ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପାଳନ ହେବ ପାର୍ବଣ; ସଂକ୍ରମଣ ସମ୍ଭାବନା ଥିବାରୁ ସତର୍କ ରହିବାକୁ BMC ର ପରାମର୍ଶ

ରାଜଧାନୀରେ ସିଲ୍ କରାଯାଇଥିବା ପ୍ରାୟ ୨୫ ରୁ ୩୦ ଟି ଅନୁଷ୍ଠାନ ଖୋଲିବା ସହ ଏହିଭଳି ଅନ୍ୟ ଅନୁଷ୍ଠାନ ମଧ୍ୟ ଖୋଲାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏ ଦିଗରେ ଦୃଢ଼ ଜନ ସହଯୋଗ, ସଚେତନତା ଓ କୋଭିଡ-୧୯ ର କଡାକଡି ଅନୁପାଳନ କରିବାକୁ କମିଶନର ଜଣାଇଛନ୍ତି ।

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ପାଳନ ହେବ ପାର୍ବଣ; ସଂକ୍ରମଣ ସମ୍ଭାବନା ଥିବାରୁ ସତର୍କ ରହିବାକୁ BMC ର ପରାମର୍ଶ
ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
  • News18 Odia
  • Last Updated: October 18, 2020, 2:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ପାର୍ବଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀ ଯୋଗୁଁ ବହୁ ମାତ୍ରେ ଏହାର ପ୍ରଭାବ ପାର୍ବଣ ଉପରେ ପଡିଛି । ବର୍ତ୍ତମାନ କଟକଣା ଭିତରେ ନିୟମ ମାନି ପୂଜା ପାଳନ ପାଇଁ ପ୍ରସ୍ତୁତ ଜୋରଦାର ହୋଇଛି । ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଉପଚାର ପୂଜା, ଚଣ୍ଡୀପାଠ ଭିତରେ ଦେବୀ ଦୁର୍ଗାଙ୍କ ଆବାହନ କରାଯାଇଛି । ନବରାତ୍ରରେ ବିଭିନ୍ନ ବେଶରେ ପୂଜା ପାଇଲେଣି ଦେବୀ । ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଛନ୍ତି ଦେବୀ ମା' ଦୁର୍ଗା ।

ପୂଜା ପାର୍ବଣରେ ଦୋକାନ ବଜାରର ଆବଶ୍ୟକତାକୁ ସହରାଞ୍ଚଳ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । କୋଭିଡ-୧୯ କୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଆଚରଣ ବିଧି ଲାଗୁ କରାଯାଇଛି । ପୂର୍ବରୁ ବିଭିନ୍ନ ସମୟରେ ନିର୍ଦ୍ଦେଶାବଳୀ ଉଲଂଘନ ପାଇଁ ଭୁବନେଶ୍ବର ମହାନଗର ନିଗମାଞ୍ଚଳର କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟକୁ ସିଲ କରିଆସିଛି । ବର୍ତ୍ତମାନର ପାର୍ବଣ ଋତୁରେ ନାଗରିକ ମାନଙ୍କର ଆବଶ୍ୟକତା ଓ ସିଲ ହୋଇଥିବା ଅନୁଷ୍ଠାନ ମାନଙ୍କର ସାମୁହିକ ଅନୁରୋଧକୁ ବିଚାରକରି ମହାନଗର ନିଗମ କର୍ତ୍ତୃପକ୍ଷ ଭୁବନେଶ୍ୱରରେ ସିଲ କରିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ।

"ଅନୁମତି ପ୍ରକ୍ରିୟାରେ ସେହି ସମାନ ସର୍ତ୍ତ ସବୁ ରଖାଯାଇଛି । ଖୋଲିବା ପୂର୍ବରୁ ଏବଂ ସର୍ବସାଧାରଣଙ୍କ ଅନୁଷ୍ଠାନ ବା ବ୍ୟବସାୟ ପ୍ରତିଷ୍ଠାନକୁ ପଶିବା ପୂର୍ବରୁ ସେହି ସ୍ଥାନକୁ ସାନିଟାଇଜ କରିବେ । ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତ୍ୱ ମାନିବେ, ମାସ୍କ ବ୍ୟବହାର କରିବେ, ଅତ୍ୟଧିକ ଗହଳି ହେଉ ନଥିବା ଭଳି ଓ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଯଥା ସମ୍ଭବ କମ ଲୋକଙ୍କୁ ଅନୁଷ୍ଠାନକୁ ପ୍ରବେଶ କରିବାକୁ ଦେବେ, ଦୋକାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଆଖପାଖ ଗହଳି ଓ ଅପରିଷ୍କାର କରାଇବାରୁ ଦୁରେଇ ରହିବେ । ଯଦି ଏହାର ଉଲଙ୍ଘନ କରିବା ଦୃଷ୍ଟିକୁ ଆସେ ତେବେ ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ନିଆଯିବ," କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସିଲ କରାଯାଇଥିବା ପ୍ରାୟ ୨୫ ରୁ ୩୦ ଟି ଅନୁଷ୍ଠାନ ଖୋଲିବା ସହ ଏହିଭଳି ଅନ୍ୟ ଅନୁଷ୍ଠାନ ମଧ୍ୟ ଖୋଲାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏ ଦିଗରେ ଦୃଢ଼ ଜନ ସହଯୋଗ, ସଚେତନତା ଓ କୋଭିଡ-19 ର କଡାକଡି ଅନୁପାଳନ କରିବାକୁ କମିଶନର ଜଣାଇଛନ୍ତି ।

"କେତେକ ଦେଶରେ ସଂକ୍ରମଣ କମିଯିବା ପରେ ମଧ୍ୟ ଆଉ ଥରେ ସଂକ୍ରମଣ ଦେଖା ଦେଇଛି । କେରଳ ରାଜ୍ୟରେ ଓନମ ପର୍ବ ପରବର୍ତ୍ତୀ ଅବସ୍ଥା ମଧ୍ୟ ଏହିପରି ଥିଲା । ଆମେ କିପରି ସେହି ଅବସ୍ଥାକୁ ନ ଯାଇ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ ରଖି ସଂକ୍ରମଣକୁ କ୍ରମଶଃ କମାଇବାକୁ ଚେଷ୍ଟା କରିବା । ନିରନ୍ତର ଜନ ସହଯୋଗରେ ଏହା ସମ୍ଭବ ହୋଇ ପାରିବ," କହିଛନ୍ତି ବିଏମସି କମିଶନର ଶ୍ରୀ ଚୌଧୁରୀ ।

ସମସ୍ତଙ୍କ ସହଯୋଗରେ ଆସୁଥିବା ପାର୍ବଣ ଗୁଡିକୁ ନିରାପତ୍ତା ସହିତ ଓ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ମାନି ରାଜଧାନୀ ଭୁବନେଶ୍ବରରୁ କ୍ରମଶଃ କରୋନାକୁ ତଡିବାକୁ ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତା ପାଇଁ ନିବେଦନ କରାଯାଇଛି ।
Published by: Jagdish Barik
First published: October 18, 2020, 2:43 PM IST
corona virus btn
corona virus btn
Loading