Corona ଗବେଷଣାରେ ସାମିଲ୍ ହେଲା ରାଜ୍ୟ; କଟକରେ ସ୍ଥାପିତ ହେଲା ଅତ୍ୟାଧୁନିକ ଲ୍ୟାବ୍

ରାଜ୍ୟ ସରକାରଙ୍କ ନିଜସ୍ବ ତଥା ରାଜ୍ୟର ପ୍ରଥମ ଭୂତାଣୁ ରିସର୍ଚ୍ଚ ଲ୍ୟାବ୍‌ ଭାବେ ମାନ୍ୟତା ପାଇଥିବା ଏହି ଗବେଷଣାଗାରରେ କୋଭିଡ-୧୯ ସହ ଅନ୍ୟ ଭୂତାଣୁମାନଙ୍କ ଉପରେ ଗବେଷଣା ଆରମ୍ଭ ହୋଇଛି । ଏବେ କୋଭିଡ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।

Corona ଗବେଷଣାରେ ସାମିଲ୍ ହେଲା ରାଜ୍ୟ; କଟକରେ ସ୍ଥାପିତ ହେଲା ଅତ୍ୟାଧୁନିକ ଲ୍ୟାବ୍
ଡଃ ଗାୟତ୍ରୀ ମିଶ୍ର ଓ (ଡାହାଣ) ଭି.ଆର୍.ଡି.ଏଲ୍.ରେ ଗବେଷଣାରତ କେତେକ ଟେକ୍ନିସିଆନ୍
  • News18 Odia
  • Last Updated: November 6, 2020, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ୍‌ ମହାମାରୀର ଉପଚାର ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ଗବେଷଣା ଜାରି ରହିଥିବା ବେଳେ ରିସର୍ଚ୍ଚର ଏହି ଦୌଡ଼ରେ ସାମିଲ ହୋଇଛି ଓଡ଼ିଶା । କୋଭିଡ-୧୯ ଭୂତାଣୁ ଉପରେ ଗବେଷଣା ପାଇଁ କଟକର ଏସସିବି ମେଡିକାଲରେ କାର୍ଯ୍ୟକ୍ଷମ ହୋଇଛି ଏକ ସ୍ବତନ୍ତ୍ର ୟୁନିଟ – ଭାଇରାଲ ରିସର୍ଚ୍ଚ ଆଣ୍ଡ୍‌ ଡାଇଗ୍ନୋଷ୍ଟିକ ଲାବରେଟରୀ (ଭି.ଆର୍‌.ଡି.ଏଲ୍‌.) ।

ରାଜ୍ୟ ସରକାରଙ୍କ ନିଜସ୍ବ ତଥା ରାଜ୍ୟର ପ୍ରଥମ ଭୂତାଣୁ ରିସର୍ଚ୍ଚ ଲ୍ୟାବ୍‌ ଭାବେ ମାନ୍ୟତା ପାଇଥିବା ଏହି ଗବେଷଣାଗାରରେ କୋଭିଡ-୧୯ ସହିତ ଅନ୍ୟ ସମସ୍ତ ପ୍ରକାର ଭୂତାଣୁ ଉପରେ ଗବେଷଣା ଆରମ୍ଭ ହୋଇଛି । ଏବେ କୋଭିଡ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । କୋଭିଡ୍‌ ଭୂତାଣୁ ନିଜର ସ୍ବରୂପ ପରିବର୍ତ୍ତନ କରୁଥିବା ବା ବାରମ୍ବାର ନୂଆ ମ୍ୟୁଟେସନ୍‌ କରି ସାମନାକୁ ଆସୁଥିବାରୁ ଏହାର ପ୍ରତି ମ୍ୟୁଟେସନକୁ ଚିହ୍ନଟ କରିବା ଏହି ଲ୍ୟାବର ମୁଖ୍ୟ ଉଦ୍ଦେଶ୍ୟ ।

ଏହା ବି ପଢ଼ନ୍ତୁ | କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟ କର ରିଟର୍ଣ୍ଣ ସମୟ ସୀମା ବଢ଼ିଲା; ଜାଣନ୍ତୁ ନୂଆ ତାରିଖ

ଲାବରେଟରୀ ଉଦଘାଟନ କରୁଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।


“ମ୍ୟୁଟେସନ୍‌ ଗୋଟେ ବହୁତ ଅସୁବିଧାଜନକ ଜିନିଷ । ମ୍ୟୁଟେସନରେ ଏହି ଭାଇରାସ ବାରମ୍ବାର ନିଜକୁ ପରିବର୍ତ୍ତନ କରୁଛି । ସେଇଥି ପାଇଁ ତା’ର ଟିକା ବହାରି ପାରୁନାହିଁ । ସେଥି ପାଇଁ ଆମର ରିସର୍ଚ୍ଚ ହେଉଛି, ଯାହାକୁ ଆଧାର କରି ଆମେ ତା’ର ଉପଯୁକ୍ତ ଟିକା ବନାଇ ପାରିବା । ଯଦି କିଛି ନୂଆ ଭାଇରସ ଆସିଲା ତା’ ଉପରେ ଗବେଷଣା କରିବା ପାଇଁ ଯାହା ଦରକାର ସେସବୁ ଏଠି ଉପଲବ୍ଧ ଅଛି,” କହିଛନ୍ତି ଭାଇରାଲ ରିସର୍ଚ୍ଚ ଆଣ୍ଡ୍‌ ଡାଇଗ୍ନୋଷ୍ଟିକ ଲାବରେଟରୀର (VRDL) ରିସର୍ଚ୍ଚ ସାଇଣ୍ଟିଷ୍ଟ ଡାକ୍ତର ଗାୟତ୍ରୀ ମିଶ୍ର ।

କୋଭିଡ ସହ ଅନ୍ୟ ଭୂତାଣୁମାନଙ୍କ ବାବଦରେ ଗବେଷଣା କରି ସେଥିରୁ ମିଳୁଥିବା ନୂଆ ତଥ୍ୟ ଭୂତାଣୁଜନିତ ଚିକିତ୍ସାରେ ନିୟୋଜିତ ଡାକ୍ତରମାନଙ୍କୁ ଦିଆଯିବ ଓ ସେମାନଙ୍କୁ ଏଠାରେ ତାଲିମ ବି ଦିଆଯିବ । ଗବେଷଣାଲବ୍ଧ ତଥ୍ୟକୁ ସୂଚନା ଆକାରରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ବି ବ୍ୟବହାର କରାଯିବ ବୋଲି କହିଛନ୍ତି ଡଃ ମିଶ୍ର ।

ଏହା ବି ପଢ଼ନ୍ତୁ | ସୈଫ୍ଅଲୀ ଖାନ୍‌  କରୀନା କପୁର୍‌ ବଲିଉଡର ସର୍ବୋତ୍ତମ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ; ବିବାହକୁ ବର୍ଷ ପୂରିଲା

ବର୍ତ୍ତମାନ ଏହି ଲ୍ୟାବରେ ଚାରି ଜଣ ରିସର୍ଚ୍ଚ ସାଇଣ୍ଟିଷ୍ଟଙ୍କୁ ମିଶାଇ ବିଭିନ୍ନ ବିଭାଗରେ ମୋଟ ୯୦ ଜଣ ଟେକିନିସିଆନ୍‌ ଗବେଷଣାରେ ଲାଗିଛନ୍ତି । ଏହି ଗବେଷଣାଗାରର ତିନିଟି ଶାଖା ରହିଛି । ପ୍ରତି ଶାଖାରେ ଦିନରାତି ଗବେଷଣା ଜାରି ରହିଛି । ଏହାର ମୁଖ୍ୟ ଶାଖାରେ ଗବେଷଣା ପାଇଁ ଏକ ବିଶେଷ ବ୍ୟବସ୍ଥା ରହିଛି । ତାହା ହେଉଛି ‘ନେଗେଟିଭ୍‌ ପ୍ରେସର ରୁମ୍‌’ । ଏକ ସ୍ବତନ୍ତ୍ର ପ୍ରକୋଷ୍ଟ ମଧ୍ୟରେ କାମ କରୁଥିବା ଏହି ଶାଖାରେ ହିଁ ଗବେଷଣା କରାଯାଉଛି । ଏହି ରୁମଟି ଏପରି ତିଆରି ହୋଇଛି ଯେ ବାହାରର କୌଣସି ପ୍ରକାର ସଂକ୍ରମଣ ତା’ ଭିତରକୁ ପ୍ରବେଶ କରି ପାରିବ ନାହିଁ କିମ୍ବା ଭାଇରସ ଉପରେ ଗବେଷଣା ସମୟରେ ସେହି ଭାଇରସ ଜନିତ ସଂକ୍ରମଣ ବାହାରକୁ ଆସି ପାରିବ ନାହିଁ ।

SCB ହସପିଟାଲର ମେଡିସିନ୍‌ ୱାର୍ଡ଼ ପଛ ପଟେ ସ୍ଥାପିତ ହୋଇଛି ଏହି ଲ୍ୟାବ୍ ।


ଏହି ଗବେଷଣାଗାର ପାଇଁ ଏକ ସ୍ବତନ୍ତ୍ର କୋଠାର ଆବଶ୍ୟକତା ଥିବାରୁ ମେଡିସିନ୍‌ ୱାର୍ଡ଼ ପଛ ପଟେ ଥିବା ଏକ ଚାରି-ମହଲା କୋଠାକୁ ଏହା ପାଇଁ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୭୧ ଲକ୍ଷ ଟଙ୍କା ମୂଲ୍ୟରେ ଅତ୍ୟାଧୁନିକ କିଛି ଅତ୍ୟାଧୁନିକ ଯନ୍ତ୍ରପାତି କିଣା ଯାଇଛି । ଭବିଷ୍ୟତରେ ଅଧିକ ଟଙ୍କା ଏହି ଗବେଷଣାଗାରରେ ବିନିଯୋଗ କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ

“ଓଡ଼ିଶାରେ ଏହି ପ୍ରକାର ଗୋଟିଏ ଷ୍ଟେଟ୍-ଅଫ-ଦି-ଆର୍ଟ ଲ୍ୟାବର ଆବଶ୍ୟକତା ଥିଲା, ଯାହା ଆଜି ପୂରା ହୋଇଛି । ଆମ ସାମନାରେ ଗୋଟିଏ ଚାଲେଞ୍ଜ ଥିଲା ଯେ ଆମେ ଭୂତାଣୁ ଗବେଷଣା ଉପରେ ଏ ପର୍ଯ୍ୟନ୍ତ ଆଇସିଏମଆର ଉପରେ ନିର୍ଭର କରୁଥିଲେ । ଏବେ ତାହା ହେବ ନାହିଁ । ଭବିଷ୍ୟତରେ ଏହାର ସମ୍ପ୍ରସାରଣର ଆବଶ୍ୟକତା ହେଲେ ରାଜ୍ୟ ସରକାର ସେଥି ପାଇଁ ବ୍ୟବସ୍ଥା କରିବେ,” ଉଦଘାଟନ ଅବସରରେ କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ।



କରୋନା ସଂକ୍ରମଣରେ ପୀଡ଼ିତ ହୋଇ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡ଼ାକ ଛାଡୁଥିବା ବେଳେ ଏହି ରୋଗର ନିରାକରଣ ପାଇଁ ବିଭିନ୍ନ ଦେଶ ଗବେଷଣା ଆରମ୍ଭ କରି ସାରିଛନ୍ତି । କିଛି ଦେଶ ଟିକା ବିକଶିତ କରିଥିବା ଦାବି କରୁଥିବା ବେଳେ ଅନେକ ଦେଶ ଟିକା ବିକାଶ କରିବା କ୍ଷେତ୍ରରେ ଅନେକ ଆଗକୁ ମଧ୍ୟ ଯାଇଛନ୍ତି । ତେବେ ବାରମ୍ବାର ଘଟୁଥିବା ମ୍ୟୁଟେସନ୍ ଯୋଗୁଁ କୋଭିଡ-୧୯ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଉପଚାର କିମ୍ବା ଚିକିତ୍ସା ବ୍ୟବସ୍ଥା ବିକଶିତ ହୋଇ ପାରି ନାହିଁ ।
Published by: Anand Shankar Thankur Das
First published: November 6, 2020, 11:41 PM IST
corona virus btn
corona virus btn
Loading