ଅର୍ଥ ମନ୍ତ୍ରୀ ନିର୍ମଳା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ବିବରଣୀ ଦେବେ ଅପରାହ୍ଣ ୪ଟାରେ

ଏହି ଅର୍ଥନୈତିକ ପ୍ୟାକେଜ୍ ଦେଶର କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଶ୍ରମିକ, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଲାଭ ଦେବ ଓ ଭାରତୀୟ ଶିଳ୍ପକୁ ନୂଆ ଶକ୍ତି ଯୋଗାଇବ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି ।

ଅର୍ଥ ମନ୍ତ୍ରୀ ନିର୍ମଳା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ବିବରଣୀ ଦେବେ ଅପରାହ୍ଣ ୪ଟାରେ
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କାଲି ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ସହିତ ଜଡିତ ସମସ୍ତ ବିବରଣୀ ଆଜି ଅପରାହ୍ଣ ୪ଟାରେ ପ୍ରଦାନ କରିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) । ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହି ଆର୍ଥିକ ପ୍ୟାକେଜ୍ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେବେ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ମଙ୍ଗଳବାର ଦିନ ଦେଶକୁ ସମ୍ବୋଧିତ କରିବା ସମୟରେ ଏହି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ । ତେବେ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନିଆଲ କହିଛନ୍ତି ଯେ ଦୁଇ-ତିନି ପର୍ଯ୍ୟାୟରେ ଏହା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରକାଶ ପାଇବ । ଏହି ପ୍ୟାକେଜ୍ ସମାଜର ପ୍ରତ୍ୟେକ ବର୍ଗକୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ମଙ୍ଗଳବାର ରାତିରେ କେତେଗୁଡ଼ିଏ ଟୁଇଟ୍ କରି ଅର୍ଥ ମନ୍ତ୍ରୀ ଲେଖିଥିଲେ,  ‘‘ଏହା କେବଳ ଏକ ଅର୍ଥନୈତିକ ପ୍ୟାକେଜ୍ ନୁହେଁ, ବରଂ ଏକ ସଂସ୍କାର ପ୍ରୋତ୍ସାହନ । ଭାରତୀୟ ଅର୍ଥନୀତି ତା’ର ବହୁବିଧ ବୈଶିଷ୍ଟ୍ୟରେ ସାମର୍ଥ୍ୟ ହାସଲ କରିଛି । ଆମେ ଏବେ ଆତ୍ମବିଶ୍ବାସର ସହ ସମଗ୍ର ବିଶ୍ବରେ କାରବାର ଚଳାଇ ପାରିବା । ଆମେ ଏହି ମହାମାରୀର ଆହ୍ବାନକୁ ସୁଯୋଗରେ ବଦଳାଇ ପାରିବା ।’’

କରୋନା ମହାମାରୀରେ ପୀଡିତ ଦେଶ ୪୯ ଦିନର ଲକଡାଉନରୁ ମୁକ୍ତି ପାଇବାକୁ ଅପେକ୍ଷା କରିଛି । ଗତ କାଲି ଦେଶକୁ ଦେଇଥିବା ବାର୍ତ୍ତାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । କରୋନାରୁ ହୋଇଥିବା କ୍ଷତିର ଭରଣା କରି ଦେଶକୁ ପୁଣି ଥରେ ଠିଆ କରେଇବା ପାଇଁ ମୋଦି ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦେଶର ଜିଡିପିର ପ୍ରାୟ ୧୦ ପ୍ରତିଶତ ବୋଲି ମୋଦି କହିଛନ୍ତି । ୨୦୨୦-୨୧ର ଅନୁମୋଦିତ ବଜେଟ୍ ଠାରୁ ଏହା ପ୍ରାୟ ୧୦ ଲକ୍ଷ କୋଟି କମ୍ ।

ପ୍ରଧାନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ଅର୍ଥନୈତିକ ପ୍ୟାକେଜ୍ କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଶ୍ରମିକ, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଲାଭ ଦେବ। ଏହା ସହିତ ଭାରତୀୟ ଶିଳ୍ପକୁ ମଧ୍ୟ ଏହା ନୂତନ ଶକ୍ତି ଯୋଗାଇବ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କାଲି କହିଛନ୍ତି ଯେ ଦେଶର ବିଭିନ୍ନ ବିଭାଗ ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏହି ୨୦ ଲକ୍ଷ କୋଟି ଟଙ୍କାର ସହାୟତା ପାଇବେ ।  ଏହି ପ୍ୟାକେଜ୍ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ମାଧ୍ୟମରେ ଏକ ନୂତନ ଉତ୍ସାହ ଦେବ। ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧ କରିବା ପାଇଁ ଏହି ପ୍ୟାକେଜ୍‌ରେ  ଭୂମି, ଶ୍ରମିକ ବର୍ଗ, ଓ ଆଇନ ଦିଗ ଉପରେ ବିଶେଷ ଭାବେ ଗୁରୁତ୍ଵାରୋପ କରାଯାଇଛି ବୋଲି ମୋଦି କହିଥିଲେ ।

ଅର୍ଥନୈତିକ ପ୍ୟାକେଜ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜଣାଇବେ ବୋଲି ଗତ କାଲି ସୂଚନା ଦେଇଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି

ଏହା ବି ପଢ଼ନ୍ତୁ: ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
First published: May 13, 2020, 3:38 PM IST
corona virus btn
corona virus btn
Loading