News18 Odia Digital
ଭୁବନେଶ୍ୱର/କୋରାପୁଟ: ଭାରତୀୟ ଖାଦ୍ୟ ନିଗମ (Food Corporation of India - FCI) ସାରା ଦେଶକୁ ଖାଦ୍ୟ ସାମଗ୍ରୀ ଯୋଗାଉଥିଲେ ବି କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହରରେ ଏହି ସଙ୍ଗଠନରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ଓ ଶ୍ରମିକମାନଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯାଉ ନ ଥିବାରୁ ସେମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଛି ।
କରୋନା ସଂକ୍ରମଣରେ କୋରାପୁଟର ଜୟପୁରରେ କାର୍ଯ୍ୟରତ FCIର ଆକାଉଣ୍ଟାଣ୍ଟ୍ ୩୮-ବର୍ଷୀୟ ସଞ୍ଜୀବ କୁମାର ସିଂଙ୍କର ମେ ୧୦ ତାରିଖରେ ମୃତ୍ୟୁ ହେବା ପରେ କର୍ମଚାରୀ ଓ ଶ୍ରମିକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର ଦିନ ଜୟପୁର ନିକଟସ୍ଥ FCIର ଉମରୀ ଡିପୋରୁ କର୍ଣ୍ଣାଟକକୁ ପଠାଇବା ପାଇଁ ଚାଉଳ ଲୋଡ୍ ହେଉଥିବା ବେଳେ ଶ୍ରମିକମାନେ ସେମାନଙ୍କୁ ଜଲଦି କରୋନା ଭ୍ୟାକ୍ସିନ ଦିଆଯାଉ ବୋଲି ଦାବି କରିଥିଲେ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ମୋ’ ସ୍ୱାମୀ ୧୫ ବର୍ଷ ସେନାରେ ରହି ଦେଶର ସେବା କଲେ । ତା’ ପରେ ସେ ଏଫ୍.ସି.ଆଇ.ରେ ଯୋଗ ଦେଇ କରୋନା ମହାମାରୀର ଏହି ବିପଜ୍ଜନକ ସମୟରେ ଘରଠୁ ଦୁରରେ ରହି ଦେଶର ସେବା କରୁଥିଲେ । ହେଲେ ତାଙ୍କୁ ଓ ତାଙ୍କ ପରି ଅନ୍ୟ ଅନେକ କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ଭ୍ୟାସ୍କିନ୍ ଦିଆଯାଇ ନାହିଁ । ଭ୍ୟାକ୍ସିନ ନେଇଥିଲେ ଆଜି ଏ ଦୁନିଆରେ ଥାଆନ୍ତେ,’’ କାନ୍ଦି କାନ୍ଦି କହିଛନ୍ତି ମୂଳତଃ ବିହାର ନିବାସୀ ସଞ୍ଜୀବ କୁମାର ସିଂଙ୍କ ପତ୍ନୀ । ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବା ପରେ ବୁଧବାର ଦିନ ନିଜ ଦୁଇ ପିଲାଙ୍କୁ – ଦେଢ଼ ବର୍ଷର ପୁଅ ଓ ଛଅ ବର୍ଷର ଝିଅ – ନେଇ ବିହାର ଫେରିଯାଇଛନ୍ତି ସେ ।
ଏହା ବି ପଢ଼ନ୍ତୁ | ଓଡ଼ିଶା FCIର ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍ରେ ଥିଲେ
ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ସମୟରେ ମୂଳତଃ ବିହାର ନିବାସୀ ସଞ୍ଜୀବ କୁମାର ସିଂ
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!ଏଫ୍.ସି.ଆଇ.ର ଓଡ଼ିଶାରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏ ପର୍ଯ୍ୟନ୍ତ ୫୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଓ ସେଥିରୁ ୨୪ ଜଣ ସୁସ୍ଥ ହୋଇଥିବା ଓ ଜଣେ ମୃତ୍ୟୁ ବରଣ କରିଥିବା ସଙ୍ଗଠନ ପକ୍ଷରୁ ବୁଧବାର ଦିନ କୁହାଯାଇଛି । ଚିକିତ୍ସା ପରେ ସୁସ୍ଥ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଡିଜିଏମ୍ ପି.କେ. ବେହୁରା ଓ ଟିଟିଲାଗଡ଼ର ଡିଏମ୍ ସଞ୍ଜୟ ପାଠୀଙ୍କ ପରି ବରିଷ୍ଠ ଅଧିକାରୀମାନେ ଅଛନ୍ତି । ଜ୍ୱରରେ ଆକ୍ରାନ୍ତ ହୋଇ କରୋନା ସଂକ୍ରମଣର ଲକ୍ଷଣ ଥିବା ଅନେକ ଏଫ୍.ସି.ଆଇ. କର୍ମଚାରୀ ଓ ଶ୍ରମିକ ଏବେ ସଙ୍ଗରୋଧରେ ରହୁଛନ୍ତି ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ ।
ଏହା ବି ପଢ଼ନ୍ତୁ | ମମତାଙ୍କୁ ଅର୍ଥ ମନ୍ତ୍ରୀ ଉତ୍ତର ଦେଲେ: ପୂର୍ବରୁ COVID ଉପକରଣ ଉପରେ GST ଛାଡ଼ କରାଯାଇ ସାରିଛିଏଫ୍.ସି.ଆଇ. ଓଡ଼ିଶାର ମୁଖ୍ୟ ପ୍ରବନ୍ଧକ (ଜି.ଏମ୍.) ରାଜ୍ୟ ସରକାରଙ୍କୁ ଏହି ସଙ୍ଗଠନର କର୍ମଚାରୀ ଓ ଶ୍ରମିକମାନଙ୍କୁ କରୋନା ଟିକାକରଣରେ ପ୍ରାଥମିକତା ଦେବା ପାଇଁ ଅନୁରୋଧ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏପ୍ରିଲ୍ ୨୮ ତାରିଖରେ ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଏକ ଚିଠି ଲେଖିଥିଲେ । ସେହି ଚିଠିରେ ଏଫ୍.ସି.ଆଇ.ର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ, ସାତଟି ଡିଭିଜନାଲ୍ ଅଫିସ୍ ଓ ୧୯ଟି ଷ୍ଟୋରେଜ୍ ଡିପୋରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ ଟିକାକରଣ ଶୀଘ୍ର କରାଇବା ପାଇଁ ଆଦେଶ ଦେଇଥିଲେ । ହେଲେ ଏହାର ୧୫ ଦିନ ପରେ ବି ତାହା କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଅନେକ ଏଫ୍.ସି.ଆଇ. କର୍ମଚାରୀ ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ
ଜିଲ୍ଲାପାଳମାନଙ୍କୁ ଏପ୍ରିଲ୍ ୨୮ରେ ସ୍ୱାସ୍ଥ୍ୟ ସଚିବ ଲେଖିଥିବା ଚିଠି
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍‘‘ସମ୍ବଲପୁର ପରି କେତେକ ସ୍ଥାନରେ ଏଫ୍.ସି.ଆଇ. କର୍ମଚାରୀମାନଙ୍କ ଟିକାକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ୟ ଅନେକ ସ୍ଥାନରେ ଏ ନେଇ ଗତିବିଧି ଆଗକୁ ବଢ଼ିଛି, ହେଲେ ଯଥେଷ୍ଟ ସଂଖ୍ୟାରେ ଟିକା ଉପଲବ୍ଧ ନ ଥିବାରୁ ଏହା ଠିକ୍ ଢଙ୍ଗରେ କରାଯାଇ ପାରିନାହିଁ । ଆମ ତରଫରୁ ଏ ନେଇ ନିରନ୍ତର ପ୍ରୟାସ ଜାରି ଅଛି । ସମସ୍ତଙ୍କୁ ଶୀଘ୍ର ଟିକା ଦିଆଯିବ ବୋଲି ଆଶା କରୁଛୁ,’’ କହିଛନ୍ତି ଏଫ୍.ସି.ଆଇ. ଏଗ୍ଜିକ୍ୟୁଟିଭ୍ ଷ୍ଟାଫ୍ ୟୁନିଅନର ସଭାପତି ଅକ୍ଷୟ କୁମାର ବେହେରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରାକର୍ମଚାରୀଙ୍କ ସହିତ ଶ୍ରମିକମାନଙ୍କ ଟିକାକରଣ ଉପରେ ବି ଗୁରୁତ୍ୱ ଦେଉଛନ୍ତି ଏଫ୍.ସି.ଆଇ. କର୍ତ୍ତୃପକ୍ଷ । ‘‘ଆମ ପକ୍ଷରୁ ସବୁ ଶ୍ରମିକମାନଙ୍କୁ କରୋନା ନିରୋଧକ ନିୟମ ମାନି ଚଳିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଛି । ଆମେ ସବୁ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ଓ ସାନିଟାଇଜେସନ୍ ଉପରେ ସର୍ବଦା ଧ୍ୟାନ ଦେଉଛୁ । ସମସ୍ତଙ୍କ ଟିକାକରଣ ଶୀଘ୍ର ସୁନିଶ୍ଚିତ କରାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ,’’ କହିଛନ୍ତି ଏଫ୍.ସି.ଆଇ.ରେ ଖାଦ୍ୟ ଶସ୍ୟର ସଂରକ୍ଷଣ ଦାୟିତ୍ୱରେ ଥିବା ଓ ଶ୍ରମିକମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାନ କରୁଥିବା ଅଧିକାରୀ ପ୍ରିୟା ମୋନାଲିସା ବଡ଼ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।