ମହାପ୍ରଭୁଙ୍କ ଅଣସରକୁ ‘କ୍ୱାରାଣ୍ଟାଇନ’ କହିବା ଓ କାର୍ଟୁନ ବନେଇବାକୁ ନେଇ ଥାନାରେ FIR ଦାୟର ହେଲା

ଜଗନ୍ନାଥ ସଂସ୍କୃତିର ଏହି ଅତି ମହତ୍ୱପୂର୍ଣ୍ଣ ଅଂଶକୁ ଏଭଳି ଚିତ୍ରିତ କରିବା ନିନ୍ଦନୀୟ ଓ ଅପରାଧାତ୍ମକ ବୋଲି ଦର୍ଶାଇ କିଛି ଯାତ୍ରା ଅଭିନେତା ଓ ଅଭିନେତ୍ରୀ ଥାନାରେ ଖବରକାଗଜର ସମ୍ପାଦକ ଓ କାର୍ଟୁନିଷ୍ଟଙ୍କ ବିରୋଧରେ ଏକ ଏତାଲା ଦେଇଛନ୍ତି ।

ମହାପ୍ରଭୁଙ୍କ ଅଣସରକୁ ‘କ୍ୱାରାଣ୍ଟାଇନ’ କହିବା ଓ କାର୍ଟୁନ ବନେଇବାକୁ ନେଇ ଥାନାରେ FIR ଦାୟର ହେଲା
‘ରାଜସ୍ଥାନ ପତ୍ରିକା’ ଖବରକାଗଜରେ ସ୍ଥାନିତ ଏକ ଖବର ଓ କାର୍ଟୁନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ହିନ୍ଦି ଖବରକାଗଜ ‘ରାଜସ୍ଥାନ ପତ୍ରିକା’ର ବିଭିନ୍ନ ରିପୋର୍ଟରେ ମହାପ୍ରଭୁଙ୍କ ଅଣସରରେ ଚିକିତ୍ସାକୁ ‘‘କ୍ୱାରାଣ୍ଟାଇନ’’ ବୋଲି ଉଲ୍ଲେଖ କରାଯାଇଥିବାରୁ ଓ ତାହା ସହ ତ୍ରୁଟିପୂର୍ଣ ଫଟୋଚିତ୍ର ଓ କାର୍ଟୁନ୍‌ ଥିବାରୁ ଏହାକୁ ନିନ୍ଦନୀୟ ଓ ଅପରାଧ ବୋଲି ଦର୍ଶାଇ ସିଂହଦ୍ୱାର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି କିଛି ଯାତ୍ରା ଅଭିନେତା ଓ ଅଭିନେତ୍ରୀ ।

ଏହି ରିପୋର୍ଟ ଓ କାର୍ଟୁନଗୁଡ଼ିକ ଖବରକାଗଜଟିର ୱେବସାଇଟ୍‌ patrika.com ରେ ଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରିଛି । ସ୍ନାନ ଯାତ୍ରା ପରେ ମହାପ୍ରଭୁ ଅସୁସ୍ଥ ହୋଇ ଏବେ ଅଣସରରେ ଅଛନ୍ତି । ଏହା ଏକ ଗୁପ୍ତ ସେବା ଓ ଏହାକୁ ଏଭଳି ଢଙ୍ଗରେ ଚିତ୍ରିତ କରିବା ନିନ୍ଦନୀୟ ଓ ଅପରାଧାତ୍ମକ ବୋଲି ଅଭିଯୋଗ କରି ଯାତ୍ରା ଅଭିନେତା ଓ ଅଭିନେତ୍ରୀମାନେ ସିଂହଦ୍ୱାର ଥାନାରେ ଖବରକାଗଜର ସମ୍ପାଦକ ଓ କାର୍ଟୁନିଷ୍ଟଙ୍କ ବିରୋଧରେ ଏକ ଏତାଲା ଦେଇ ଏହି ପ୍ରକରଣ ଉପରେ ତଦନ୍ତ କରିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି ।

‘‘ବିଶ୍ୱନିୟନ୍ତା କାଳିଆ ଠାକୁର ଏବେ ଅଣସରରେ । ଚାଲିଛି ତାଙ୍କ ମହାଜ୍ୱରର ଚିକିତ୍ସା । ମାନବୀୟ ଲୀଳାର ଠାକୁରଙ୍କ ଲୀଳା ଅପରମ୍ପାର । ସେହି ବିଶ୍ୱସନୀୟତାକୁ ନେଇ ଆଜି ଉଜ୍ଜିବୀତ ରହିଛି ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରା । ଏଭଳି ଏକ ସ୍ୱତନ୍ତ୍ର ନୀତିକୁ କାର୍ଟୁନ କରି ପ୍ରଦର୍ଶିତ କରିବା ଓ ମହାପ୍ରଭୁଙ୍କ ଏହି ଅଣସରକୁ କ୍ୱାରାଣ୍ଟାଇନ ଶବ୍ଦରେ ପ୍ରକାଶ କରିବା ନିନ୍ଦନୀୟ ଓ ଏକ ଅପରାଧ । ହିନ୍ଦି ଖବରକାଗଜ ‘ରାଜସ୍ଥାନ ପତ୍ରିକା’ ଓ ଏହାର ୱେବସାଇଟ୍‌ ‘ପତ୍ରିକା ଡଟକମ’ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କାର୍ଟୁନ୍‌ ଓ କ୍ୱାରାଣ୍ଟାଇନ ଭଳି ଭୁଲ ଶବ୍ଦ ପ୍ରୟୋଗ କରାଯାଇ ଓଡିଆ ଜାତିକୁ ଉପହାସ କରାଯାଇଛି । ଆମ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରାଯାଇଛି । ଏହାକୁ ଭିତ୍ତି କରି ପତ୍ରିକା ସମ୍ପାଦକ ଓ କାର୍ଟୁନିଷ୍ଟଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛୁ,’’ କହିଛନ୍ତି କଟକର ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ ।

‘ରାଜସ୍ଥାନ ପତ୍ରିକା’ ଖବରକାଗଜରେ ପ୍ରକାଶିତ ଆଉ ଏକ ଖବର


ଶ୍ରୀମନ୍ଦିର ଖୁଣ୍ଟିଆ ସେବାୟତ ତଥା ଅଭିନେତା ଶମ୍ଭୁନାଥ ଖୁଣ୍ଟିଆ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା କ୍ୱାରାଣ୍ଟାଇନରେ ଅଛନ୍ତି ବୋଲି କହିବା ହିଁ ମହା ପାପ  । ‘‘ଆମେ ସେବାୟତମାନେ ମହାପ୍ରଭୁଙ୍କର ଅନେକ ଗୁପ୍ତ ନୀତି କରୁଛୁ । ହେଲେ ତାହା ପ୍ରକାଶଯୋଗ୍ୟ ନୁହେଁ । ପୁଣି ନବକଳେବରରେ ଠାକୁରଙ୍କ ସବୁ ଠୁ ସ୍ୱତନ୍ତ୍ର ନୀତି  । ହେଲେ ସେ ସବୁ ଉପରେ କୌଣସି ତର୍ଜମା କି ଆଲୋଚନା ହେବା ଅନୁଚିତ । ତେଣୁ ଏହି ‘ପତ୍ରିକା ଡଟକମ’ର ଖବରଟି ତାତ୍ସଲ୍ୟ ପ୍ରକାଶ କରିବା ସହ ମହାପ୍ରଭୁଙ୍କର କାର୍ଟୁନ ଚିତ୍ର ପ୍ରଦର୍ଶିତ କରି ଅପମାନ ପ୍ରଦର୍ଶନ କରିବା ହୋଇଛି । ଏହା ଆମ ସେବାୟତଙ୍କୁ ବେଶ୍‌ ଆଘାତ ଦେଇଛି । ତେଣୁ ଖବରକାଗଜର ଏଡିଟରଙ୍କୁ ଏଭଳି କାର୍ଯ୍ୟ ପାଇଁ ଦଣ୍ଡ ଦରକାର,’’ ସେ କହିଛନ୍ତି ।

‘ରାଜସ୍ଥାନ ପତ୍ରିକା’ ଖବରକାଗଜର ୱେବସାଇଟରେ ପ୍ରକାଶିତ ଆଉ ଏକ ଖବର


ଯଦି ଏତାଲା ଦିଆଯିବାର ୪୮ ଘଣ୍ଟା ଭିତରେ ପଦକ୍ଷେପ ନିଆ ନ ଯାଏ ତାହେଲେ ଶ୍ରୀମନ୍ଦିର ସମ୍ମୁଖରେ ସେବାୟତମାନେ ଆମରଣ ଅନଶନ କରିବେ ବୋଲି କହିଛନ୍ତି ଖୁଣ୍ଟିଆ ।

‘‘ମହାପ୍ରଭୁ ହେଉଛନ୍ତି ବିଶ୍ୱର ଶ୍ରଷ୍ଠା ଓ ପାଳନକର୍ତ୍ତା । ବାର ମାସରେ ତେର ଯାତ୍ରା ରହିଛି କାଳିଆ ସାଆନ୍ତଙ୍କର । ତେଣୁ ତାଙ୍କୁ ନେଇ ଥଟ୍ଟା ମଜା କରିବା ଓ ବିକୃତ ଚିତ୍ର କରିବା ଏବଂ ଶ୍ରୀମନ୍ଦିର ବିଧି ବ୍ୟବସ୍ଥାକୁ ନେଇ ଅଯଥାରେ ତର୍ଜମା କରିବା ଅନୁଚିତ,’’ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

ଥାନାରେ ଦାୟର କରିଥିବା ଲିଖିତ ଅଭିଯୋଗ ଦେଖାଉଛନ୍ତି ଯାତ୍ରା ଅଭିନେତା ଓ ଅଭିନେତ୍ରୀ ।


ସିଂହଦ୍ୱାର ଥାନାରେ ‘ରାଜସ୍ଥାନ ପତ୍ରିକା’ର ସମ୍ପାଦକ, କାର୍ଟୁନିଷ୍ଟ ଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସ ତୁରନ୍ତ ପଦକ୍ଷେପ ନେଉ ବୋଲି ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ, ରୋମାଦାସ ମହାପାତ୍ର ଓ ଶମ୍ଭୁନାଥ ଖୁଣ୍ଟିଆ ଦାବି କରିଛନ୍ତି । ସିଂହଦ୍ୱାର ଥାନା ପକ୍ଷରୁ ଏତାଲା ଗ୍ରହଣ କରାଯାଇଥିବା ବେଳେ ଏ ବାବଦରେ କ‘ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ପୁରୀ ଏସପିଙ୍କ ସହ ଆଲୋଚନା କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 8:33 PM IST
corona virus btn
corona virus btn
Loading