ବଲାଙ୍ଗୀରରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି
News18 Odia Digital
ଭୁବନେଶ୍ବର: ଦେଶରେ କ୍ରମାଗତ ଭାବେ ଓମିକ୍ରନର ପ୍ରକୋପ ବୃଦ୍ଧି ପାଉଛି । କରୋନାର ଏହି ନୂଆ ଭାରିଆଣ୍ଟ ଯୋଗୁଁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାର ବଲାଙ୍ଗୀରରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାର ଓମିକ୍ରନରୁ ଏହା ମୃତ୍ୟୁର ପ୍ରଥମ ଘଟଣା। ଏହାପୂର୍ବରୁ ରାଜସ୍ଥାନର ଉଦୟପୁରରେ ଓମିକ୍ରନ୍ ଯୋଗୁଁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।
ଓଡ଼ିଶାରେ ଓମିକ୍ରନ୍ର ପ୍ରଥମ ମୃତ୍ୟୁରେ ବଲାଙ୍ଗୀରର ସିଡିଏମଓ ସ୍ନେହଲତା ସାହୁ କହିଛନ୍ତି ଯେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଆଜି ପ୍ରଥମ ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ଜଣେ ୫୦ ବର୍ଷୀୟା ମହିଳା ବ୍ରେନ୍ ଷ୍ଟ୍ରୋକ ଅଭିଯୋଗ କରିବା ପରେ ବଲାଙ୍ଗୀର ଭୀମାଭୋଜ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପରେ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଜଣା ପଡ଼ିଲା ସେ ଓମିକ୍ରନରେ ଆକ୍ରାନ୍ତ ଥିଲେ ।
ଗୁରୁବାର ଦିନ ଖୋର୍ଦ୍ଧା ୬୬୯ ସହିତ ରାଜ୍ୟରେ ୧,୮୯୭ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିଲା । ସୂଚନା ଓ ଜନସମ୍ପର୍କ ବିଭାଗ (I&PR) ଗୁରୁବାର ସୂଚନା ଦେଇ ୦-୧୮ ବର୍ଷ ବୟସ ବର୍ଗରେ ମୋଟ ମାମଲା ୨୫୮ ଅନ୍ତର୍ଭୁକ୍ତ ହୋଇଥିଲା ବୋଲି ଜଣାଇଥିଲା।
କେବଳ ଖୋର୍ଦ୍ଧା ଜିଲ୍ଲା ୬୬୯ଟି କୋଭିଡ୍ ପଜିଟିଭ୍ ମାମଲା ରେକର୍ଡ କରାଯାଇଛି । ତା’ପରେ ସୁନ୍ଦରଗଡ ୨୬୨, କଟକରେ ୧୪୮ ସହିତ, ସମ୍ବଲପୁର ୧୨୫ ସହିତ ଓ ବାଲେଶ୍ବରରେ ୧୦୦ ପଜିଟିଭ୍ ମାମଲା ରେକର୍ଡ କରାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।