News18 Odia Digital
ନୂଆ ଦିଲ୍ଲୀ: ସମଗ୍ର ବିଶ୍ୱ କରୋନା ଭାଇରସ (Coronavirus) ସଙ୍କଟରେ ଅସ୍ତବ୍ୟସ୍ତ ହୋଇପଡ଼ିଛି । କୋଭିଡକୁ (COVID-19) କେବଳ ସାମାଜିକ ଦୂରତା (Social Distancing), ମାସ୍କ ଓ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବା ଦ୍ୱାରା ପରାସ୍ତ କରାଯାଇପାରିବ । କରୋନା ଭାଇରସ୍ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ । ଏଭଳି ପରିସ୍ଥିତିରେ କରୋନା ବିରୁଦ୍ଧରେ ମୁକାବିଲା ପାଇଁ ଆମେ ନିଜକୁ ପ୍ରସ୍ତୁତ କରି ରଖିବା ଭଲ । ଏଥି ପାଇଁ ଆମକୁ ନିଜ ଶରୀରର ପ୍ରତିରକ୍ଷା ଶକ୍ତି ମଜବୁତ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ । ଶକ୍ତିଶାଳୀ ପ୍ରତିରକ୍ଷା ଶକ୍ତି ଦ୍ୱାରା ଆମ ଶରୀର ରୋଗ ବିରୁଦ୍ଧରେ ଲଢ଼ିବାର କ୍ଷମତା ବିକାଶ କରିବ । ନିକଟରେ ଆୟୁର୍ବେଦିକ ଔଷଧ ଉତ୍ପାଦନ କରୁଥିବା ଫାର୍ମା କମ୍ପାନୀ ଡାବର ତୁଳସୀ ଡ୍ରପ୍ସ ଲଞ୍ଚ କରିଛି ।
ପ୍ରସିଦ୍ଧ ଭାରତୀୟ ରେସଲର୍ ଦି ଗ୍ରେଟ୍ ଖଲି (The Great Khali) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜର ରୋଗ ପ୍ରତିରୋଧକ ଶକ୍ତିର ରହସ୍ୟ ବିଷୟରେ କହିଛନ୍ତି । ଖଲି ଏହି ଭିଡିଓରେ କହିଛନ୍ତି ଯେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତିର ଗୁପ୍ତ ରହସ୍ୟ ଏହା ଯେ ସେ ଦିନକୁ ଦୁଇ ଥର ରାରିରୁ ପାଞ୍ଚ ବୁନ୍ଦା ଡାବର ତୁଳସୀ ପିଅନ୍ତି ଓ ତାହା ଦ୍ୱାରା ଥଣ୍ଡା ଓ ଶୀତରୁ ସୁରକ୍ଷିତ ରୁହନ୍ତି । ଆପଣ ବି ସୁସ୍ଥ ରହିବା ଉଚିତ ଓ ଏହାକୁ ବ୍ୟବହାର କରି ଦେଖିବା ଉଚିତ୍ ।

ପ୍ରସିଦ୍ଧ ଭାରତୀୟ ରେସଲର୍ ଦି ଗ୍ରେଟ୍ ଖଲି
ଆୟୁର୍ବେଦିକ ଔଷଧ ଡାବର ତୁଳସୀ ଡ୍ରପ୍ସ ହେଉଛି ଏକ ୧୦୦% ପ୍ରାକୃତିକ ପ୍ରତିରକ୍ଷା ବୃଦ୍ଧିକାରୀ ମିଶ୍ରଣ । ଏହି ଔଷଧ ପାଞ୍ଚ ପ୍ରକାରର ତୁଳସୀ – ବିଷ୍ଣୁ ତୁଳସୀ, ରାମା ତୁଳସୀ, ଶ୍ୟାମା ତୁଳସୀ, ବିଶ୍ୱ ତୁଳସୀ ଓ ଅମୃତ ତୁଳସୀ – ମିଶ୍ରଣ କରି ପ୍ରସ୍ତୁତ କରାଯାଇଛି । ଏଥିରେ ଆଣ୍ଟିମାଇକ୍ରୋବାୟଲ୍, ଆଣ୍ଟିଅକ୍ସିଡାଣ୍ଟ ଓ ପୌଷ୍ଟିକ ଗୁଣ ରହିଛି । ଏହି ଔଷଧ ଅନେକ ରୋଗ ବିରୁଦ୍ଧରେ ଏକ ପ୍ରଭାବଶାଳୀ ପ୍ରତିରୋଧକ ଭାବେ କାମ କରେ ।
ଆୟୁର୍ବେଦିକ ଔଷଧ ଡାବର ତୁଳସୀ ଡ୍ରପ୍ସ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଓ ଶ୍ୱାସ, ଓଦା କାଶ, ଶୁଖିଲା କାଶ ଆଦି ଜଲଦି ଧରେ ନାହିଁ ତଥା ହୃଦୟ ଓ ହଜମ ପ୍ରକ୍ରିୟା ଠିକ୍ ଭାବେ କାମ କରେ । ଏହା ବ୍ୟତୀତ ଏହି ଔଷଧ ଚର୍ମ, ଆଖି, ଗଣ୍ଠି ଓ ଯକୃତ ପାଇଁ ମଧ୍ୟ ଲାଭଦାୟକ ।
ଚାରି ଦିନ ତଳେ ଯୋଗ ଗୁରୁ ବାବା ରାମଦେବ
କୋଭିଡ-୧୯ (COVID-19) ପାଇଁ ଏକ ଆୟୁର୍ବେଦିକ ଔଷଧ (Ayurvedic medicine) ଲଞ୍ଚ୍ କରିଛନ୍ତି । ଏହି ଟ୍ୟାବଲେଟର ନାମ ‘କୋରୋନିଲ୍’ ରଖାଯାଇଛି । ପରୀକ୍ଷାରେ ଏହା ସାତ ଦିନରେ ୧୦୦ ପ୍ରତିଶତ ରୋଗୀଙ୍କୁ ସୁସ୍ଥ କରିଛି ବୋଲି ସେ କହିଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।