ରାଜ୍ୟର କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ ହେଲା; ଯାଞ୍ଚ କଲେ ବଡ଼ ଅଧିକାରୀ

ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସବୁ ୬୨ଟି କୋଭିଡ୍ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋ’ଟ ୩୮୪ ଜଣ ଅଗ୍ନିଶମ କର୍ମଚାରୀ କୋଭିଡ ହସ୍ପିଟାଲଗୁଡ଼ିକରେ ୨୪-ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ଅଛନ୍ତି ।

ବରିଷ୍ଠ ଅଧିକାରୀମାନେ ଅଗ୍ନି ନିର୍ବାପ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।

ବରିଷ୍ଠ ଅଧିକାରୀମାନେ ଅଗ୍ନି ନିର୍ବାପ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।

  • Share this:
News18 Odia Digital

କଟକ: ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସେଠାରେ ରୋଗୀଙ୍କ ଚିକିତ୍ସା ସହିତ ସେମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନିକାଣ୍ଡ ଘଟଣା ସାମନାକୁ ଆସିବା ପରେ ରାଜ୍ୟରେ ଥିବା କୋଭିଡ୍ ସବୁ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ।

ଏହି କ୍ରମରେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସବୁ ୬୨ଟି କୋଭିଡ୍ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୋ’ଟ ୩୮୪ ଜଣ ଅଗ୍ନିଶମ କର୍ମଚାରୀ କୋଭିଡ ହସ୍ପିଟାଲଗୁଡ଼ିକରେ ୨୪-ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ଅଛନ୍ତି । ପ୍ରତି କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀଙ୍କ ଗୋଟିଏ ଗୋଟିଏ ୟୁନିଟକୁ ମୁତୟନ କରାଯାଇଛି । ହସ୍ପିଟାଲ୍ ବାହାରେ କ୍ୟାମ୍ପ୍‌ କରି ରହୁଥିବା ଏହି ୟୁନିଟଗୁଡ଼ିକ ନିଜ ପାଖରେ ଅଗ୍ନି ନିର୍ବାପନର ସବୁ ପ୍ରକାର ଉପକରଣ ରଖିବା ସହିତ ନିୟମିତ ବ୍ୟବଧାନରେ ହସ୍ପିଟାଲ୍ ଭିତରକୁ, ବିଶେଷ କରି ଆଇ.ସି.ୟୁ.କୁ, ଯାଇ ସେଠାରେ ଚିକିତ୍ସା ଦାୟିତ୍ବରେ ଥିବା ହସ୍ପିଟାଲ୍‌ କର୍ମଚାରୀମାନଙ୍କୁ ଅଗ୍ନି ନିର୍ବାପନ ତାଲିମ ଦେଉଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

‘‘ଗତ ବର୍ଷ ଏଠି ଗୋଟିଏ ଦୁର୍ଘଟଣା ଘଟିଥିଲା । ସେହି ଘଟଣାରୁ ଆମେ ବହୁତ କିଛି ଶିଖିଛୁ । ହାଇଡ୍ରେଣ୍ଟ୍ ଲାଇନ୍, ହୋସ୍ ଲାଇନ୍, ସ୍ପ୍ରିଙ୍କଲର୍ ଲାଇନ୍, ଡିକ୍ଟେକ୍ଟର ଲାଇନ୍ ଓ ଡିଜେଲ୍ ପମ୍ପ ଭଳି ଯେଉଁ ସବୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି ସେଗୁଡ଼ିକୁ ପ୍ରତି ଦିନ ନିୟମିତ ବ୍ୟବଧାନରେ ଯାଞ୍ଚ କରୁଛୁ । ହସ୍ପିଟାଲରେ ଡ୍ୟୁଟି କରୁଥିବା ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଆମକୁ ନିଆଁ ଲିଭା ଓ ଉଦ୍ଧାର ସମ୍ପର୍କରେ ଅନେକ କଥା ଶିଖାଉଛନ୍ତି,’’ କହିଛନ୍ତି କଟକ ସଦଗୁରୁ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକାରୀ ସୁବ୍ରତ ରାଉତରାୟ ।

ଏହା ବି ପଢ଼ନ୍ତୁ | ମଣିଷ ନା ରାକ୍ଷସ? ନିଜ ମାକୁ ମାରି ମୃତ ଦେହକୁ ,୦୦୦ ଖଣ୍ଡ କରି କାଟିଥିଲା ଖାଇଥିଲା ଏହି ଯୁବକ

କଟକରେ ଥିବା ସଦଗୁରୁ କୋଭିଡ୍ ହସପିଟାଲ୍


ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

ପ୍ରାୟ ମାସେ ହେଲା ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଶୁକ୍ରବାର ଦିନ କୋଭିଡ୍ ହସ୍ପିଟାଲକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଏମ୍‌. ଅକ୍ଷୟ ଓ ଆଇ.ଜି. ଅସିତ୍ ପାଣିଗ୍ରାହୀ । କଟକ ଓ ଭୁବନେଶ୍ବରରେ ଥିବା କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସେଠାରେ ମୁତୟନ ଥିବା ଅଗ୍ନିଶମ କର୍ମଚାରୀଙ୍କ ଆବଶ୍ୟକତା ପଚାରି ବୁଝିଛନ୍ତି ଏହି ଦୁଇ ଆଇ.ପି.ଏସ୍‌. ଅଧିକାରୀ । ଏହା ସହ ଅଗ୍ନିଶମ ବିଭାଗର ନିର୍ଦ୍ଦେଶ କ୍ରମେ ବିଭାଗର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଶୁକ୍ରବାର ଦିନ ରାଜ୍ୟର ସବୁ କୋଭିଡ ହସ୍ପିଟାଲକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି ।



‘‘କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମକୁ ନିୟୋଜିତ କରାଯାଇଛି । ସେମାନଙ୍କ ପାଖରେ ସବୁ ପ୍ରକାର ଉପରକଣ ମଧ୍ୟ ରହିଛି । ହସ୍ପିଟାଲ କର୍ମଚାରୀମାନଙ୍କ ସହ ମିଶି ଇଭାକୁଏସନ୍ ଓ ମକ୍ ଡ୍ରିଲ୍ କରାଯାଉଛି । ଯେଉଁ ଅଗ୍ନି ନିର୍ବାପକ ଯନ୍ତ୍ର ସବୁ ରହିଛି, ରିଏନଫୋର୍ସମେଣ୍ଟ୍ ଆସିବା ପୂର୍ବରୁ ସେଗୁଡି଼କର ସଠିକ ବ୍ୟବହାର କିପରି କରି ହେବ ତା’ ଉପରେ ନିୟମିତ ତାଲିମ ଦଆଯାଉଛି,’’ କହିଛନ୍ତି ଅଗ୍ନିଶମ ବିଭାଗର ଆଇ.ଜି. ଅସିତ୍ ପାଣୀଗ୍ରାହୀ ।
Published by:Anand ST Das
First published:
)}