ଆସିଗଲା କରୋନାର ସହଜ ଓ ଶସ୍ତା ପରୀକ୍ଷା କିଟ୍; ମାତ୍ର ୫୦୦ ଟଙ୍କାରେ ହେବ; ୩୦ ମିନିଟରେ ଫଳ

ଫେଲୁଦା ଷ୍ଟ୍ରିପ୍‌ର ଦାମ୍ ମାତ୍ର ୪୫୦ରୁ ୫୦୦ ଟଙ୍କା ଭିତରେ ହେବ । ଏହି ଟେଷ୍ଟ ପାଇଁ ମାତ୍ର ୩୦ ମିନିଟ ସମୟ ହିଁ ଲାଗିବ । ଟାଟା କମ୍ପାନୀର ଗବେଷଣା ସଂସ୍ଥାନ ଓ CSIR ଦ୍ୱାରା ବିକଶିତ ଏହି ଷ୍ଟ୍ରିପ୍‌ର ବିକ୍ରି ପାଇଁ DCGI ଅନୁମୋଦନ ଦେଇଛି ।

ଆସିଗଲା କରୋନାର ସହଜ ଓ ଶସ୍ତା ପରୀକ୍ଷା କିଟ୍; ମାତ୍ର ୫୦୦ ଟଙ୍କାରେ ହେବ; ୩୦ ମିନିଟରେ ଫଳ
ଗର୍ଭଧାରଣ ପରୀକ୍ଷା ଭଳି ଫେଲୁଦା ଷ୍ଟ୍ରିପରେ ବି ଦୁଇଟି ଲାଇନ ରହିଥାଏ ।
  • News18 Odia
  • Last Updated: September 22, 2020, 10:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଶ୍ବରେ କରୋନା ମହାମାରୀ (Coronavirus) ଆସିବାକୁ ୧୦ ମାସ ବିତିଗଲାଣି । ଏହି ୧୦ ମାସ ମଧ୍ୟରେ ବିଶ୍ବବ୍ୟାପୀ କରୋନାକୁ ନେଇ ଏ ପର୍ଯ୍ୟନ୍ତ କିଛି ବି ଭଲ ଖବର ଆସିପାରୁନି । ଭାରତ ଭଳି ଦେଶରେ ଏବେ ପ୍ରତି ଦିନ ଏକ ଲକ୍ଷ ପାଖାପାଖି କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ଓ ଶହ ଶହ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । କରୋନା ପରୀକ୍ଷା ବି ମହଙ୍ଗା ଅଛି । ଏପରି ସ୍ଥିତିରେ ଏକ ବଡ଼ ଖବର ଆସି ପହଞ୍ଚିଛି ।

କରୋନା ଭାଇରସ ଶରୀରରେ ଅଛି କି ନାହିଁ ତାହା ଜାଣିବାକୁ କରାଯାଉଥିବା ପରୀକ୍ଷା ପାଇଁ ଏବେ ଆଉ ୩,୦୦୦ ବା ୨,୦୦୦ ଟଙ୍କା ଖର୍ଚ୍ଚ ହେବ ନାହିଁ । ମାତ୍ର ୫୦୦ ଟଙ୍କାରେ ହେବ ଏହି ଚେଷ୍ଟ । ଏହି ନୂଆ ଓ ଶସ୍ତା ପଦ୍ଧତିରେ ଆପଣ ଆଉ ମୁଁ ସହଜରେ କରୋନାର ଯାଞ୍ଚ କରିପାରିବା । ତାହା ପୁଣି ଘରେ ବସି । ଆଉ ପରୀକ୍ଷାର ଫଳ ଜଣାପଡ଼ିଯିବ ମାତ୍ର ୩୦ ମିନିଟରେ ।

ଏବେ କରୋନା ପରୀକ୍ଷାକୁ ନେଇ ଏ ସବୁ ସମ୍ଭବ ହୋଇପାରିବ । ତାହା ପୁଣି ଗୋଟିଏ ଟେଷ୍ଟ ଷ୍ଟ୍ରିପ୍ ସହାୟତାରେ । ଏହି ଷ୍ଟ୍ରିପର ନାମ ଫେଲୁଦା । ଫେଲୁଦା ଟେଷ୍ଟ ଗର୍ଭଧାରଣ ପରୀକ୍ଷା ଭଳି ଏକ ଟେଷ୍ଟ । ଫେଲୁଦା ଷ୍ଟ୍ରିପରେ ବି ଦୁଇଟି ଲାଇନ ରହିଥାଏ । କରୋନା ବାହାରିଲେ ଲାଇନର ରଙ୍ଗ ପରିବର୍ତ୍ତନ ହୋଇଯିବ ।

ଫେଲୁଦା ଷ୍ଟ୍ରିପର ଦାମ୍‌ ମାତ୍ର ୪୫୦ରୁ ୫୦୦ ଟଙ୍କା ଭିତରେ ହେବ । ଏହି ଟେଷ୍ଟ ପାଇଁ ମାତ୍ର ୩୦ ମିନିଟ ସମୟ ହିଁ ଲାଗିବ ।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (Drugs Controller General of India, DCGI) ଟାଟା କମ୍ପାନୀର ଗବେଷଣା ସଂସ୍ଥାନ ଓ CSIR ଦ୍ୱାରା ବିକଶିତ CRISPR (କ୍ଲଷ୍ଟର୍ଡ ରେଗୁଲାରଲି ଇଣ୍ଟରସେପ୍ଟେଡ ସର୍ଟ ପଲିଣ୍ଡ୍ରୋମିକ୍ ରିପିଟ୍ସ) ଦ୍ୱାରା ବିକଶିତ ସହଜ କୋଭିଡ-୧୯ ପରୀକ୍ଷା ଷ୍ଟ୍ରିପ୍‌ 'ଫେଲୁଦା'ର ବ୍ୟାବସାୟିକ ଶୁଭାରମ୍ଭକୁ ଅନୁମୋଦନ କରିଛି । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ଏହି ସୂଚନା ଦେଇଛି । CSIR ଏକ ବିବୃତ୍ତିରେ କହିଛି ଯେ ଏହି ପରୀକ୍ଷଣ କରୋନା ଭାଇରସର ଜିନୋମ କ୍ରମକୁ ଚିହ୍ନଟ କରିବା ପାଇଁ ଏକ ସ୍ୱଦେଶୀ ବିକଶିତ, ଅତ୍ୟାଧୁନିକ CRISPR କୌଶଳ ବ୍ୟବହାର କରିଥାଏ ।



ଦେଶରେ ୫୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୭୫ ହଜାର ୮୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪କୁ ବୃଦ୍ଧି ପାଇଛି । ଆଜି ଦେଶରେ ୧,୦୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୮ ହଜାର ୯୩୫କୁ ବୃଦ୍ଧି ପାଇଛି । ଦିନକରେ ଲକ୍ଷେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

ଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪୪ ଲକ୍ଷ ୯୭ ହଜାର ୮୬୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଏକ ଲକ୍ଷ ୧ ହଜାର ୪୬୮ ଜଣ ସୁସ୍ଥ ହୋଇଛନ୍ତି । ୯ ଲକ୍ଷ ୭୫ ହଜାର ୮୬୧ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଦେଶରେ ଦିନକରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ।



ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଆଉ ୪,୧୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ କରୋନାରେ ପ୍ରାଣ ହରାଇଛନ୍ତି ୧୧ ଜଣ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି । ବାଲେଶ୍ବରରୁ ୨, ଭଦ୍ରକରୁ ୧, ବଲାଙ୍ଗିରରୁ ୨, ଗଞ୍ଜାମରୁ ୨, ଖୋର୍ଦ୍ଧାରୁ ଜଣେ, ମାଲକାନଗିରିରୁ ୨ ଓ ପୁରୀରୁ ଜଣଙ୍କର ମୃତ୍ୟୁ ହୋଇଛି ।
Published by: Anand Shankar Thankur Das
First published: September 22, 2020, 10:38 PM IST
corona virus btn
corona virus btn
Loading