ଚାକିରୀ କରୁଥିବା ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ଲୋକଙ୍କ ପି.ଏଫ୍. ଏଣିକି ସରକାର ଭରିବେ । ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିକସଦାତାମାନଙ୍କୁ TDS ରିହାତିରେ ୨୫% ରିଲିଫ୍ ମିଳିବ ।

TDS ରିହାତି ଦ୍ୱାରା ଲୋକଙ୍କ ହାତକୁ ୫୦,୦୦୦ କୋଟି ଟଙ୍କା ଆସିବ ।

TDS ରିହାତି ଦ୍ୱାରା ଲୋକଙ୍କ ହାତକୁ ୫୦,୦୦୦ କୋଟି ଟଙ୍କା ଆସିବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଅର୍ଥନୀତିକୁ ଗତି ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେପ୍ରୋଭିଡେଣ୍ଡ୍‌ ଫଣ୍ଡ୍‌ (provident fund, PF) ଓ ଟ୍ୟାକ୍ସ ସମ୍ବନ୍ଧରେ ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଚାକିରୀକରୁଥିବା ଲୋକଙ୍କୁ ଉପକୃତ କରିବ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (finance minister Nirmala Sitharaman) ଆଜି ଏହା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି । PF ଓ ଟ୍ୟାକ୍ସ ବିଷୟରେ ହୋଇଥିବା ପାଞ୍ଚଟି ବଡ଼ ଘୋଷଣା ଜାଣନ୍ତୁ ।

୧. ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ଲୋକଙ୍କ ପି.ଏଫ୍‌. ସରକାର ଭରିବେ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା କମ୍ପାନୀ ଓ କର୍ମଚାରୀମାନଙ୍କ ତରଫରୁ ୧୨ ପ୍ରତିଶତ ଓ 12 ପ୍ରତିଶତ ଲେଖାଏଁ ରାଶି ସରକାର ଇପିଏଫଓ (EPFO)ରେ ଜମା କରିବେ । ଦେଶର ସଂଗଠିତ କ୍ଷେତ୍ରଗୁଡ଼ିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ୪ ଲକ୍ଷରୁ ଅଧିକ ସଂସ୍ଥା ଉପକୃତ ହେବେ । କିନ୍ତୁ ଏହି ଯୋଜନାରେ କିଛି ସର୍ତ୍ତ ଅଛି । ସରକାରଙ୍କ ଏହି ଯୋଜନାର ଲାଭ କେବଳ ସେହି କମ୍ପାନୀଗୁଡିକୁ ମିଳିବ ଯେଉଁମାନଙ୍କର କର୍ମଚାରୀ ସଂଖ୍ୟା ୧୦୦ରୁ କମ୍ ଓ ୯୦ ପ୍ରତିଶତ କର୍ମଚାରୀଙ୍କ ବେତନ ୧୫,୦୦୦ରୁ କମ୍ । ଯେଉଁମାନେ ୧୫ ହଜାରରୁ ଅଧିକ ବେତନ ପାଉଛନ୍ତି ସେମାନେ ଏହାର ଲାଭ ପାଇବେ ନାହିଁ ।

୨. ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଇପିଏଫରେ (EPF) ମଧ୍ୟ ରିଲିଫ ଦିଆଯାଉଛି । ଏହାର ସହାୟତା ପାଇଁ ୨,୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଭାରତ ସରକାର ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ତରଫରୁ ୧୨ ପ୍ରତିଶତ ସହଯୋଗ କରିବେ । ଏହି ସହାୟତାକୁ ମାର୍ଚ୍ଚ-ମେ ୨୦୨୦ରୁ ଜୁନ୍-ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।


୩. ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମସ୍ତ ଆୟକର ରିଟର୍ଣ୍ଣର ସମୟ ସୀମା ୩୧ ଜୁଲାଇ ୨୦୨୦ରୁ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ସହିତ ଟ୍ୟାକ୍ସ ଅଡିଟ୍ ପାଇଁ ସମୟ ସୀମା ମଧ୍ୟ ୩୦ ସେପ୍ଟେମ୍ବର ୨୦୨୦ରୁ ୩୧ ଅକ୍ଟୋବର ୨୦୨୦କୁ ବୃଦ୍ଧି କରାଯାଇଛି ।

୪. ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିକସଦାତାମାନଙ୍କୁ TDS ରିହାତିରେ ୨୫% ରିଲିଫ୍ ମିଳିବ । ଏହା ଇଣ୍ଟରନେଟ୍, ଭଡ଼ା, ଦଲାଲି (brokerage) ସହିତ ସମସ୍ତ ଦେୟ ପାଇଁ ଲାଗୁ ହେବ । ଏହା ୧୪ ମଇରୁ ଲାଗୁ ହେବ ଓ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଏହା ଦ୍ୱାରା ଲୋକଙ୍କ ହାତକୁ ୫୦,୦୦୦ କୋଟି ଟଙ୍କା ଆସିବ । ଉଦାହରଣ ସ୍ୱରୂପ ଯଦି କାହାରି ୧୦୦ ଟଙ୍କାର TDS / TCS  ହେଉଥାଏ, ତେବେ ତାଙ୍କୁ କେବଳ ୭୫ ଟଙ୍କା ଦେବାକୁ ପଡ଼ିବ । ଆସନ୍ତାକାଲି ଅର୍ଥାତ୍ ମେ ୧୪ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଚୁକ୍ତିନାମା, ବୃତ୍ତିଗତ ଶୁଳ୍କ, ସୁଧ, ଭଡା, ଡିଭିଡେଣ୍ଡ, କମିଶନ, ଦଲାଲି ଇତ୍ୟାଦି ପାଇଁ ଦେୟ ହ୍ରାସ ହୋଇଥିବା TDS ହାରରେ ଆସିବ ।

୫. ‘ବିବାଦରୁ ବିଶ୍ୱାସ’ ଯୋଜନାର ଶେଷ ତାରିଖ ମଧ୍ୟ ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ସ୍କିମ୍ ଅନୁଯାୟୀ ଆପଣ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସୁଧ ଓ ଜରିମାନା ନ ଦେଇ ପେମେଣ୍ଟ୍‌ କରିପାରିବେ । ଏହି ଯୋଜନାର ସମୟ ସୀମା ଦ୍ୱିତୀୟ ଥର ପାଇଁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ସରକାର ଏହାର ସମୟସୀମା ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ୨୦୨୦ ବଜେଟରେ ଅର୍ଥ ମନ୍ତ୍ରୀ ଏହି ସ୍କିମ୍ ଘୋଷଣା କରିଥିଲେ । ଏହା ଅଧୀନରେ ଟିକସଦାତା ଏବଂ ଟିକସ ବିଭାଗ ମଧ୍ୟରେ ଟିକସ ବିବାଦର ଗୋଟେ ଥରରେ ସମାଧାନ ପାଇଁ ବ୍ୟବସ୍ଥା ଅଛି । ଏଥିରେ ବିବାଦରେ ଥିବା  ଟିକସ ରାଶିକୁ ବିନା କୌଣସି ଜରିମାନା ଓ ସୁଧରେ ଜମାକରିବାର ସ୍ୱାଧୀନତା ଅଛି ।

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି
Published by:Anand Shankar Thankur Das
First published: