କରୋନା ଚିନ୍ତାରେ ପୁରୀ ପୋଲିସ୍: ୩ ଅଭିଯୁକ୍ତ ପଜିଟିଭ ହେଲେ; ୩ ଥାନାର ଷ୍ଟାଫ କ୍ୱାରାଣ୍ଟାଇନରେ

ପୁରୀ ସହରରେ ଏବେ ରାପିଡ ଟେଷ୍ଟର ବ୍ୟବସ୍ଥା ଆରମ୍ଭ ହେବ । ପଜିଟିଭ ହୋଇଥିବା ଅଭିଯୁକ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । କଲେକ୍ଟରିଏଟର ସବୁ ବିଭାଗକୁ ଜୁନ ୧୯ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।

କରୋନା ଚିନ୍ତାରେ ପୁରୀ ପୋଲିସ୍: ୩ ଅଭିଯୁକ୍ତ ପଜିଟିଭ ହେଲେ; ୩ ଥାନାର ଷ୍ଟାଫ କ୍ୱାରାଣ୍ଟାଇନରେ
ବ୍ରହ୍ମଗିରି ଥାନା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଥାନାକୁ ଧରାହୋଇ ଆସୁଥିବା ଅଭିଯୁକ୍ତମାନେ କରୋନା ଭାଇରସ୍‌ ପଜିଟିଭ ବୋଲି ଜଣାପଡ଼ୁଥିବାରୁ ଚିନ୍ତାରେ ପଡ଼ିଛି ପୁରୀ ପୁଲିସ । ଜୁନ ୧୩ରେ ବ୍ରହ୍ମଗିରି ଥାନାରେ ଜଣେ ଅଭିଯୁକ୍ତ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ବ୍ରହ୍ମଗିରି ଓ ସାତପଡ଼ା ଫାଣ୍ଡିର ୧୪ ଜଣ ଷ୍ଟାଫ୍‌ ଏବେ କ୍ୱାରାଣ୍ଟାଇନରେ ଅଛନ୍ତି । ଥାନାକୁ ଆସୁଥିବା ମାମଲାକୁ ନେଇ ଭଦ୍ରଲୋକେ ବିଚାର କରି ଆପୋଷ ସମାଧାନ କରୁଛନ୍ତି । କଣାସ ଓ ଗଡ଼ିଶାଗୋଦା ଥାନାର ଦୁଇ ଅଭିଯୁକ୍ତଙ୍କର ଗତ କାଲି ପଜିଟିଭ ଆସିବା ପରେ ଦୁଇ ଥାନାର କର୍ମକର୍ତ୍ତାମାନଙ୍କୁ କ୍ୱାରାଣ୍ଟାଇନକୁ ପଠାଯାଇଛି  ।

ହେଲେ ବ୍ରହ୍ମଗିରି ଘଟଣାରେ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା ସେହି ଅଞ୍ଚଳର ଜଣେ ଆଇନଜୀବୀ ଓ ତହସିଲର ମୋହରିର ପଜିଟିଭ ଆସିଥିବା ବେଳେ ମୋହରିରଙ୍କ ସ୍ତ୍ରୀ  କୋର୍ଟରେ କାର୍ଯ୍ୟ କରୁଥିବା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଟଡାଉନ କରାଯାଇଥିବା ସହ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଅନୁଯାୟୀ ଗତ କାଲି ପୁରୀରେ ୧୯ଟି ପଜିଟିଭ ମାମଲା ସାମନାକୁ ଆସିଥିଲା । ଆଉ ସେମାନଙ୍କ ଭିତରୁ ତିନି ଜଣ ମୁଦାଲାଙ୍କର ପଜିଟିଭ ରହିଛି । ସେମାନେ ହେଲେ  କଣାସ ଥାନା ଓ ଗଡିଶାଗୋଦା ଥାନା ଅଞ୍ଚଳର । ଆଉ ଜଣେ ହେଲେ ବ୍ରହ୍ମଗିରି ଥାନାର ।

କୃଷ୍ଣପ୍ରସାଦ ମିର୍ଜାପୁରର ଅଭିଯୁକ୍ତ ଜଣଙ୍କୁ ଏକ ଚୋରି କେସରେ ପୁଲିସ ଧରିଥିବା ବେଳେ ପ୍ରଥମେ ସାତପଡା ଫାଣ୍ଡି ଓ ପରେ ବ୍ରହ୍ଣଗିରି ଥାନାକୁ ଅଣାଯାଇଥିଲା  । ତାଙ୍କୁ କୋର୍ଟ ଚାଲାଣ ବେଳେ ବ୍ରହ୍ଣଗିରିର ଜଣେ ଆଇନଜୀବୀ ଓ ପୁରୀର ମୋହରିର ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଅଭିଯୁକ୍ତ ପଜିଟିଭ ବୋଲି ଜଣାପଡ଼ିବା ପରେ କଣ୍ଟାକ୍ଟ ଟ୍ରେସିଂ ହେଲା ଓ ସେମାନଙ୍କର ବି ରିପୋର୍ଟ ପଜିଟିଭ ଆସିଥିଲା । ପୁଣି ମୋହରିରଙ୍କ ସ୍ତ୍ରୀ ପୁରୀ କୋର୍ଟରେ କାର୍ଯ୍ୟରତା ଥିବାରୁ ତାଙ୍କୁ ବି କ୍ୱାରାଣ୍ଟାଇନରେ ରଖାଯାଇଛି ।

ପୁରୀରେ କୋର୍ଟ ପରିସର ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନକୁ ସାନିଟାଇଜ୍‌ କରାଯାଉଛି ।


ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି କଲେକ୍ଟରିଏଟର ସମସ୍ତ ବିଭାଗକୁ ଜୁନ ୧୭ ଦିନ ୧୦ଟାରୁ ଜୁନ ୧୯ ଦିନ ୧୦ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ‘‘ସହରର ହରିହର ଛକଠାରୁ ଟାଉନହଲ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳ ମଧ୍ୟରେ ଥିବା କଲେକ୍ଟୋରିଏଟ୍, ବାର୍, ଜୁଡିସିଆରୀ କୋର୍ଟ, ସବକଲେକ୍ଟର ଅଫିସ ଓ ଡିଏସଆର ଅଫିସ ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ସମୟ ମଧ୍ୟରେ ସାଧାରଣ ଲୋକଙ୍କ ପ୍ରବେଶ ଉୁପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି । କାହାରିକୁ କଲେକ୍ଟୋରିଏଟ୍ ମଧ୍ୟକୁ ଯିବାକୁ ଅନୁମତି ଦିଆଯିବନାହିଁ,’’ କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ ।

ଉପ-ଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ଯେ ପୁରୀ ସହରରେ ଏବେ ରାପିଡ ଟେଷ୍ଟର ବ୍ୟବସ୍ଥା ଆରମ୍ଭ କରାଯିବ । ‘‘ପଜିଟିଭ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି  । ସି.ଡବ୍ଲୁ.ସି. ଅଫିସ ଓ ସମସ୍ତ ଆଇନଜୀବୀମାନଙ୍କର ମଧ୍ୟ କୋବିଡ ଟେଷ୍ଟ କରାଯିବ । ତା ସହିତ ସହରରେ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ କର୍ମାମାନଙ୍କର ମଧ୍ୟ ଟେଷ୍ଟ କରାଯିବ,’’ ସେ କହିଛନ୍ତି ।

କଣାସ ଥାନା ଅଞ୍ଚଳରେ ବିଜିପୁର ପଞ୍ଚାୟତ ଝରଡ଼ା ଗ୍ରାମର ପ୍ରଶାନ୍ତ ଜଗଦ୍ଦେବକୁ ଗତ ୧୩ରେ ପୁଲିସ ବାଇକ ଚୋରୀ କେସରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗଡ଼ିଶାଗୋଦା ଥାନାରେ ଏକ ଆପରାଧୀକ ମାମଲାରେ ଭୁବନେଶ୍ୱର ଲକ୍ଷ୍ନୀସାଗର ଅଞ୍ଚଳର ପ୍ରମୋଦ ତ୍ରିପାଠୀ ନାମକ ଯୁବକକୁ ଗତ ୧୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା ।

‘‘ଉଭୟଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଗଡ଼ିଶାଗୋଦା ଥାନା ଓ କଣାସ ଥାନାର ପୁଲିସ କର୍ମୀ କ୍ୱାରାଣ୍ଟାଇନରେ ରହିଛନ୍ତି । ପୂର୍ବରୁ ବ୍ରହ୍ମଗିରିରେ ଏକ ଅଭିଯୁକ୍ତ କରୋନା ପଜିଟିଭ ମାମଲାରେ ବ୍ରହ୍ଣଗିରି ଥାନା ଓ ସାତପଡା ଫାଣ୍ଡିର ୧୪ ଜଣ ପୁଲିସ କର୍ମୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି,’’ କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ ।

ଜଣେ ଆଇନଜୀବୀ ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟ ଓକିଲମାନେ ସ୍ୱତଃପ୍ରବୃତ୍ତ ନିଜ ସ୍ୱାବ ପରୀକ୍ଷା କରାଇବାକୁ ସମ୍ମତି ପ୍ରକାଶ କରିଥିବା ବେଳେ  ଜିଲ୍ଲା ଓକିଲ ସଙ୍ଘ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି ଆଇନଜୀବୀ ସଙ୍ଘର କାର୍ଯ୍ୟକାରୀଣୀ ସଦସ୍ୟ ଶାରଦା ସାମଲ ।

ବ୍ରହ୍ମଗିରି ଥାନାର ପୁଲିସ କ୍ୱାରାଣ୍ଟାଇନରେ ଥିବାରୁ ଥାନାକୁ ଆସୁଥିବା ମାମଲାର ବିଚାର କରୁଛନ୍ତି ସେହି ଅଞ୍ଚଳର ଭଦ୍ର ଲୋକେ । ବିଭିନ୍ନ ନ୍ୟାୟ ନିଶାପରେ ଭାଗନେଉଥିବା ସ୍ଥାନୀୟ ଅଞ୍ଚଳର ଜନୈକ ଭଦ୍ର ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ଯେ ଥାନାରେ ଅନେକ ମାମଲା ରୁଜୁ ହେଉଥିବା ବେଳେ ମଧ୍ୟସ୍ଥିଙ୍କ ଦ୍ୱାରା ସ୍ଥାନୀୟ ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ଘଟଣାର ଆପୋଷ ସମାଧାନ ପାଇଁ ତାଙ୍କୁ ଡକାଯାଉଛି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 4:46 PM IST
corona virus btn
corona virus btn
Loading