କୋଭିଡ଼ ନିୟମ ଉଲ୍ଲଙ୍ଘନ: BJP ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ନାମରେ ମାମଲା ରୁଜୁ

ସମ୍ବଲପୁର ଜିଲ୍ଲାରେ ଦଶ-ଦିନିଆ ସଟଡାଉନ ଚାଲିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବ ସାଧାରଣଙ୍କ ପ୍ରବେଶ ଉପରେ ରୋକ ଅଛି । ପୋଲିସର ମନା କରିବା ସତ୍ତ୍ୱେ ଜୋର ଜବରଦସ୍ତ ସେଠାକୁ ପ୍ରବେଶ କରିଥିଲେ ଦୁଇ ବିଧାୟକ ।

କୋଭିଡ଼ ନିୟମ ଉଲ୍ଲଙ୍ଘନ: BJP ବିଧାୟକ ଜୟ ନାରାୟଣ ମିଶ୍ର ଓ ନାଉରୀ ନାୟକଙ୍କ ନାମରେ ମାମଲା ରୁଜୁ
ଦୁଇ ଜଣ MLA ଜୋର ଜବରଦସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧସେଇ ପଶିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲୀ ବିଧାୟକ ନାଉରୀ ନାୟକଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । କୋଭିଡ ନିୟମ ଉଲ୍ଲଙ୍ଘନ କରିବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବେନିୟମ ଭାବେ ପ୍ରବେଶ କରିବା ଓ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଅଭିଯୋଗରେ ପୋଲିସ ପକ୍ଷରୁ ଟାଉନ ଥାନାରେ ଏହି ମାମଲା ରୁଜୁ ହୋଇଛି ।

ଭାରତୀୟ ପିଙ୍ଗଳ କୋଡ଼, ଏପିଡେମିକ ଡିଜିଜ ଆକ୍ଟ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ବିଭିନ୍ନ ଧାରାରେ ଏହି ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଟାଉନ ଥାନା ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପଶ୍ଚିମ ଓଡିଶାରେ କରୋନା ଯୋଗୁଁ ଉପୁଜିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ  ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିବା ପାଇଁ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସହ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।

ସମ୍ବଲପୁର ଜିଲ୍ଲାରେ ଦଶ-ଦିନିଆ ସଟଡାଉନ ଚାଲିଥିବା ବେଳେ କରୋନା କଟକଣା ଯୋଗୁଁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବ ସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗା ଯାଇଥିଲା । ପୋଲିସର ମନା କରିବା ସତ୍ତ୍ୱେ ଜୋର ଜବରଦସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ପ୍ରବେଶ କରିଥିଲେ ଜୟ ନାରାୟଣ ମିଶ୍ର, ରେଙ୍ଗାଳୀ ବିଧାୟକ ନାଉରୀ ନାୟକ ଓ ସେମାନଙ୍କ ସହ ଥିବା ପ୍ରତିନିଧି ମଣ୍ଡଳୀ ।

ଦୁଇ ଜଣ MLA ଏ.ଡି.ଏମ.ଙ୍କୁ ଭେଟି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଏକ ଦାବୀ ପତ୍ର ।


ମୁଖ୍ୟ ଗେଟ ସମ୍ମୁଖରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଯେତେ ମନା କରିଥିଲେ ମଧ୍ୟ ମାନି ନ ଥିଲେ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ ଓ ବିଜେପି ପ୍ରତିନିଧି ମଣ୍ଡଳୀ । ଜୋର ଜବରଦସ୍ତ ଧସେଇ ପଶିଥିଲେ କାର୍ଯ୍ୟାଳୟ ଭିତରେ । ଏ.ଡି.ଏମ.ଙ୍କୁ ଭେଟି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଏକ ଦାବୀ ପତ୍ର ।

‘‘ବିଧାୟକ ଜଣେ ନିର୍ବାଚିତ ଜନ ପ୍ରତିନିଧି । ତାଙ୍କୁ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ କରିବାରୁ ମନା କରାଯାଇ ପାରିବ ନାହିଁ । ମନା କଲେ ମଧ୍ୟ ସେ ଯିବେ,’’ କହିଛନ୍ତି ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ।

ଏହା ବି ପଢ଼ନ୍ତୁ: WATCH VIDEO: କରୋନା ସନ୍ଦିଗ୍ଧଙ୍କୁ ଆମ୍ବୁଲାନ୍ସକୁ କେହି ଉଠାଇଲେନି, ପତ୍ନୀଙ୍କ ଆଖି ଆଗରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ



ବିଭିନ୍ନ ସମୟରେ ବିବାଦରେ ରହି ଚର୍ଚ୍ଚାର ପରିସରକୁ ଆସିଥାନ୍ତି ମିଶ୍ର । କେତେବେଳେ ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇ ତ ଆଉ କେତବେଳେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ସେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ପୁଣି  କୋଭିଡ ନିୟମ ଉଲ୍ଲଙ୍ଘନ କରିବା ସହ ପୋଲିସକୁ ଦୁର୍ବ୍ୟବହାର କରି ସେ ନିଜ ନାମରେ ଆଉ ଏକ ପୋଲିସ୍‌ କେସ୍‌ ରୁଜୁ କରାଇଛନ୍ତି ।
Published by: Anand Shankar Thankur Das
First published: July 29, 2020, 8:41 PM IST
corona virus btn
corona virus btn
Loading