କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ପରିବାର: ଭୁବନେଶ୍ୱରର ଏହି ୩ ପୋଲିସ କର୍ମୀ କରୋନା ଯୋଦ୍ଧା

ସାରା ଦେଶ କରୋନା ଭାଇରସର ମୁକାବିଲାରେ ଲାଗିପଡ଼ିଛି । ସେହି ଲଢ଼େଇରେ ଆଗ ଧାଡ଼ିର ଭୂମିକା ନିଭାଉଛନ୍ତି କେତେକ ପୋଲିସ କର୍ମଚାରୀ । କର୍ତ୍ତବ୍ୟ ଆଗରେ ସେମାନଙ୍କ ପାଇଁ ପରିବାର ଗୌଣ ପାଲଟିଛି ।

କର୍ତ୍ତବ୍ୟ ଆଗରେ ଫିକା ପଡ଼ିଛି ପରିବାର: ଭୁବନେଶ୍ୱରର ଏହି ୩ ପୋଲିସ କର୍ମୀ କରୋନା ଯୋଦ୍ଧା
ପୁଅ ଶ୍ରେୟାସୁ ସହିତ ପୋଲିସ କର୍ମୀ ଦମ୍ପତି ରମାକାନ୍ତ ପ୍ରଧାନ ଓ ସସ୍ମିତା ବେହେରା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ କିଛି ନିଷ୍ଠାପର ପୋଲିସ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏମିତି କିଛି ପୋଲିସ କର୍ମଚାରୀ ଓ ଡାକ୍ତର ଅଛନ୍ତି ଯେଉଁମାନେ କରୋନା ମୁକାବିଲା କରିବା ପାଇଁ ନିଜ ପରିବାରକୁ ପଛରେ ପକାଇ ପ୍ରଫେସନଙ୍କୁ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ରମାକାନ୍ତ ପ୍ରଧାନ, ସସ୍ମିତା ବେହେରା ଓ ବେଲା ଘୋଷ ।

ରାଜଧାନୀ ଭୁବନେଶ୍ୱରରେ କରୋନାର ମୁକାବିଲା କରିବା ପାଇଁ ଗଠିତ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରନ୍ତି କ୍ୟାପିଟାଲ ଥାନାର ଏ.ଏସ.ଆଇ. ରମାକାନ୍ତ ପ୍ରଧାନ । ଜଣେ ସରଳ ଓ ସଚ୍ଚୋଟ ପୋଲିସ ଅଧିକାରୀ ଭାବରେ ଜଣାଶୁଣା ୫୨ ବର୍ଷୀୟ ରମାକାନ୍ତଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲାରେ । ତାଙ୍କ ପତ୍ନୀ ସସ୍ମିତା ବେହରା କମିଶରେଟ ପୋଲିସରେ କନଷ୍ଟେବଲ୍‌ ଭାବେ କାର୍ଯ୍ୟ କରନ୍ତି । ଶୈଳଶ୍ରୀ ବିହାରରେ ରହୁଥିବା ଏହି ଦମ୍ପତି କରୋନା ବିରୋଧରେ ଲଢେଇରେ ଫ୍ରଣ୍ଟଲାଇନରେ କାମ କରୁଛନ୍ତି ।

ସାମାଜିକ ଦୂରତା ମାନିବା ଓ ମାସ୍କ ପିନ୍ଧିବା ଭଳି ନିୟମ ମାନିବା ସହ ସହରାଞ୍ଚଳ ପୋଲିସ ଆଇନକୁ କଡ଼ାକଡ଼ି ମାନିବାକୁ ଲୋକଙ୍କୁ ବୁଝାଉଛନ୍ତି ରମାକାନ୍ତ । ନିୟମ ଭଙ୍ଗ କରୁଥିବା ବ୍ୟବସାୟୀ ଓ ଗ୍ରାହକଙ୍କୁ ଫାଇନ୍‌ ବି କରୁଛନ୍ତି ସେ । ସକାଳୁ ସକାଳୁ କର୍ମକ୍ଷେତ୍ରକୁ ଯାଇ ଲାଗିପଡନ୍ତି କାମରେ । ରମାକାନ୍ତ ଓ ସସ୍ମିତା ଦୁଇ ଜଣଙ୍କ ଡ୍ୟୁଟି ଗୋଟିଏ ସମୟରେ ହୋଇ ନ ଥିବାରୁ ଭାରି ହଇରାଣ ହୁଅନ୍ତି ଦୁହେଁ । ରାତିରେ ଘରକୁ ଫେରି ଦେଖା ହୁଅନ୍ତି । ଦୁଇ ଜଣ ଯାକ ଫିଲଡ଼ରେ କାମ କରୁଥିବାରୁ ଏକ ମାତ୍ର ପୁଅ ଶ୍ରେୟାସୁକୁ ମାମୁ ଘରକୁ ପଠାଇ ଦେଇଛନ୍ତି ସେମାନେ ।

ହୋମ୍ ଗାର୍ଡ଼ କର୍ମୀ ବେଲା ଘୋଷ


ଏହା ବି ପଢ଼ନ୍ତୁକରୋନା ରୋଗୀଙ୍କ ଚିକିତ୍ସା କରିବାକୁ ଡାକ୍ତର ବନିଲେ ବିୟୁଟି କ୍ୱିନ୍‌ ଭାଷା ମୁଖାର୍ଜୀ

ସେମାନଙ୍କ ପରି ଆଉ ଜଣେ କରୋନା ଯୋଦ୍ଧା ହେଉଛନ୍ତି କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହୋମଗାର୍ଡ ବେଲା ଘୋଷ । ବୟସ ୪୩ । ମୂଳ ଘର ପଶ୍ଚିମ ବଙ୍ଗ ମେଦିନିପୁର ଜିଲ୍ଲାର ବାଙ୍କୁଡା ନିକଟ ବିଷ୍ଣୁପୁରରେ। ୧୯୯୭ ମସିହାରୁ ୩୦୦ ଟଙ୍କାରେ ଚାକରି ଆରମ୍ଭ କରିଥିବା ବେଲା ଏବେ ମାସିକ ମାତ୍ର ଦୁଇ ହଜାର ଟଙ୍କା ଦରମା ପାଉଛନ୍ତି । ଉତ୍ତରା ନିକଟ ସାଇଫନ୍‌ ନିକଟରେ ଥିବା ନିଜ ଘରେ ରୁହନ୍ତି ସେ । ତାଙ୍କର ନିଜର ବୋଲି କେହି ନାହିଁ । ବାପା-ମା ଆରପରିରେ । ଭାଇ ଭଉଣୀ ସବୁ କୋଲକାତାରେ । କେବଳ ମଝିରେ ମଝିରେ ଫୋନରେ କଥା ହୁଅନ୍ତି  ସେମାନଙ୍କ ସହ । ବିବାହ କରିବାର ସାତ ଦିନ ମଧ୍ୟରେ ସ୍ୱାମୀ ସହ ଝଗଡା ହେବାରୁ ଅଲଗା ହୋଇଥିଲେ ।

ଏବେ କରୋନା ସଙ୍କଟ ପାଇଁ ଡ୍ୟୁଟିରେ ଅଧିକ ସମୟ ଦେଉଛନ୍ତି ବେଲା । ରାଜମହଲ ଛକରେ ଡ୍ୟୁଟି କରିବା ସହ ଥାନା ଓ ବଜାର ଘାଟରେ ଲୋକଙ୍କୁ ସଚେତନ କରାଉଛନ୍ତି ।  ନିଜ କର୍ତ୍ତବ୍ୟ ସମ୍ପର୍କରେ କହିବା ବେଳେ ତାଙ୍କ ଆଖିକୁ ଲୁହ ଆସିଯାଉଥିଲା ।

‘‘ଯେତେବେଳେ ଡ୍ୟୁଟିକୁ ବାହାରେ ସେତେବେଳେ ଉତ୍ତରା ଛକକୁ ଏକ କିଲୋମିଟର ଚାଲି ଚାଲି ଆସେ । କ୍ୟାପିଟାଲ ଥାନାକୁ ଆସିଲା ବେଳକୁ ତିନି ଥର ବସ୍‌ ଓ ଅଟୋର ସାହାରା ନେବାକୁ ପଡ଼େ । ଭାରି କଷ୍ଟ ହୁଏ ସତ, କିନ୍ତୁ ସେଥିରେ ଭାରି ଖୁସି ଲାଗେ । ଏକୁଟିଆ ରହୁଥିବାରୁ ମୋର ଆଗକୁ କି ପଛକୁ କେହି ନାହିଁ । ତେଣୁ ଲୋକଙ୍କୁ ସଚେତନ କରେଇ ଓ ସୁରକ୍ଷା ଦେଇ ଜୀବନଟା ଚାଲିଗଲେ ଭଲ ହେବ,’’ କହିଛନ୍ତି ବେଲା ।

ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ

ଏହା ବି ପଢ଼ନ୍ତୁ: ଢେଙ୍କାନାଳରେ ଚିନି କଳ ପରିସରରେ ୩ ଜଣ ବିହାରୀ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ
First published: May 10, 2020, 7:35 PM IST
corona virus btn
corona virus btn
Loading