କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

କୃଷକମାନଙ୍କ ଆୟ ବୃଦ୍ଧି ପାଇଁ କୃଷକମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ଦେଶର ଯେକୌଣସି ସ୍ଥାନରେ ବିକିବାକୁ ଅନୁମତି ଦେବା ପାଇଁ ସରକାର ଏକ ଆଇନଗତ ସଂସ୍କାର ଆଣିବେ ।

କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଶସ୍ୟ, ଖାଇବା ତେଲ, ତୈଳ ବୀଜ, ଡାଲି, ପିଆଜ ଓ ଆଳୁ ଇତ୍ୟାଦିକୁ ଅତ୍ୟାବଶ୍ୟକ ସାମଗ୍ରୀ (essential commodities) ଶ୍ରେଣୀରୁ ବାହାର କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୃଷକମାନଙ୍କର ଆୟ ବୃଦ୍ଧି ପାଇଁ କୃଷକମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଯେକୌଣସି ସ୍ଥାନରେ ବିକ୍ରୟ କରିବାକୁ ଅନୁମତି ଦେବା ପାଇଁ ସରକାର ଏକ ଆଇନଗତ ସଂସ୍କାର ଆଣିବେ ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜର ସବିଶେଷ ବିବରଣୀ କ୍ରମାଗତ ତୃତୀୟ ଦିନ ପାଇଁ ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ଘୋଷଣା କରିଛନ୍ତି ।

କୃଷି ସଂସ୍କାର ପାଇଁ ୧୧ଟି ପଦକ୍ଷେପ:

ଲକଡାଉନ୍ କାରଣରୁ ଚାପରେ ଥିବା କୃଷି ଓ ସହଯୋଗୀ କାର୍ଯ୍ୟକଳାପ ଯଥା ମତ୍ସ୍ୟ ଚାଷ ଓ ପଶୁପାଳନ ଇତ୍ୟାଦି ପାଇଁ ଅର୍ଥ ମନ୍ତ୍ରୀ ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି । କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ ସେ ୧୧ଟି ପଦକ୍ଷେପ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଥି ମଧ୍ୟରୁ ପ୍ରଥମ ଆଠଟି ପଦକ୍ଷେପ କୃଷି ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ, ଦକ୍ଷତା ବିକାଶ ଓ କୃଷି ଉତ୍ପାଦନର ସଂରକ୍ଷଣ ଏବଂ ମାର୍କେଟିଂ ସହିତ ଜଡିତ ଓ ଶେଷ ତିନୋଟି ପଦକ୍ଷେପ ଶାସନ-ପ୍ରଶାସନ ସହ ଜଡିତ ।

୧. ଫାର୍ମ-ଗେଟ୍ ଭିତ୍ତିଭୂମି ପାଣ୍ଠି ଲକ୍ଷ କୋଟି ଟଙ୍କା

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କୃଷକମାନେ ଭଲ ଉତ୍ପାଦନ କରୁଥିଲେ ବି ଫସଲ ସଂରକ୍ଷଣ ଓ କ୍ରୟ ପାଇଁ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଅନେକ କ୍ଷତି ସହୁଛନ୍ତି । ତେଣୁ ଶୀତଳ ଭଣ୍ଡାର, ଫସଲ ଅମଳ ପରେ ତା’ର ସୁବନ୍ଦୋବସ୍ତ ଇତ୍ୟାଦି ପାଇଁ ଶୀଘ୍ର ୧ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି ହେବ । ଏହା ଦ୍ୱାରା ଷ୍ଟୋରେଜ୍ ଓ ମୂଲ୍ୟ ଯୋଗର ସମସ୍ୟାକୁ ଦୂର କରିହେବ ବୋଲି ସେ କହିଛନ୍ତି ।

ଦେଶ ଦୁଗ୍ଧ, ଝୋଟ ଓ ଡାଲି ଇତ୍ୟାଦିର ଉତ୍ପାଦନରେ ବିଶ୍ୱରେ ଶୀର୍ଷରେ ରହିଛି ବୋଲି କହିଛନ୍ତି ନିର୍ମଳା ।


୨. ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଇଜେସ୍ (MFE) ପାଇଁ ୧୦ ହଜାର କୋଟି ଟଙ୍କା

ଅସଂଗଠିତ କ୍ଷେତ୍ରର ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଇଜେସ୍ ୟୁନିଟଗୁଡିକର ଆଧୁନିକୀକରଣ, ନୂତନ ଟେକ୍ନୋଲୋଜି ଆଣିବା, ବ୍ରାଣ୍ଡ ଓ ମାର୍କେଟିଂ ଆଣିବାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଯୋଜନା ଆରମ୍ଭ କରାଯାଇ:ି ବୋଲି କହିଛନ୍ତି ସୀତାରମଣ । ଏହି ଯୋଜନାରୁ ୨ ଲକ୍ଷ ଛୋଟ MEF ଉପକୃତ ହେବେ । ବିହାରର ମଖାନା, ଜାମ୍ମୁ କାଶ୍ମୀରର ସାଫ୍ରନ୍, ଉତ୍ତର-ପୂର୍ବ ରାଜ୍ୟର ବାଉଁଶ, ଆନ୍ଧ୍ର ପ୍ରଦେଶର ଲଙ୍କା ଇତ୍ୟାଦି ବିଷୟରେ ସେ କହିଛନ୍ତି ଯେ ଏହି ଅଞ୍ଚଳରେ କ୍ଲଷ୍ଟର ଭିତ୍ତିକ ପଦ୍ଧତି ଗ୍ରହଣ କରାଯିବ ଓ ବ୍ରାଣ୍ଡିଂ କରାଯିବ ।

୩. ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ପାଇଁ ୨୦ ହଜାର କୋଟି ଟଙ୍କା

ସାମୁଦ୍ରିକ ଓ ଦେଶ ଦେଶ ମଧ୍ୟରେ ମତ୍ସ୍ୟ ଚାଷରେ ସମନ୍ୱିତ ବିକାଶ ପାଇଁ ୧୧ ହଜାର କୋଟି ଟଙ୍କା ଦିଆଯାଉଛି ବୋଲି କହିଛନ୍ତି ସୀତାରମଣ । ଏଥିରୁ ୯,୦୦୦ କୋଟି ଟଙ୍କା ଭିତ୍ତିଭୂମି ବିକାଶ ପାଇଁ ହେବ, ଯେଉଁଥିରେ ମତ୍ସ୍ୟଜୀବୀ ବନ୍ଦର, ଶୀତଳ ଶୃଙ୍ଖଳା ଓ ହାଟ ଇତ୍ୟାଦି ବିକଶିତ ହେବ । ଏହା ଦ୍ୱାରା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୭୦ ଲକ୍ଷ ଟନ୍ ମାଛ ଉତ୍ପାଦନ ହେବ ଓ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବା ସହିତ ୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରପ୍ତାନି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

୪. ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ପଶୁମାନଙ୍କ ଟିକାକରଣ ଯୋଜନାରେ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ୫୩ କୋଟି ପ୍ରାଣୀଙ୍କୁ ପାଟି ରୋଗ ଓ ଖୁରା ଫାଟିବା ରୋଗରୁ ମୁକ୍ତି ମିଳିବ । ଏହା ଆନ୍ତର୍ଜାତୀୟ ସ୍ତରରେ ଆମର ପଶୁ ଉତ୍ପାଦର ଚାହିଦା ଓ ଗ୍ରହଣୀୟତା ବୃଦ୍ଧି କରିବ । ଏହି ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ୧.୫ କୋଟି ଗାଇ ଓ ମଇଁଷିଙ୍କୁ ଟିକା ଦିଆଯାଇଛି ।

୫. ପଶୁପାଳନ ଭିତ୍ତିଭୂମି ପାଇଁ ୧୫,୦୦୦ କୋଟି ଟଙ୍କାର ବିକାଶ ପାଣ୍ଠି

ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ଦୁଗ୍ଧ ପ୍ରକ୍ରିୟାକରଣ ଶିଳ୍ପ ସୃଷ୍ଟି କରିବା ଓ ମୂଲ୍ୟ ଯୋଗ କରିବା ଇତ୍ୟାଦି କାର୍ଯ୍ୟରେ ପାଖାପାଖି ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

୬. ଷଧୀୟ ଗଛ ଚାଷକୁ ପାଇଁ ହଜାର କୋଟି ଟଙ୍କା ଯୋଜନା

ଜାତୀୟ ଔଷଧୀୟ ଉଦ୍ଭିଦ ବୋର୍ଡ (NMPB) ୨.୨୫ ଲକ୍ଷ ହେକ୍ଟର ଜମିରେ ଔଷଧୀୟ ଗଛ ଚାଷ କରିବାରେ ସାହାଯ୍ୟ କରିଛି । ଆସନ୍ତା ଦୁଇ ବର୍ଷରେ ୪ ହଜାର କୋଟି ଟଙ୍କା ବ୍ୟୟରେ ୧ ଲକ୍ଷ ହେକ୍ଟର ଜମିରେ ଔଷଧୀୟ ବୃକ୍ଷ ଚାଷ କରାଯିବ । ଏହା ଦ୍ୱାରା ଚାଷୀଙ୍କୁ ୫,୦୦୦ କୋଟି ଟଙ୍କା ଆୟ ହେବ । ଏହି ପାଣ୍ଠିରୁ ଔଷଧୀୟ ଉଦ୍ଭିଦଗୁଡ଼ିକର ଆଞ୍ଚଳିକ ମାର୍କେଟ ବିକଶିତ ହେବ । NMPB ଗଙ୍ଗା ନଦୀ କୂଳରେ ୮୦୦ ହେକ୍ଟର ଅଞ୍ଚଳରେ ଔଷଧୀୟ ଉଦ୍ଭିଦଗୁଡିକର ଏକ କରିଡର ବିକାଶ କରିବ ।

୭. ମହୁମାଛି ପାଳନ ପାଇଁ 500 କୋଟି ଟଙ୍କା

ମହୁ ମାଛି ପାଳନକୁ ପ୍ରୋତ୍ସାହନ କରିବା ପାଇଁ ସରକାର ବନେଇଥିବା ଯୋଜନା ଦ୍ୱାରା ୨ ଲକ୍ଷରୁ ଅଧିକ ମହୁମାଛି ପାଳକ ଉପକୃତ ହେବେ । ମହୁମାଛି ବିକାଶ କେନ୍ଦ୍ର, ସଂଗ୍ରହ କେନ୍ଦ୍ର, ମାର୍କେଟିଂ ଓ ଷ୍ଟୋରେଜ୍ ସେଣ୍ଟର, ଅମଳ ପରର ବ୍ୟବସ୍ଥା ଓ ମୂଲ୍ୟ ଯୋଗ ପାଇଁ ଭିତ୍ତିଭୂମି ବିକଶିତ କରାଯିବ ।

୮. ମାଲ୍‌ ପରିବହନରେ ସବସିଡି

ଲକଡାଉନ୍ ଦେଶର ଯୋଗାଣ ଶୃଙ୍ଖଳାକୁ ବାଧା ଦେଇଛି ଓ କୃଷକମାନେ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାରେ ଅସମର୍ଥ ହୋଇଛନ୍ତି । ଅଧିକ ଉତ୍ପାଦନ ଓ ଚାହିଦା କମ୍ ରହୁଥିବାରୁ କୃଷିଜାତ ଦ୍ରବ୍ୟ ଓ ଫଳ ଇତ୍ୟାଦିକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ଚାଷୀମାନେ ବାଧ୍ୟ ହେଉଛନ୍ତି । ଏଥି ପାଇଁ ଅପରେସନ୍ ଗ୍ରୀନର ପରିସର ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଏଣିକି ମାଲ ପରିବହନରେ ୫୦% ସବସିଡି ଓ ଶୀତଳ ଭଣ୍ଡାରରେ ଷ୍ଟୋରେଜ୍ ଉପରେ ୫୦% ସବସିଡି ଦିଆଯିବ । ପୂର୍ବରୁ ଏହି ବ୍ୟବସ୍ଥା ଟମାଟୋ, ପିଆଜ ଓ ଆଳୁ ଇତ୍ୟାଦି ପାଇଁ ସୀମିତ ଥିଲା, କିନ୍ତୁ ବର୍ତ୍ତମାନ ଅନ୍ୟ ଫଳ ଓ ପନିପରିବାକୁ ମଧ୍ୟ ଛଅ ମାସ ପାଇଁ ଏହା ଭିତରକୁ ଅଣାଯାଇଛି । ଏହା ଦ୍ୱାରା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ ଭଲ ମୂଲ୍ୟ ମିଳିବ ଓ ସେମାନେ କମ୍ ଦାମରେ ନିଜ ଉତ୍ପାଦ ବିକିବାକୁ ବାଧ୍ୟ ହେବେ ନାହିଁ ।

୯. ଜରୁରୀ ଦ୍ରବ୍ୟ ନିୟମ ପରିବର୍ତ୍ତନ ହେବ

କୃଷି ସଂସ୍କାରରେ ପ୍ରତିଯୋଗିତା ଓ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ୧୯୫୫ ମସିହାରୁ କାର୍ଯ୍ୟକ୍ଷମ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ (Essential Commodities Act)ରେ ପରିବର୍ତ୍ତନ କରାଯିବ। ଏହି ପରିବର୍ତ୍ତନ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ବଢ଼ିବ । ଏହି ଆଇନ୍‌ ଯୋଗୁଁ କୃଷକମାନେ କମ୍ ଦାମରେ ମିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାକୁ ବାଧ୍ୟ ହେଉଥିଲେ । ଶସ୍ୟ, ଖାଇବା ତେଲ, ତେଲ ମଞ୍ଜି, ଡାଲି, ପିଆଜ ଓ ଆଳୁକୁ ଅତ୍ୟାବଶ୍ୟକ ଦ୍ରବ୍ୟର ଶ୍ରେଣୀ ବାହାର କରାଯିବ । ଜରୁରୀକାଳୀନ କିମ୍ବା କଷ୍ଟଦାୟକ ପରିସ୍ଥିତି ବ୍ୟତୀତ ଏହି ଦ୍ରବ୍ୟଗୁଡ଼ିକର ଷ୍ଟକ୍ ସୀମା କମ୍‌ କରାଯିବ ।

୧୦. କୃଷକମାନଙ୍କୁ କଷ୍ଟମ୍ ମାର୍କେଟିଂ ପାଇଁ କୃଷି ମାର୍କେଟିଂ ସଂସ୍କାର

କେବଳ କୃଷି କ୍ଷେତ୍ର ହେଉଛି ଗୋଟିଏ କ୍ଷେତ୍ର ଯେଉଁଥିରେ ଲାଇସେନ୍ସଧାରୀମାନଙ୍କୁ APMC ମାଧ୍ୟମରେ ଉତ୍ପାଦ ବିକ୍ରୟ କରିବାକୁ ଅନୁମତି ଦିଆଯାଇନଥାଏ । ବାକି ଶିଳ୍ପ ଉତ୍ପାଦ ବିକ୍ରୟ କରିବାକୁ ସେପରି କୌଣସି ବାଧ୍ୟତା ନାହିଁ । ତେଣୁ ଆଇନରେ ସଂସ୍କାର ଆଣିବା ଦ୍ୱାରା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥକୁ ଯେକୌଣସି ସ୍ଥାନରେ ବିକ୍ରୟ କରିବାକୁ ଅନୁମତି ଦିଆଯିବ । ଏହା ଦ୍ୱାରା କୃଷକମାନଙ୍କୁ ଭଲ ଦାମ୍‌ ମିଳିବ ଓ ଆନ୍ତଃରାଜ୍ୟ ବାଣିଜ୍ୟ ସୁନିଶ୍ଚିତ ହେବ । ଏଥି ପାଇଁ କେନ୍ଦ୍ର ସରକାର ଏକ ଆଇନ ଆଣିବେ ।

୧୧. କୃଷିଜାତ ଦ୍ରବ୍ୟର ଦାମ୍‌ କ୍ୱାଲିଟି ପାଇଁ ଢାଞ୍ଚା

କୃଷକଙ୍କ ନିଶ୍ଚିତ ଆୟ, ବିପଦମୁକ୍ତ ଚାଷ ଓ କ୍ୱାଲିଟିର ମାନକକରଣ ଦିଗରେ କାର୍ଯ୍ୟ କରାଯିବ । ଯେତେବେଳେ କୃଷକମାନେ ଫସଲ ମଞ୍ଜି ବୁଣିବାକୁ ଯିବେ, ସେତେବେଳେ ତାଙ୍କୁ ଜଣାଥିବ ଯେ ଫସଲ ହେବା ପରେ ସେମାନଙ୍କୁ ସେଥିରୁ କେତେ ଟଙ୍କା ରୋଜଗାର ହେବ । କୃଷକମାନଙ୍କ ଉତ୍ପୀଡ଼ନ ନ ହେବା ପାଇଁ ଏକ ସୁବିଧାଜନକ ଆଇନଗତ ଢାଞ୍ଚା ବି ପ୍ରସ୍ତୁତ କରାଯିବ ।

ସବୁ ଅସୁବିଧା ସତ୍ତ୍ୱେ ଭାରତ ଏନେକ କୃଷି ଦ୍ରବ୍ୟରେ ଏକ ନମ୍ବର ସ୍ଥାନରେ ଅଛି

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଦେଶର ବୃହତ ଜନସଂଖ୍ୟା ଚାଷ ଉପରେ ନିର୍ଭର କରେ ଓ ଅଧିକାଂଶ କୃଷକ ମୌସୁମୀ ଉପରେ ନିର୍ଭରଶୀଳ । ଏହା ସତ୍ତ୍ୱେ ଦେଶ ଦୁଗ୍ଧ, ଝୋଟ ଓ ଡାଲି ଇତ୍ୟାଦିର ଉତ୍ପାଦନରେ ବିଶ୍ୱରେ ଶୀର୍ଷରେ ରହିଛି । ତା’ ସହିତ ଆମ ଦେଶ ଆଖୁ, କପା, ଚିନାବାଦାମ, ଫଳ ଓ ମାଛ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଶସ୍ୟ ଉତ୍ପାଦନରେ ଆମ ଦେଶ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା: ରାଜ୍ୟରେ ସମୁଦ୍ର କୂଳରୁ ୩ କିମି ଭିତରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେ

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲା

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା
First published: May 15, 2020, 7:10 PM IST
corona virus btn
corona virus btn
Loading