳେ ତାଙ୍କୁ ସରକାର ସବସିଡ଼ି ପ୍ରଦାନ କରୁଛନ୍ତି । ଲକଡାଉନ ପୂର୍ବରୁ ଯେଉଁ ସବୁ ମାଛ ମରା ହୋଇଥିଲା ତା’ ବାବଦରେ ବେପାରୀମାନଙ୍କ ଠାରୁ ବକେୟା ଟଙ୍କା ବି ଆସିପାରି ନାହିଁ । ଫଳରେ ସେମାନେ ବହୁ ରିସ୍କରେ କାମ କରୁଛନ୍ତି । ଲକଡାଉନ ପରେ ଗୋଟିଏ ଟଙ୍କାର ବେପୋର ହୋଇ ନ ଥିବା ବେଳେ ବର୍ତ୍ତମାନ ସମୟରେ ବୋଟ ଚଳାଇବା କଷ୍ଟକର ହୋଇ ପଡ଼ିଛି ବୋଲି କହିଛନ୍ତି ମତ୍ସ୍ୟଜୀବୀମାନେ । ସେମାନେ ଥରେ ସମୁଦ୍ରକୁ ଗଲେ ୧ କ୍ୱିଣ୍ଟାଲରୁ ୧୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଛ ଧରିଥାଆନ୍ତି । ବର୍ତ୍ତମାନ ସ୍ଥିତିରେ ତାହା ହୋଇପାରୁ ନାହିଁ ।

ମାଛ ମାରିବା ପାଇଁ ବୋଟ ଯାଇ ପାରୁ ନ ଥିବା ବେଳେ ଅଧିକାଂଶ ବୋଟ ଖରାପ ହୋଇପଡ଼ିଛି । ବୋଟରେ ବିଶେଷ କରି ରଙ୍ଗ କାମ ଓ କାଠ କାମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ କରାଯାଉଛି । ଏଥି ପାଇଁ ପ୍ରତି ବୋଟ୍‌ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ଏପରିକି ସରକାର ମତ୍ସ୍ୟଜୀବୀମାନଙ୍କୁ ଡିଜେଲ ଉପରେ ସବସିଡି ପ୍ରଦାନ କଲେ ବୋଟ ଚାଲି ପାରିବ ବୋଲି କହିଛନ୍ତି ସେମାନେ ।

‘‘ସମୁଦ୍ରକୁ ବୋଟ ଓହ୍ଲେଇବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଆଲୋଚନା ପରେ ତାହା ସ୍ଥିର କରାଯିବ । ହେଲେ ବର୍ତ୍ତମାନ ସ୍ଥିତିରେ ବୋଟ ଯିବାକୁ ହେଲେ କର୍ମଚାରୀଙ୍କ ଅଭାବ ଦେଖିବାକୁ ମିଳିଛି । ମାଛ ଧରିବା ପରେ ମାଛ ବିକ୍ରି କରିବା ପାଇଁ କୌଣସି ସ୍ଥାନ ନାହିଁ । ଓଡ଼ିଶାର ସମସ୍ତ ମାଛ ଦୀଘା ମହଣରେ ବିକ୍ରି ହୋଇଥାଏ । ବର୍ତ୍ତମାନ ପଶ୍ଚିମ ବଙ୍ଗରେ କରୋନା ମହାମାରୀ ଅଧିକ ରହିଛି । ତେଣୁ ସେଠାକୁ ଯାଇ ମାଛ ବିକ୍ରି କରିବା ପାଇଁ ମତ୍ସ୍ୟଜୀବୀମାନେ ମଣୁ ନାହାନ୍ତି,’’ କହିଛନ୍ତି ବାଲେଶ୍ୱର ଜିଲ୍ଲା ମତ୍ସ୍ୟଜୀବୀ ସଙ୍ଘର ସଭାପତି  ନରେନ୍ଦ୍ର ବିହାରୀ ଦାସ ।

କିଛି ବୋଟ ମାଲିକ ୧୫ ତାରିଖ ପାଖରୁ ଆରମ୍ଭ କରିବା ପାଇଁ କହୁଥିବା ବେଳେ ଅନ୍ୟ କିଛି ବୋଟ ମାଲିକ ରାଜ୍ୟ ସରକାର ସବସିଡି ନ ଦେବା ପର୍ଯ୍ୟନ୍ତ ବୋଟ ଚଳେଇବେ ନାହିଁ ବୋଲି ସ୍ଥିର କରିଥିବା ସେ କହିଛନ୍ତି । ‘‘ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ ଓ ତାମିଲ ନାଡୁ ଆଦି ରାଜ୍ୟର ସରକାର ମତ୍ସ୍ୟଜୀବୀମାନଙ୍କୁ ଗୋଟିଏ ଲିଟର ଡିଜେଲ ଉପରେ ୯ରୁ ୧୨ ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି । ହେଲେ ଓଡ଼ିଶା ସରକାର ସବସିଡ଼ି ଦେଉ ନାହନ୍ତି । ରାଜ୍ୟ ସରକାର ସବସିଡି ଯୋଗାଇ ନ ଦେବା ପର୍ଯ୍ୟନ୍ତ ବୋଟ ସମୁଦ୍ରକୁ ଓହ୍ଲାଇବା ଉପରେ ଅନିଶ୍ଚିତା ରହିଛି,’’ କହିଛନ୍ତି ଦାସ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 8:14 PM IST
corona virus btn
corona virus btn
Loading