ଗଣେଶ ପଲ୍ | News18 Odia Digital
ବୌଦ୍ଧ: ଟିଭିରେ କରୋନା ଭାଇରସ୍ ଆସିଛି ବୋଲି ସନ୍ଦେହ କରି ଗୋଟା ଗାଁ ଆତଙ୍କିତ । ବୌଦ୍ଧ ଜିଲ୍ଲା ଜଗତି ସଙ୍ଗରୋଧ କେନ୍ଦ୍ରରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ସୁରତରୁ ଧରି ଆସିଥିଲେ ଏକ ଏଲ୍.ଇ.ଡି. ଟିଭି । ତାକୁ ନେଇ ଏବେ ଜିଲ୍ଲାରେ ଜୋର୍ ଧରିଛି ଚର୍ଚ୍ଚା।
ପଜିଟିଭ୍ ବାହାରିଥିବା ତିନି ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ସୁରତରୁ ଏକ ଟିଭି ଧରି ଗାଁକୁ ପ୍ରବେଶ କରିଥିଲେ । ହେଲେ ନିୟମ ଅନୁଯାୟୀ କ୍ୱାରେଣ୍ଟାଇନ ସେଣ୍ଟର ପହଞ୍ଚିବା ପୂର୍ବରୁ ହିଁ ସେ ଟିଭିକୁ ଗାଁର ଏକ ଗଛ ମୂଳେ ଛାଡ଼ି ତାଙ୍କ ପରିବାରର କିଛି ସଦସ୍ୟ ତଥା ତାଙ୍କ ଭାଇଙ୍କୁ ଫୋନ କରି ନେଇଯିବାକୁ କହିଥିଲେ ।
ସେହି ବ୍ୟକ୍ତି ଜଣକ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଘରର ୪ ଜଣ ସଦସ୍ୟ – ସେହି ବ୍ୟକ୍ତିଙ୍କ ଭାଇ, ଭଉଣୀ ଓ ବାପା ମା – ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ କରିବା ସହିତ ଘର ସମ୍ମୁଖରେ ଏକ ପୋଷ୍ଟର ଲଗାଇଥିଲେ ଅଧିକାରୀମାନେ । ଏହା ପରେ ବାକି ଦୁଇ ଜଣ ସୁରତ୍ ଫେରନ୍ତାଙ୍କ ଘରକୁ ବି ସିଲ୍ କରାଯାଇଥିଲା ।

ଏହି ଟିଭି ସହିତ କରୋନା ଭାଇରସ୍ ଆସିଛି ବୋଲି ସନ୍ଦେହ କରାଯାଉଛି ।
ଏହା ବି ପଢ଼ନ୍ତୁ: ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୪୩୭ତିନିଟି ଯାକ ପରିବାର ସବୁ ସଦସ୍ୟଙ୍କ ସ୍ୱାବ୍ ନମୁନା ପଠାଯିବାର କାର୍ଯ୍ୟକ୍ରମ ରହିଛି । କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଦୁଇଟି ଗାଁର ୨୭୦ଟି ପରିବାର ଉପରେ ବି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ପ୍ରତି ଦିନ ପ୍ରତ୍ୟେକ ଘର ବୁଲିବେ ସ୍ବାସ୍ଥ୍ୟ କର୍ମୀ ।
‘‘ଆମେ ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ସହିତ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଗାଁ ଜଗତି ଓ ଜଗନ୍ନାଥପୁର ପରିଦର୍ଶନ କଲୁ । ଆଗାମୀ ଦିନରେ କାହାର କୌଣସି ଲକ୍ଷଣ ଦେଖାଦେଳେ ସ୍ୱାବ୍ ନମୁନା ପଠାଯିବ,’’ କହିଛନ୍ତି ସମ୍ବଲପୁର ଡ଼ବ୍ଳ୍ୟୁ.ଏଚ୍.ଓ. ସରଭିଲାନ୍ସ ଅଫିସର ଅବନିନ୍ଦ୍ର ନାଥ ସାହୁ ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦିକରୋନା ଆକ୍ରାନ୍ତଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ କେବଳ ଟିଭି ଗୋଟେ ଜଗତି ସଙ୍ଗରୋଧ୍ କେନ୍ଦ୍ର ନିକଟରେ ଥିବା ଏକ ଗଛ ମୂଳେ ରଖି ତାଙ୍କ ସାନ ପୁଅ କୁ ଫୋନ୍ କରି ନେବା ପାଇଁ କହିଥିଲା । ‘‘ଏହା ବ୍ୟତୀତ ଆଉ କିଛି ସେ ଆମକୁ ଦେଇନାହିଁ। ସେ ଆମ ଘରେ ପହଞ୍ଚି ନ ଥିଲା। ସିଧାସଳଖ ସଙ୍ଗରୋଧ କେନ୍ଦ୍ର ଯାଇଥିଲା,’’ ସେ କହିଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଲକ୍ଷ୍ମୀଧର ସାହୁ ସହିଛନ୍ତି: ‘‘ଗାଁର ଲୋକମାନଙ୍କୁ ନିଜ ହାତ ସାବୁନରେ ବାରମ୍ବାର ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛୁ । ଅମାନିଆଙ୍କୁ ସତର୍କ କରାଇବା ସହିତ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’ ସେ ସରପଞ୍ଚଙ୍କ ସହିତ ଆଲୋଚନା କରି ତାଙ୍କ କାର୍ଯ୍ୟ ବିଷୟରେ ବି ଅବଗତ କରାଇଥିବା କହିଛନ୍ତି ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।